Posted inଖେଳ

ହଓ୍ବେିଟ୍‌ଙ୍କୁ ଅଧିକ ଭୋଟ୍‌

ନ୍ୟୁପୋର୍ଟ (ଯୁକ୍ତରାଷ୍ଟ୍ର ଆମେରିକା): ଇଣ୍ଟରନ୍ୟାଶନାଲ ଟେନିସ ହଲ୍‌ ଅଫ୍‌ ଫେମ୍‌ର କ୍ଲାସ୍‌ ଅଫ୍‌ ୨୦୨୧ ପାଇଁ ହୋଇଥିବା ଫ୍ୟାନ୍‌ ଭୋଟିଂରେ ଦୁଇଥର ଗ୍ରାଣ୍ଡସ୍ଳାମ ଟାଇଟଲ ବିଜେତା ଲେଟନ ହଓ୍ବେିଟ୍‌ ଅଗ୍ରଣୀ ଲାଭ କରିଛନ୍ତି। ଫଳରେ ଅଫସିଆଲ ଭୋଟିଂ ଗ୍ରୁପ୍‌ରେ ତାଙ୍କୁ ମିଳିଥିବା ଭୋଟ୍‌ରେ ଆଉ ୩% ଯୋଗ କରାଯିବ। ୪ ସପ୍ତାହ ଧରି ଚାଲିଥିବା ଫ୍ୟାନ୍‌ ଭୋଟିଂର ପଳାଫଳ ହଲ୍‌ ବୁଧବ ାର ଘୋଷଣା କରିଛି। ଦ୍ୱିତୀୟ ସ୍ଥାନରେ ରହିଥିବା ଲିସା ରେମଣ୍ଡଙ୍କର ଅଫିସିଆଲ ଭୋଟ୍‌ରେ ଆଇ ୨% ଯୋଗ କରାଯିବ। ଜୋନାସ ବର୍କମ୍ୟାନ ତୃତୀୟ ହୋଇଥିବାବେଳେ ତାଙ୍କୁ ୧% ପ୍ରତିଶନ ବୋନସ ଭୋଟ୍‌ ମିଳିବ। ଖେଳାଳି କାଟେଗୋରିରେ ଜୁଆନ କାର୍ଲୋସ ଫେରର ଏବଂ ସର୍ଗି ବ୍ରୁଗୁଏରାଙ୍କ ପାଇଁ ମଧ୍ୟ ଭୋଟ ନିଆଯାଇଥିଲା। ଅଫିସିଆଲ ଭୋଟିଂ ଗ୍ରୁପ୍‌ରେ ଟେନିସ ମିଡିଆ ଓ ଐତିହାସିକଙ୍କୁ ନିଆଯାଇଥାଏ। ଖେଳାଳିମାନଙ୍କୁ ଏହି ଗ୍ରୁପ୍‌ରୁ ୭୫ ପ୍ରତିଶତ ସମର୍ଥନ ଆବଶ୍ୟକ ପଡ଼ିଥାଏ। ଫ୍ୟାନ୍‌ ଭୋଟ୍‌ ବିଶେଷ ସହାୟକ ହୋଇଥାଏ। ଟେନିସ ହଲ୍‌ ଅଫ୍‌ ଫେମ୍‌ ସ୍ଥାନ ପାଇଁ ମନୋନୀତ ଖେଳାଳିଙ୍କ ନାମ ଆସନ୍ତା ବର୍ଷ ପ୍ରଥମ ଭାଗରେ ଘୋଷଣା କରାଯିବ। ଜୁଲାଇରେ ଏକ ସ୍ବତନ୍ତ୍ର ଉତ୍ସବରେ ଏହା ବିଧିବଦ୍ଧ ଭାବେ ହଲ୍‌ ଅଫ୍‌ ଫେମ୍‌ ତାଲିକାରେ ସ୍ଥାନ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

RCBର ଚମତ୍କାର ବିଜୟ ପରେ କହୁ କହୁ ଏମିତି କହିଦେଲେ ବିରାଟ କୋହଲି

ନୂଆଦିଲ୍ଲୀ,୬।୨: ମହିଳା ପ୍ରିମିୟର ଲିଗ ୨୦୨୬ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଜବରଦସ୍ତ ବିଜୟ ପରେ, ପୂର୍ବତନ ପୁରୁଷ ଦଳର ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ…

ଏଫ୍‌ଆଇଏଚ୍ ପ୍ରୋ-ଲିଗ୍‌: ଭାରତୀୟ ଦଳରେ ୫ ଓଡ଼ିଆ, ରୋଶନ କୁଜୁରଙ୍କୁ ପ୍ରଥମ ଥର ସୁଯୋଗ

ରାଉରକେଲା,୬ା୨: ଫେବ୍ରୁଆରୀ ୧୦ରୁ ୧୫ ପର୍ଯ୍ୟନ୍ତ ରାଉରକେଲାର ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏଫ୍‌ଆଇଏଚ୍ ପ୍ରୋ-ଲିଗ୍ (ପୁରୁଷ) ପାଇଁ ହକି ଇଣ୍ଡିଆ…

ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ WPL ଚାମ୍ପିଅନ୍, ଲଗାତାର ଚତୁର୍ଥ ଥର ଫାଇନାଲ୍ ହାରିଲା ଦିଲ୍ଲୀ

ଭଦୋଦରା,୫।୨: ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ର ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଦ୍ୱିତୀୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ଟି-୨୦ ବିଶ୍ୱକପ୍: ଆଇସିସି କ’ଣ ଭାରତକୁ ବାହାର କରିପାରିଥାନ୍ତା? ନାସର ହୁସେନ୍‌ଙ୍କ ମନ୍ତବ୍ୟକୁ ନେଇ ହଟଚମଟ

ନୂଆଦିଲ୍ଲୀ,୫।୨: ଥମିବାର ନା ନେଉନାହିଁ ଟି-୨୦ ବିଶ୍ୱକପ୍ ବିବାଦ। ଏହାରି ମଧ୍ୟରେ ଏହାକୁ ଆହୁରି ଜଟିଳ ଆତାକୁ ଟାଣି ନେଉଛି ବ୍ୟକ୍ତିବିଶେଷଙ୍କ ବୟାନ। ଏହାରି ମଧ୍ୟରେ ପୂର୍ବତନ…

ଏସିଆନ ଶୁଟିଂରେ ଭରତର ଆଧିପତ୍ୟ ଜାରି: ସୁରୁଚି-ରାଣାଙ୍କୁ ମିଳିଲା ରୌପ୍ୟ

ନୂଆଦିଲ୍ଲୀ,୫ା୨: ଭାରତ ନୂଆଦିଲ୍ଲୀଠାରେ ଚାଲିଥିବା ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ନିଜ ଆଧିପତ୍ୟ ଜାରି ରଖିଛି। ବିଶ୍ୱ ଚାମ୍ପିୟନ ସମ୍ରାଟ ରାଣା ଓ ବିଶ୍ୱ କପ୍‌ ଫାଇନାଲ ବିଜେତା…

ଭାରତର ଏହି ଧାବିକା ହେଲେ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୫ା୨: ଡୋପ୍‌ ଟେଷ୍ଟକୁ ଏଡାଇ ଭାରତର ଲଙ୍ଗ ଡିଷ୍ଟାନ୍ସ ଧାବିକା ପୂଜା ଆତ୍ମାରାମ ଆଥଲେଟିକ୍ସ ଇଣ୍ଡିଗ୍ରିଟି ୟୁନିଟ୍‌ (ଏଆଇୟୁ) ଦ୍ୱାରା ସାମୟିକ ସସ୍‌ପେଣ୍ଡ ହୋଇଛନ୍ତି। ପୂଜା ୫୦୦୦…

IND vs PAK: ‘ଆମର ଫ୍ଲାଇଟ ବୁକ୍‌ ଅଛି…’, କାହିଁକି ଏମିତି କହିଲେ ସୂର୍ଯ୍ୟକୁମାର? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ଦଳ 2026 T-20 ବିଶ୍ୱକପ ଖେଳିବ, କିନ୍ତୁ କେବଳ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ମ୍ୟାଚ ଖେଳିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri