ଫେବୃୟାରୀ ୧ରୁ ବଦଳିଯିବ ବ୍ୟାଙ୍କ ସହ ଜଡ଼ିତ ଏସବୁ ବଡ଼ ନିୟମ; ଏବେଠୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୯।୧: ନୂଆ ବର୍ଷ ୨୦୨୨ର ପ୍ରଥମ ମାସ ଅର୍ଥାତ ଜାନୁୟାରୀ ଶେଷ ହେବାକୁ ଯାଉଛି। ଫେବୃୟାରୀ ପହିଲାରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଫେବୃୟାରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବେ । ବଜେଟ ବ୍ୟୟବରାଦ ଅନୁସାରେ ଅର୍ଥ ବ୍ୟବସ୍ଥା ସହ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପଡ଼ିବ । ଏହାଛଡ଼ା ପହିଲାରୁ କେତେକ ବ୍ୟାଙ୍କ ସେମାନଙ୍କ ନିୟମରେ ପରିବର୍ତ୍ତନ ଆଣୁଛନ୍ତି ।

ବଡ଼ ପରିବର୍ତ୍ତନ କରିବ ଏସ୍‌ବିଆଇ:
ଫେବୃୟାରୀ ପହିଲାରୁ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଟଙ୍କା ଦେଣନେଣ ନିୟମରେ ପରିବର୍ତ୍ତନ କରିବ । ୨ ଲକ୍ଷରୁ ୫ ଲକ୍ଷ ଯାଏ ଟଙ୍କା ଆଇଏମ୍‌ପିଏସ୍‌ ଜରିଆରେ ପଠାଇଲେ ୨୦ ଟଙ୍କା ସହ ଜିଏସଟି ଚାର୍ଜ ଦେବାକୁ ପଡ଼ିବ । ଅର୍ଥାତ ଏବେ ଟଙ୍କା ପଠାଇବା ମହଙ୍ଗା ହେବ। ତେବେ ୨୦୨୧ ଅକ୍ଟୋବରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇଏମ୍‌ପିଏସ୍‌ ଜରିଆରେ ଦୈନିକ ହେଉଥିବା ନେଣଦେଣର ସୀମାକୁ ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବଢ଼ାଇଥିଲା ।

-ବ୍ୟାଙ୍କ ଅଫ୍‌ ବରୋଦା ନିୟମରେ ପରିବର୍ତ୍ତନ:
ଫେବୃୟାରୀ ପହିଲାରୁ ପରିବର୍ତ୍ତିତ ହେଉଥିବା ନିୟମ ମଧ୍ୟରେ ବ୍ୟାଙ୍କ ଅଫ ବରୋଦା ଚେକ କ୍ଲିଅରାନ୍ସ ସମ୍ବନ୍ଧିତ ନିୟମ ରହିଛିି । ପହିଲାରୁ ଚେକ ପେମେଣ୍ଟ ଲାଗି ଗ୍ରାହକଙ୍କୁ ପଜିଟିଭ୍‌ ପେ ସିଷ୍ଟମ ଅନୁସରଣ କରିବାକୁ ପଡ଼ିବ । ଅର୍ଥାତ୍‌ ଚେକର ତଥ୍ୟ ପଠାଇଲେ ହିଁ ଚେକ କ୍ଲିଅର୍‌ ହେବ । ତେବେ ୧୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଚେକ କାରବାର ଉପରେ ଏହି ପରିବର୍ତ୍ତନ ଲାଗୁ ହେବ ।
-କଠୋର ହେଲା ପିଏନ୍‌ବି:
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଫେବୃୟାରୀ ୧ରୁ ଆଣୁଥିବା ପରିବର୍ତ୍ତନ ଆପଣଙ୍କ ପକେଟକୁ ବାଧିପାରେ । କାରଣ ଯଦି ଆପଣଙ୍କ ଆକାଉଣ୍ଟରେ ଟଙ୍କା ନ ଥିବା କାରଣରୁ କୌଣସି ଅଟୋ ଡେବିଟ କିସ୍ତି ବିଫଳ ହେଉଛି, ତାହେଲେ ଆପଣଙ୍କୁ ୨୫୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ପୂର୍ବରୁ ଜରିମାନା ରାଶି ୧୦୦ ଟଙ୍କା ଥିଲା । ଏବେ ଆପଣଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ।

-ଗ୍ୟାସ ସିଲିଣ୍ଡର ଦାମ୍‌ରେ ହୋଇପାରେ ପରିବର୍ତ୍ତନ:
ପ୍ରତି ମାସର ପହିଲାରେ ରୋଷେଇ ଗ୍ୟାସର ମୂଲ୍ୟ ଧାର୍ଯ୍ୟ କରାଯାଇଥାଏ। ଏଥର ବଜେଟ ମଧ୍ୟ ଆସୁଛି। ଏଣୁ ଫେବୃୟାରୀ ପହିଲାରେ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ରେ କେଉଁ ପ୍ରଭାବ ପଡ଼ୁଛି ଦେଖିବାକୁ ହେବ। ଯଦି ଦାମ ବଢ଼େ ତେବେ ପକେଟକୁ ବାଧିବ।


Enter your email to get our daily news in your inbox.

All Right Reserved By Dharitri.Com

ତାଳଚୁଆ ସାମୁଦ୍ରିକ ଥାନାରେ ଥାର୍ଡ ଡିଗ୍ରୀ : ମହିଳା ଓ ତାଙ୍କ ପୁଅଙ୍କୁ ଥାନାରେ ମାଡ଼

ଭୁବନେଶ୍ୱର/ରାଜନଗର, ୨୭।୫(ତ୍ରିନାଥ ମହାନ୍ତି/ଭାସ୍କର ରାଉତରାୟ): ବାରଙ୍ଗ ଥାନାରେ ଜଣେ ଯୁବକଙ୍କୁ ପତ୍ନୀ ହତ୍ୟା ସନ୍ଦେହରେ ପୋଲିସ ଉଠାଇ ଆଣି ଥାର୍ଡ ଡିଗ୍ରୀ ଦେଇ ଗୁରୁତର କରି ଆଇସିୟୁ’ରେ…

CM ବିଜୟଙ୍କ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବଡ଼ ଉପହାର! ଥ୍ରୀଏଟରରେ ବଦଳିବ ୭୦ ବର୍ଷର ନିୟମ, ଏବେ ହେବ ଜୋରଦାର ରୋଜଗାର

ଚେନ୍ନାଇ,୨୭।୫: ତାମିଲନାଡୁର ନବନିର୍ୱାଚିତ ମୁଖ୍ୟମନ୍ତ୍ରୀ ତଥା ସୁପରଷ୍ଟାର୍‌ ଥାଲାପତି ବିଜୟ (Thalapathy Vijay) ଏବେ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହା ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରି…

ପୁରୀର ଏକ ରିସର୍ଟରୁ ଗିରଫ ହେଲେ TMC ବିଧାୟକ

ପୁରୀ,୨୭ା୫: ପଶ୍ଚିମବଙ୍ଗର ପୂର୍ବତନ ପରିବହନ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(TMC)ର ବରିଷ୍ଠ ନେତା ଦିଲ୍ଲୀପ ମଣ୍ଡଳଙ୍କୁ ଏସ୍‌ଟିଏଫ୍‌ ଦ୍ୱାରା ଗିରଫ ହୋଇଥିବା ନେଇ ସୂଚନା ମିଳିଛି ।…

ଆଉ ୨ ଦିନ ଗରମ, ଗୁଳୁଗୁଳି

ଭୁବନେଶ୍ୱର ୨୭।୫ (ବନ୍ଦନା ସେଠୀ): ରାଜ୍ୟରେ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଥିଲେ ମଧ୍ୟ ମଙ୍ଗଳବାର ଗରମ ଓ ଗୁଳୁଗୁଳି ଜାରି ରହିଥିଲା। ୨୦ ସ୍ଥାନର ତାପମାତ୍ରା ୪୦…

ବ୍ୟବସାୟୀଙ୍କ ଦୋକାନରୁ ୪୩ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଜବତ, ଅତର୍କିତ ଚଢାଉ କରି ପୋଲିସ…

ମହାକାଳପଡ଼ା, ୨୭ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା କଣ୍ଟିଲୋ ଓ ପୂର୍ବ ସୁନୀତି ଗ୍ରାମରେ ଦୁଇ ବ୍ୟବସାୟୀଙ୍କ ଦୋକାନ ଗୃହରୁ…

୧୦ ବର୍ଷର ଝିଅକୁ ବଳାତ୍କାର ପରେ ହତ୍ୟା ଘଟଣାର ପ୍ରେସମିଟ୍‌ କରୁଥିବାବେଳେ ହସି ହସି ଗଡ଼ିଲେ ୩ IPS: ଭିଡିଓ ଭାଇରାଲ ପରେ…

କୋଏମ୍ବାଟୁର,୨୭।୫: ତାମିଲନାଡୁର କୋଏମ୍ବାଟୁରରେ ଜଣେ ୧୦ ବର୍ଷୀୟା ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ନୃଶଂସ ହତ୍ୟାକାଣ୍ଡ ସମଗ୍ର ରାଜ୍ୟକୁ ଦୋହଲାଇ ଦେଇଛି। ବିଜୟ ସରକାର…

ବାପା ମାଛ ଧରାଳି, ପୁଅ ପାଇଲେ OAS: ବିନା କୋଚିଙ୍ଗ୍‌ରେ ମୋବାଇଲରୁ ପଢି ପାଇଲେ ସଫଳତା

ସୋରଡା,୨୭।୫( ରଜନି ମହାପାତ୍ର ): ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ୱାରା ଆୟୋଜିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୪-୨୫ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ସୋରଡା…

ମନ୍ତ୍ରୀଙ୍କ ଛାତି ଧଡ଼ପଡ଼: କାହାର ଯିବ ପଦ କିଏ ଯୋଡ଼ା ହେବେ ନୂଆ

ଭୁବନେଶ୍ୱର,୨୭।୫ ଓଡ଼ିଶାରେ ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଏହାକୁ ନେଇ ମନ୍ତ୍ରୀ ଓ ବିଧାୟକମାନଙ୍କ ମଧ୍ୟରେ ଉତ୍ସୁକତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri