ଭାଜପାରେ ଯୋଗଦେଲେ ବହୁ ବିଜେଡି କର୍ମୀ

ରାୟଗଡ଼ା,୧୭।୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି କର୍ମୀ ଶୁକ୍ରବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗଦେଇଛନ୍ତି। ରାୟଗଡ଼ା ନିର୍ବାଚନମଣ୍ଡଳୀର ବିଜେଡି କର୍ମୀ ୟାଲା ଭେଙ୍କଟେଶ୍ୱର ରାଓ ଓରଫ୍‌ କୋଣ୍ଡାବାବୁଙ୍କ ନେତୃତ୍ୱରେ ରାୟଗଡ଼ା ଓ କାଶୀପୁର ବ୍ଲକ୍‌ର ବହୁ ଜଣ ଦଳ ଛାଡ଼ି ଭାଜପାରେ ମିଶିଛନ୍ତି। ଭୁବନେଶ୍ୱରସ୍ଥିତ ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଦଳର ରାଜ୍ୟ ସଭାପତି ମନମୋହଲ ସାମଲ ଉତ୍ତରୀୟ ଦେଇ ସମସ୍ତଙ୍କୁ ଦଳକୁ ସ୍ବାଗତ କରିଥିଲେ। ଏହି ମିଶ୍ରଣ ପର୍ବରେ ଲ୍ୟାମ୍ପସ ସଭାପତି ଚକ୍ରଧର ବିଡ଼ିକା, ପୂର୍ବତନ ଜିଲା ପରିଷଦ ସଭ୍ୟ କମଳଲୋଚନ ସାଉଁତା, ଆଇନଜୀବୀ ବିରଜା ପ୍ରସାଦ ପାତ୍ର, କେରେଡ଼ା ସରପଞ୍ଚ, ମୀନାରାଓ ତାଡ଼ିଙ୍ଗିଙ୍କ ସମେତ ଶତାଧିକ କର୍ମୀ ଭାଜପାରେ ଯୋଗଦେଇଛନ୍ତି। ମିଶ୍ରଣ ପର୍ବ ସମୟରେ ଭାଜପାର ରାୟଗଡ଼ା ଜିଲା ଉପସଭାପତି ପଦ୍ମନାଭ ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ ା
ପ୍ରକାଶ ଥାଉକି, ଭେଙ୍କଟେଶ୍ୱର ରାଓ ବିଜେଡିର ଜଣେ ପୁରାତନ କର୍ମୀ ଥିଲେ। ଗତ ଦିନରେ ଦଳରେ ଏକପ୍ରକାର ଗୋଷ୍ଠୀକନ୍ଦଳ ତୀବ୍ର ରୂପ ନେବାରୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭେଙ୍କଟେଶ୍ୱର ରାଓଙ୍କୁ ଜିଲା ପର୍ଯ୍ୟବେକ୍ଷକ ଦଳରୁ ବହିଷ୍କୃତ କରିଥିଲେ। ଭେଙ୍କଟେଶ୍ୱରଙ୍କ ବହିଷ୍କାରକୁ ନେଇ ତାଙ୍କ ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରିବା ସହ ବିଜେଡିରେ ତୁମ୍ବିତୋଫାନ ଦେଖାଦେଇଥିଲା। ବିଜେଡିର ଏହି ଗୋଷ୍ଠୀ କନ୍ଦଳ ଯୋଗୁ ସାଧାରଣ ନିର୍ବାଚନରେ ଦଳ କୋରାପୁଟ ଲୋକ ସଭା ଆସନ ହରେଇବା ସହିତ ଜିଲାର ୩ଟି ବିଧାନସଭା ଆସନ ମଧ୍ୟ ହାତରୁ ଖସିଯାଇଥିଲା। ଏବେ ଭେଙ୍କଟେଶ୍ୱର ରାଓ ଭାଜପାରେ ଯୋଗଦାନ କରିବା ପରେ କୋଣ୍ଡାବାବୁଙ୍କୁ ଜିଲାରେ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିପାରେ ବୋଲି ସମର୍ଥକଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି। ବହୁ କର୍ମୀଙ୍କ ଭାଜପାରେ ଯୋଗଦାନ ନେଇ ଜିଲା ଭାଜପା ସଭାପତି ଶିବ ପଟ୍ଟନାୟକଙ୍କୁ ପଚାରିବାରୁ କୋଣ୍ଡାବାବୁ ତାଙ୍କ ସହ ଏକ ମାସ ହେବ ପରାମର୍ଶରେ ରହିଥିଲେ ଏବଂ ଦଳରେ ମିଶିବା ନିଷ୍ପତ୍ତି ହୋଇଥିଲା ବୋଲି ସେ କହିଛନ୍ତି । ଏଥିସହ ଆଗାମୀ ଦିନରେ ରାୟଗଡା, ବିଷମକଟକ ଓ ଗୁଣପୁର ନିର୍ବାଚନମଣ୍ଡଳୀର ଆଗଧାଡ଼ିର ବହୁ ନେତା ଓ କର୍ମୀ ଭାଜପାରେ ଯୋଗଦେବେ ବୋଲି ସେ ସଙ୍କେତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri