ମହେଶ୍ୱରପୁର ପଞ୍ଚାୟତରେ ନାନା ସମସ୍ୟା

ବ୍ରହ୍ମବରଦା,୨୬ା୧୦(ଯଯାତି କେଶରୀ ବେହେରା):ରସୁଲପୁର ବ୍ଲକ୍‌ର ମହେଶ୍ୱରପୁର ପଞ୍ଚାୟତରେ ନାନା ସମସ୍ୟା ଲାଗି ରହିଛି। ୧୩ ୱାର୍ଡର ୫ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କୁ ନେଇ ଗଠିତ ଏହି ପଞ୍ଚାୟତ କାର୍ଯ୍ୟାଳୟଟି ୪ ନମ୍ବର ୱାର୍ଡର ମଦରସା ମସଜିଦ ନିକଟରେ ଅବସ୍ଥିତ। ପଞ୍ଚାୟତ କାର୍ଯ୍ୟାଳୟଟି ଏବେ ଭୂତକୋଠି ପାଲଟିଛି। ବର୍ଷବର୍ଷ ଧରି ଏହାକୁ ସଫା କରାଯାଉ ନ ଥିବାରୁ ବର୍ଷାହେଲେ ଅଞ୍ଚଳଟି ଦୁର୍ଗନ୍ଧରେ ଫାଟି ପଡୁଛି। ଏନେଇ ଗ୍ରାମବାସୀ ସରପଞ୍ଚଙ୍କୁ ବାରମ୍ବାର କହିବା ପରେ ବି ଏହାକୁ ସଫା କରାଯାଉ ନ ଥିବା ଅଭିଯୋଗ ହୋଇଛି। ସେହିପରି ସରକାର ବିପୁଳ ଟଙ୍କା ଖର୍ଚ୍ଚକରି ଗାଁରେ ୨ଟି ଲେଖାଏ ଅଳିଆ ବୁହା ଗାଡ଼ି ଯୋଗାଇ ଦେଇଛନ୍ତି। ହେଲେ ଏଠି ଅଳିଆ ବୁହା ଗାଡ଼ି ବ୍ୟବହାର ନ ହୋଇ ପଞ୍ଚାୟତ ଅଫିସ ପରିସରରେ ପଡ଼ିରହିଛି। ପଞ୍ଚାୟତ ଅଫିସ ପରିସରରେ ଷ୍ଟ୍ରିଟ୍‌ ଲାଇଟ୍‌ ଅଛି, ହେଲେ ଜଳୁନାହିଁ। ପଞ୍ଚାୟତ ଘର ଅଳନ୍ଧୁରେ ପରିପୂର୍ଣ୍ଣ। ଅଫିସ ସମ୍ମୁଖରେ କୁଢ଼କୁଢ଼ ଅଳିଆ ଗଦା ହୋଇରହିଛି।
ପଞ୍ଚାୟତ କାର୍ଯ୍ୟାଳୟ କାନ୍ଥରେ ସୂଚନାଫଳକ ଲଗାଯାଇ ଲେଖା ହୋଇଛିଯେ, ସର୍ବସାଧାରଣ ସ୍ଥାନରେ ଅଳିଆ ପକାଇଲେ ୧୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। କିନ୍ତୁ ଏଠି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ କୁଢ଼କୁଢ଼ ଅଳିଆ ଗଦା ହୋଇ ରହିଛି। ସେହିପରି ୧ ନମ୍ବର ୱାର୍ଡର ହେମନ୍ତ ସାହୁଙ୍କ ଘରଠାରୁ ଜାମ୍ମା ମସଜିଦ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇ ପଡ଼ିଥିଲା। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପରେ ବରୀ ବିଧାୟିକା ରାସ୍ତା ମରାମତି କରିବାକୁ ୩ ଲକ୍ଷ ଟଙ୍କା ବ୍ୟୟ ବରାଦ କରିଛନ୍ତି। ସେହି ଅନୁସାରେ କାମ ଆରମ୍ଭ ହୋଇଛି। ତେଣୁ ଡ୍ରେନେଜ୍‌ ସଷ୍ଟମ କରି ପାଣି ବାହାରକୁ ଛଡ଼ାଯାଉ ବୋଲି ଗ୍ରାମବାସୀ ଦାବି କରୁଛନ୍ତି। ହେଲେ ଠିକାଦାର ରାସ୍ତାରେ ଏକ ଫୁଟ୍‌ରୁ ଦେଢ଼ଫୁଟ୍‌ ଉଚ୍ଚର ବାଲି ପକାଇ ରାସ୍ତାକୁ ଉଚ୍ଚା କରୁଛନ୍ତି। ଡ୍ରେନେଜ ନିର୍ମାଣ ନ କରି ରାସ୍ତା ଉଚ୍ଚା କରୁଥିବାରୁ ଲୋକଙ୍କ ଘରଠାରୁ ରାସ୍ତା ଉଚ୍ଚା ହେଉଛି। ଫଳରେ ବର୍ଷା ହେଲେ ଘରେ ପାଣି ପଶିବାକୁ ନେଇ ୱାର୍ଡର ୨୦ରୁ ଊର୍ଦ୍ଧ୍ୱ ପରିବାର ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ ରାସ୍ତାକୁ ଉଚ୍ଚା ନ କରି ରାସ୍ତା କଡ଼ରେ ଡ୍ରେନେଜ ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି। ଏହି ୱାର୍ଡରେ ୨୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରିଥାନ୍ତି। ବିଗତ ଦିନରେ ରାସ୍ତା ତଳୁଆ ଥିବାବେଳେ ଘର ଉଚ୍ଚା ଥିଲା। ଧୀରେଧୀରେ ଲୋକ ସଂଖ୍ୟା ବୃଦ୍ଧି ସହିତ ସ୍ଥାନର ଅଭାବ ଦେଖାଗଲା। ଲୋକେ ଗଡ଼ିଆ ପୋଖରୀରେ ମାଟି ପକାଇ ଘର ନିର୍ମାଣ କରି ବସତି ସ୍ଥାପନ କଲେଣି। ଫଳରେ ବର୍ଷା ପାଣି କୁଆଡେ ଯିବାକୁ ରାସ୍ତା ପାଉନାହିଁ। ରାସ୍ତା ସାରା ପାଣି ଜମି ରହୁଛି। ଯଦ୍ଦ୍ବାରା ଗ୍ରାମବାସୀ ଯାତାୟାତରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାକୁ ୫ ବର୍ଷ ମଧ୍ୟରେ ୩ ଥର ନିର୍ମାଣ କରାଯାଇ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ହେଲେ ସମସ୍ୟାର ସମାଧାନ ହୋଇ ପାରୁନାହିଁ।
୨୦୨୧-୨୨ରେ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଉକ୍ତ ରାସ୍ତା ମରାମତି କରାଯାଇଥିଲା। କିନ୍ତୁ ନିମ୍ନମାନର କାର୍ଯ୍ୟ ପାଇଁ ମାସ କେଇଟାରେ ରାସ୍ତାରୁ ଢଳେଇ ଉଠି ଯାଇଥିଲା। ଏହି ରାସ୍ତା ଉପରେ ସ୍ଥାନୀୟ ଅଞ୍ଚଳର ୫୦୦ରୁ ଊର୍ଦ୍ଧ୍ୱ ପରିବାର ନିର୍ଭରଶୀଳ। ରାସ୍ତାଟି ବ୍ରହ୍ମବରଦା ପୋଷ୍ଟ ଅଫିସ, ବ୍ରହ୍ମବରଦା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ସଂଯୋଗ କରୁଛି। ପ୍ରତ୍ୟେକ ଦିନ ଶତାଧିକ ଯାନବାହନ ଏହି ରାସ୍ତାରେ ଯାତାୟାତ କରୁଛି। ତେଣୁ ରାସ୍ତାକୁ ତୁରନ୍ତ ମରାମତି ସହିତ ଡ୍ରେନେଜ୍‌ ନିର୍ମାଣ କରିବାକୁ ଗ୍ରାମର ହେମନ୍ତ କୁମାର ସାହୁ, ଅବଦୁଲ ରୌଫ, ସୁକାନ୍ତ ସାହୁ, ଆନନ୍ଦ ଦାସ ଓ ବାପି ଦାସ ପ୍ରମୁଖ ଶତାଧିକ ଗ୍ରାମବାସୀ ଦାବି କରିଛନ୍ତି।
ଅଳିଆ ବୁହା ଗାଡ଼ି ସମ୍ପର୍କରେ ବିଡିଓ ଅବନିକାନ୍ତ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ଏ ବିଷୟରେ ଜାଣିନାହାନ୍ତି। ବିଆର୍‌ସି ଅପର୍ଣ୍ଣା ମଲ୍ଲିକ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିପାରିବେ। ବିଆର୍‌ସି ମଲ୍ଲିକଙ୍କୁ ପଚାରିବାରୁ ସେ ଅଫିସ ଆସିଲେ ଏ ଦିଗରେ ତଥ୍ୟ ପ୍ରଦାନ କରିବେ ବୋଲି ମତ ରଖିଛନ୍ତି।
ପଞ୍ଚାୟତ ଅଫିସ ସମ୍ପର୍କରେ ସରପଞ୍ଚଙ୍କ ପ୍ରତିନିଧି ଅମୂଲ୍ୟ ପାତ୍ର୍ରଙ୍କୁ ପଚାରିବାରୁ ସେ କହିଛନ୍ତି, କିଛି ମାସ ହେବ ପଞ୍ଚାୟତ କାର୍ଯ୍ୟାଳୟ ରାଜୀବ ଗାନ୍ଧୀ ସେବାକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଅଳିଆ ବୁହା ଗାଡ଼ି ସମ୍ପର୍କରେ ପଚାରିବାରେ, କାହାରିକୁ ଦାୟିତ୍ୱ ଦିଆଯାଇନାହିଁ ବୋଲି ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତର ନେଇ ପୁରୁଣା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସୂଚନା ଫଳକ ଲଗାଯାଇ ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri