ଜନଶୁଣାଣି କାର୍ଯ୍ୟକ୍ରମରେ ବହୁ ଅଧିକାରୀ ଅନୁପସ୍ଥିତ: ସାଧାରଣରେ ଅସନ୍ତୋଷ

ଥୁଆମୂଳ ରାମପୁର,୧।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭା ଗୃହ ଠାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଏବଂ ପଞ୍ଚଦଶ ଅର୍ଥ କମିଶନ ଯୋଜନାରେ ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ଆର୍ଥିକ ବର୍ଷ ୨୦୨୪-୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସାମାଜିକ ସମୀକ୍ଷା ଉତ୍ତର ଦାୟିତ୍ୱ ସ୍ବଚ୍ଛତା ସମିତି ପକ୍ଷରୁ ଆୟୋଜିତ ହୋଇଥିବା ଶିବିରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁବ ଚରଣ ମୁଦୁଲିଙ୍କ ଆହ୍ବାନ କ୍ରମେ ବ୍ଲକ ୍ଯଯଯକ୍ଷ ଦୟାନିଧି ମାଝୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ପ୍ରଦୁମ୍ନ କୁମାର ଦାସ ପିଏ ଆଇଟିଡିଏ ଥୁଆମୂଳ ରାମପୁର ତଥା ସାମାଜିକ ସମୀକ୍ଷା ଅଧିକାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବାବେଳେ ଏମ୍‌ପି ବ୍ଳକ ପ୍ରତିନିଧି ପବିତ୍ର ନାଏକ, ବିଧାୟକ ବ୍ଳକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ଆଇଟିଡିଏ ଏଇଇ ସାଲକୋ ହେମ୍ମ୍ର, ଅତିରିକ୍ତ ପଞ୍ଚାୟତ ଅଧିକାରୀ ତ୍ରିଲୋଚନ ନାଏକ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଅତିରିକ୍ତ ପ୍ରୋଗ୍ରାମ ଅଫିସର ଆଶିଷ କୁମାର ଚୌଧୁରୀ ଶିବିରକୁ ପରିଚାଳନା କରିଥିଲେ ଏବଂ ୨୦୨୪-୨୫ ଆର୍ଥିକ ବର୍ଷର ସାମାଜିକ ସମୀକ୍ଷା ଅବଧି ୧ ଅକ୍ଟୋବର ୨୦୨୩ ଠାରୁ ୩୧ ମାର୍ଚ୍ଚ ୨୦୨୪ ଏବଂ ୧ ଏପ୍ରିଲ ୨୦୨୪ ଠାରୁ ୩୦ ସେପ୍ଟେମ୍ବର ୨୦୨୪/୨୫ ପଞ୍ଚଦଶ କମିଶନ ଯୋଜନା କାର୍ଯ୍ୟର ସମୀକ୍ଷା କରିଥିଲେ।
କାର୍ଯ୍ୟକ୍ରମରେ କୃଷି ବିଭାଗ, ଉଦ୍ୟାନ ବିଭାଗ, ମୃତ୍ତିକା ସଂରକ୍ଷଣ, ଜଙ୍ଗଲ ବିଭାଗ ସମେତ ଅନ୍ୟାନ୍ୟ ବିଭାଗରେ ମନରେଗା ଯୋଜନା ମାଧ୍ୟମରେ ହେଉଥିବା ବିଭିନ୍ନ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। ହେଲେ ଉତ୍ତରାଞ୍ଚଳ ଜଙ୍ଗଲ ବିଭାଗର ଅଧିକାରୀ, ମୃତ୍ତିକା ସଂରକ୍ଷଣ ବିଭାଗର ପଦାଧିକାରୀ, କୃଷି ବିଭାଗ ପଦାଧିକାରୀ ଓ ଅନେକ ବିଭାଗର ଅଧିକାରୀ ଅନୁପସ୍ଥିତ ଥିଲେ। ଯେଉଁ କିଛି ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ସେମାନେ କହିଲେ କି, ଆମେ ନୂଆ ନୂଆ ଭାବେ ଯୋଗ ଦେଇଅଛୁ, ବିଭାଗ ବିଷୟରେ କିଛି ଜାଣି ନାହୁଁ l ବର୍ଷକୁ ଥରେ ହେଉଥିବା ଜନଶୁଣାଣିରେ ଯଦି ଅଧିକାରୀ ମାନେ ଅନୁପସ୍ଥିତ ରହୁଛନ୍ତି ତେବେ କେତେଦୂର ଏହା ଠିକ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଦୁର୍ନୀତିକୁ ଘଣ୍ଟ ଘୋଡାଇବା ପାଇଁ ଯୋଜନା କରାଯାଉଛି ବୋଲି ତାଙ୍କ କାର୍ଯ୍ୟ ଉପରେ ସନ୍ଦେହ ସୃଷ୍ଟି ହେଉଥିବା ଜନସାଧାରଣଙ୍କ ମହଲରେ ତୀବ୍ର ସନ୍ଦେହ ଉପୁଜୁଛି l
ଏହି ଅବସରରେ ବ୍ଲକ ଉପାଧ୍ୟକ୍ଷ ଜୟନ୍ତୀ ମାଝୀ, ସ୍ଥାନୀୟ ସରପଞ୍ଚ ବିଜୟା ମାଝୀ, କଂଗ୍ରେସ ବ୍ଲକ ସଭାପତି ଜଳନ୍ଧର ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ଗାଁ ସାଥି ବ୍ଲକ ସଭାପତି କିଆମଣୀ ନାଏକ ଙ୍କ ସମେତ ବହୁ ଜନ ପ୍ରତିନିଧି, ସରକାରୀ କର୍ମଚାରୀ ଉପସ୍ଥିତ ରହି ୨୦୨୪-୨୦୨୫ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ ଉନ୍ନୟନ କାର୍ଯ୍ୟର ବ୍ୟୟବରାଦ ଉପରେ ଅଧିକାରୀମାନେ ଆଲୋକପାତ କରିଥିଲେ।
ପ୍ରକାଶଯୋଗ୍ୟ ଯେ, ମନରେଗା ଯୋଜନାରେ ବ୍ୟାପକ ଭାବରେ ଉକ୍ତ ବ୍ଲକ ରେ ଦୁର୍ନୀତି ହେବା ସହ ସରକାରୀ ବେତନ ପାଉଥିବା ଲୋକଙ୍କ ଠାରୁ ଆରମ୍ଭ କରି ମଧୁବାବୁ ପେନସନ ଯୋଜନା ପାଉଥିବା ହିତାଧିକାରୀମାନଙ୍କୁ ଚାକିରି ଦେବା ପାଇଁ ଦାବି ହୋଇଥିଲା। ଏହାସହ ଶିଶୁ ମାନଙ୍କୁ ଶ୍ରମିକ ଭାବରେ ନିୟୋଜିତ କରି ମନରେଗା ଯୋଜନା ନିୟମକୁ ଉଲଙ୍ଘନ କରୁଥିବା ଜନସାଧାରଣ ଏବଂ ବହୁଜନପ୍ରତନିଧିମାନେ ଗୃହରେ ଅଭିଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୫% ବଢିବ DA!

ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଅଧୀନରେ ଦରମା ବୃଦ୍ଧି ପାଇଁ ଅପେକ୍ଷା କରିଆସୁଛନ୍ତି। ଜାନୁଆରୀ 2026 ପରେ...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri