ଭୁବନେଶ୍ୱର, ୨୧।୯(ସୁନିତ୍ ମିଶ୍ର): ବୌଦ୍ଧ, କନ୍ଧମାଳ ଓ କେନ୍ଦ୍ରାପଡ଼ା ଜିଲାର ଶତାଧିକ ସରପଞ୍ଚ, ସମିତିସଭ୍ୟ ଓ କାର୍ଯ୍ୟକର୍ତ୍ତା ବିଜେଡି ଓ କଂଗ୍ରେସ ଦଳ ଛାଡ଼ି ଶନିବାର ଭାଜପାରେ ସାମିଲ ହୋଇଛନ୍ତି। ଏହି ଯୋଗଦାନ ତୃଣମୂଳସ୍ତରରୁ ଦଳକୁ ଅଧିକ ଶକ୍ତିଶାଳୀ କରିବ ବୋଲି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୌଦ୍ଧ ଜିଲାର ଆଇନଜୀବୀ ପୃଥ୍ବୀରାଜ ମେହେରଙ୍କ ସମେତ ଉକ୍ତ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତେଲିବନ୍ଧର ପୂର୍ବତନ ସରପଞ୍ଚ ଭୋଳାଗିରି ସାହୁ, କଷ୍ଟେଶ୍ୱର ଖଟୁଆ, ସରପଞ୍ଚ ପ୍ରଦୀପ କୁମାର କହଁର, ପ୍ରବାସିନୀ ଜୋଷୀ, ସୀତା ଝଙ୍କାର, ସାରାଣୀ ପାତ୍ର, ବିଭୂତି ପ୍ରକାଶ ମେହେର ପ୍ରମୁଖ ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ସେହିପରି କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଘମାରୀର ସରପଞ୍ଚ ଭବାନୀ ପାତ୍ର, ସମିତି ସଭ୍ୟ ମନୋରଞ୍ଜନ ମଣ୍ଡଳ, ଦିହୁଡିପୁର ସରପଞ୍ଚ ନରେଶ ଚନ୍ଦ୍ର ମଲିକ, ସମିତି ସଭ୍ୟ ପ୍ରମିଳା ଖଟୁଆ, ପଞ୍ଚାନନ ପରମାଣିକ, ମହାଦେବ ବେହେରା, ଚନ୍ଦନ ସାହୁ, ସୁଶାନ୍ତ ମଣ୍ଡଳ, ସୁରେଶ ପୃଷ୍ଟି, ତୀର୍ଥନାଦ ଖଟୁଆ, କ୍ଷୀରୋଦ ମଲିକ, ମୁକ୍ତିକାନ୍ତ ପାତ୍ର, ବାସୁଦେବ ଗିରି ପ୍ରମୁଖ ଶତାଧିକ କର୍ମୀ ବିଜେଡି ଓ କଂଗ୍ରେସ ଦଳ ପରିତ୍ୟାଗକରି ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ସେହିପରି କନ୍ଧମାଳ ଜିଲା ବାଲିଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କେ. ନୂଆଗାଁର ବରିଷ୍ଠ ନେତା କୃଷ୍ଣମୋହନ ପାଣିଗ୍ରାହୀ, ବାସୁଦେବ ପଣ୍ଡା, ଚାଞ୍ଚେଡି ପଞ୍ଚାୟତର ଜିତେନ୍ଦ୍ର ପ୍ରଧାନ, ତାରାକାନ୍ତ ଦଳବେହେରା, ଲେତିଙ୍ଗିଆ ପଞ୍ଚାୟତର ଉପେନ୍ଦ୍ର କୁମାର ସାହୁ ପ୍ରମୁଖ ଶତାଧିକ କର୍ମୀ ବିଜେଡି ଓ କଂଗ୍ରେସ ପରିତ୍ୟାଗକରି ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତ୍ତରୀୟ ପ୍ରଦାନକରି ସ୍ବାଗତ କରିଛନ୍ତି। କନ୍ଧମାଳ ଲୋକ ସଭା ସଦସ୍ୟ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।