ଫେବୃୟାରୀ ୧ରୁ ବଦଳିଯିବ ବ୍ୟାଙ୍କ ସହ ଜଡ଼ିତ ଏସବୁ ବଡ଼ ନିୟମ; ଏବେଠୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୯।୧: ନୂଆ ବର୍ଷ ୨୦୨୨ର ପ୍ରଥମ ମାସ ଅର୍ଥାତ ଜାନୁୟାରୀ ଶେଷ ହେବାକୁ ଯାଉଛି। ଫେବୃୟାରୀ ପହିଲାରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଫେବୃୟାରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବେ । ବଜେଟ ବ୍ୟୟବରାଦ ଅନୁସାରେ ଅର୍ଥ ବ୍ୟବସ୍ଥା ସହ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପଡ଼ିବ । ଏହାଛଡ଼ା ପହିଲାରୁ କେତେକ ବ୍ୟାଙ୍କ ସେମାନଙ୍କ ନିୟମରେ ପରିବର୍ତ୍ତନ ଆଣୁଛନ୍ତି ।

ବଡ଼ ପରିବର୍ତ୍ତନ କରିବ ଏସ୍‌ବିଆଇ:
ଫେବୃୟାରୀ ପହିଲାରୁ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଟଙ୍କା ଦେଣନେଣ ନିୟମରେ ପରିବର୍ତ୍ତନ କରିବ । ୨ ଲକ୍ଷରୁ ୫ ଲକ୍ଷ ଯାଏ ଟଙ୍କା ଆଇଏମ୍‌ପିଏସ୍‌ ଜରିଆରେ ପଠାଇଲେ ୨୦ ଟଙ୍କା ସହ ଜିଏସଟି ଚାର୍ଜ ଦେବାକୁ ପଡ଼ିବ । ଅର୍ଥାତ ଏବେ ଟଙ୍କା ପଠାଇବା ମହଙ୍ଗା ହେବ। ତେବେ ୨୦୨୧ ଅକ୍ଟୋବରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇଏମ୍‌ପିଏସ୍‌ ଜରିଆରେ ଦୈନିକ ହେଉଥିବା ନେଣଦେଣର ସୀମାକୁ ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବଢ଼ାଇଥିଲା ।

-ବ୍ୟାଙ୍କ ଅଫ୍‌ ବରୋଦା ନିୟମରେ ପରିବର୍ତ୍ତନ:
ଫେବୃୟାରୀ ପହିଲାରୁ ପରିବର୍ତ୍ତିତ ହେଉଥିବା ନିୟମ ମଧ୍ୟରେ ବ୍ୟାଙ୍କ ଅଫ ବରୋଦା ଚେକ କ୍ଲିଅରାନ୍ସ ସମ୍ବନ୍ଧିତ ନିୟମ ରହିଛିି । ପହିଲାରୁ ଚେକ ପେମେଣ୍ଟ ଲାଗି ଗ୍ରାହକଙ୍କୁ ପଜିଟିଭ୍‌ ପେ ସିଷ୍ଟମ ଅନୁସରଣ କରିବାକୁ ପଡ଼ିବ । ଅର୍ଥାତ୍‌ ଚେକର ତଥ୍ୟ ପଠାଇଲେ ହିଁ ଚେକ କ୍ଲିଅର୍‌ ହେବ । ତେବେ ୧୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଚେକ କାରବାର ଉପରେ ଏହି ପରିବର୍ତ୍ତନ ଲାଗୁ ହେବ ।
-କଠୋର ହେଲା ପିଏନ୍‌ବି:
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଫେବୃୟାରୀ ୧ରୁ ଆଣୁଥିବା ପରିବର୍ତ୍ତନ ଆପଣଙ୍କ ପକେଟକୁ ବାଧିପାରେ । କାରଣ ଯଦି ଆପଣଙ୍କ ଆକାଉଣ୍ଟରେ ଟଙ୍କା ନ ଥିବା କାରଣରୁ କୌଣସି ଅଟୋ ଡେବିଟ କିସ୍ତି ବିଫଳ ହେଉଛି, ତାହେଲେ ଆପଣଙ୍କୁ ୨୫୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ପୂର୍ବରୁ ଜରିମାନା ରାଶି ୧୦୦ ଟଙ୍କା ଥିଲା । ଏବେ ଆପଣଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ।

-ଗ୍ୟାସ ସିଲିଣ୍ଡର ଦାମ୍‌ରେ ହୋଇପାରେ ପରିବର୍ତ୍ତନ:
ପ୍ରତି ମାସର ପହିଲାରେ ରୋଷେଇ ଗ୍ୟାସର ମୂଲ୍ୟ ଧାର୍ଯ୍ୟ କରାଯାଇଥାଏ। ଏଥର ବଜେଟ ମଧ୍ୟ ଆସୁଛି। ଏଣୁ ଫେବୃୟାରୀ ପହିଲାରେ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ରେ କେଉଁ ପ୍ରଭାବ ପଡ଼ୁଛି ଦେଖିବାକୁ ହେବ। ଯଦି ଦାମ ବଢ଼େ ତେବେ ପକେଟକୁ ବାଧିବ।


Enter your email to get our daily news in your inbox.

All Right Reserved By Dharitri.Com

ପାକ୍‌ ରଚୁଛି ସାଂଘାତିକ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୭ା୫: ସାରା ବିଶ୍ୱ ଏବେ ଭୟଙ୍କର ମହାମାରୀ କୋଭିଡ୍‌-୧୯ ବିରୋଧରେ ଲଢ଼ୁଥିବା ବେଳେ ପାକିସ୍ତାନର ଏଥିପ୍ରତି ଭ୍ରୂକ୍ଷେପ ନାହିଁ। ଏହା ଜମ୍ମୁ-କଶ୍ମୀରରେ ଅସ୍ଥିରତା ସୃଷ୍ଟି ଲାଗି...

ପେଟିଏମ୍‌ ଉପରେ ଆର୍‌ବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ; ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୩: ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲିମିଟେଡ୍‌ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)। କମ୍ପାନୀକୁ ନୂଆ ଗ୍ରାହକ ସୃଷ୍ଟି ନ କରିବାକୁ ଶୁକ୍ରବାର...

ସୁକେଶଙ୍କ ଲାଞ୍ଚ ଅଭିଯୋଗ ପରେ ତିହାର ଜେଲ ଡିଜିଙ୍କ ବଦଳି

ନୂଆଦିଲ୍ଲୀ,୫ା୧୧: ତିହାର ଜେଲରେ ଥିବା କନ୍‌ମ୍ୟାନ ସୁକେଶ ଚନ୍ଦ୍ରଶେଖରଙ୍କୁ ସୁରକ୍ଷା ଯୋଗାଇ ଦେବା ଲାଗି ଏଏପି ନେତା ସତ୍ୟେନ୍ଦ୍ର ଜୈନ ୨୦୧୯ରେ ୧୦ କୋଟି ଟଙ୍କା...

ପ୍ରଥମଥର ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ଷ୍ଟାଲିନ୍‌: ନେଲେ ଶପଥ

ଚେନ୍ନାଇ,୭।୫: ଡିଏମକେ ସଭାପତି ଏମ.କେ ଷ୍ଟାଲିନ୍‌ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ମନ୍ତ୍ରୀମଣ୍ଡଳରେ ୩୩ ସଦସ୍ୟ ସାମିଲ ହୋଇଛନ୍ତି।...

ଶ୍ରୀନଗର ମସ୍‌ଜିଦ ଉପରେ ନଜର: ଏକାଠି ହେବାକୁ ମେହବୁବାଙ୍କ ଆହ୍ବାନ

ଶ୍ରୀନଗର,୩୦ା୭(ପି.ଟି.)-ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଶ୍ରୀନଗରରେ ଥିବା ମସ୍‌ଜିଦ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଲାଗି ୫ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିଜ ନିଜ ଅଞ୍ଚଳରେ ଥିବା...

ଓବିସି ସଂଶାଧନ ବିଲ୍‌ ଲୋକ ସଭାରେ ପାରିତ, ମିଳିଲା ବିରୋଧୀଙ୍କ ସମର୍ଥନ…

ନୂଆଦିଲ୍ଲୀ,୯।୮: କେନ୍ଦ୍ରୀୟ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବିରେନ୍ଦ୍ର କୁମାର ଖାଟିକଙ୍କ ଦ୍ୱାରା ସୋମବାର ଲୋକସଭାରେ ଆଗତ ହୋଇଥିବା ଓବିସି ସଂଶାଧନ ବିଲ୍‌-୨୦୨୧...

ଇଣ୍ଡୋ-ଜାପାନ ସମ୍ବାଦ କନଫରେନ୍ସ: ମୋଦି କହିଲେ ସମ୍ବାଦ ଏମିତି ହେବା ଦରକାର ଯାହା ସକରାତ୍ମକ, ଏକତା, କରୁଣାର ଭାବନା ପ୍ରସାର କରିବ

ନୂଆଦିଲ୍ଲୀ,୨୧ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସକାଳ ୯ଟା ୩୦ରେ ଭିଡିଓ କନଫରେନସିଂ ଜରିଆରେ ୬ଷ୍ଠ ଇଣ୍ଡୋ-ଜାପାନ ସମ୍ବାଦ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି ।...

ଡେଟା ସୁରକ୍ଷା ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୭ା୮(ପି.ଟି.) : ମଣିପୁର ପ୍ରସଙ୍ଗରେ ବିରୋଧୀ ସଦସ୍ୟମାନଙ୍କ ସ୍ଲୋଗାନବାଜି ମଧ୍ୟରେ ସୋମବାର ଲୋକ ସଭାରେ ଡିଜିଟାଲ ବ୍ୟକ୍ତିଗତ ଡେଟା ସୁରକ୍ଷା ବିଲ୍‌ ଗୃହୀତ ହୋଇଛି। ବିରୋଧୀ...

Advertisement
Archives

Model This Week