ଓଡ଼ିଶାରେ ଭାଙ୍ଗିଲା ମାଓବାଦୀଙ୍କ ମେରୁଦଣ୍ଡ: ଡିଜିପି

ଫୁଲବାଣୀ,୨୫ା୧୨(ରାକେଶ କୁମାର ରାଉତ): ଟପ୍‌ ମାଓବାଦୀ ନେତା ଗଣେଶଙ୍କ ନିହତକୁ ବଡ଼ ସଫଳତା ବୋଲି କହିଛନ୍ତି ପୋଲିସ ଡିଜି। ଗଣେଶଙ୍କ ନିହତ ପରେ ଓଡ଼ିଶାରେ ମାଓବାଦୀଙ୍କ ମେରୁଦଣ୍ଡ ଭାଙ୍ଗିଗଲା ବୋଲି ସେ କହିଛନ୍ତି। ଗଣେଶଙ୍କ ସମେତ ୪ ମାଓବାଦୀ ନିହତ ହୋଇଛନ୍ତି, ଏହା ଏକ ବଡ଼ ସଫଳତା। ଗୁରୁବାର ବି ସର୍ଚ୍ଚ ଅପରେଶନ ଜାରି ରହିଛି। ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀଙ୍କ ମୂଳପୋଛ ଆମ ଲକ୍ଷ୍ୟ ରହିଛି। ମାଓବାଦୀଙ୍କ ଆତ୍ମସମର୍ପଣ ପାଇଁ ଆମ ରାଜ୍ୟର ପଲିସି ସବୁଠୁ ଶ୍ରେଷ୍ଠ। ତେଣୁ ମାଓବାଦୀ ହିଂସାପଥ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ ବୋଲି ଡିଜିପି କହିଛନ୍ତି।

Dharitri – Odisha’s No.1 Trusted Odia Daily

Share