ଭାଜପାରେ ଯୋଗଦେଲେ ବହୁ ବିଜେଡି କର୍ମୀ

ରାୟଗଡ଼ା,୧୭।୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି କର୍ମୀ ଶୁକ୍ରବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗଦେଇଛନ୍ତି। ରାୟଗଡ଼ା ନିର୍ବାଚନମଣ୍ଡଳୀର ବିଜେଡି କର୍ମୀ ୟାଲା ଭେଙ୍କଟେଶ୍ୱର ରାଓ ଓରଫ୍‌ କୋଣ୍ଡାବାବୁଙ୍କ ନେତୃତ୍ୱରେ ରାୟଗଡ଼ା ଓ କାଶୀପୁର ବ୍ଲକ୍‌ର ବହୁ ଜଣ ଦଳ ଛାଡ଼ି ଭାଜପାରେ ମିଶିଛନ୍ତି। ଭୁବନେଶ୍ୱରସ୍ଥିତ ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଦଳର ରାଜ୍ୟ ସଭାପତି ମନମୋହଲ ସାମଲ ଉତ୍ତରୀୟ ଦେଇ ସମସ୍ତଙ୍କୁ ଦଳକୁ ସ୍ବାଗତ କରିଥିଲେ। ଏହି ମିଶ୍ରଣ ପର୍ବରେ ଲ୍ୟାମ୍ପସ ସଭାପତି ଚକ୍ରଧର ବିଡ଼ିକା, ପୂର୍ବତନ ଜିଲା ପରିଷଦ ସଭ୍ୟ କମଳଲୋଚନ ସାଉଁତା, ଆଇନଜୀବୀ ବିରଜା ପ୍ରସାଦ ପାତ୍ର, କେରେଡ଼ା ସରପଞ୍ଚ, ମୀନାରାଓ ତାଡ଼ିଙ୍ଗିଙ୍କ ସମେତ ଶତାଧିକ କର୍ମୀ ଭାଜପାରେ ଯୋଗଦେଇଛନ୍ତି। ମିଶ୍ରଣ ପର୍ବ ସମୟରେ ଭାଜପାର ରାୟଗଡ଼ା ଜିଲା ଉପସଭାପତି ପଦ୍ମନାଭ ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ ା
ପ୍ରକାଶ ଥାଉକି, ଭେଙ୍କଟେଶ୍ୱର ରାଓ ବିଜେଡିର ଜଣେ ପୁରାତନ କର୍ମୀ ଥିଲେ। ଗତ ଦିନରେ ଦଳରେ ଏକପ୍ରକାର ଗୋଷ୍ଠୀକନ୍ଦଳ ତୀବ୍ର ରୂପ ନେବାରୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭେଙ୍କଟେଶ୍ୱର ରାଓଙ୍କୁ ଜିଲା ପର୍ଯ୍ୟବେକ୍ଷକ ଦଳରୁ ବହିଷ୍କୃତ କରିଥିଲେ। ଭେଙ୍କଟେଶ୍ୱରଙ୍କ ବହିଷ୍କାରକୁ ନେଇ ତାଙ୍କ ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରିବା ସହ ବିଜେଡିରେ ତୁମ୍ବିତୋଫାନ ଦେଖାଦେଇଥିଲା। ବିଜେଡିର ଏହି ଗୋଷ୍ଠୀ କନ୍ଦଳ ଯୋଗୁ ସାଧାରଣ ନିର୍ବାଚନରେ ଦଳ କୋରାପୁଟ ଲୋକ ସଭା ଆସନ ହରେଇବା ସହିତ ଜିଲାର ୩ଟି ବିଧାନସଭା ଆସନ ମଧ୍ୟ ହାତରୁ ଖସିଯାଇଥିଲା। ଏବେ ଭେଙ୍କଟେଶ୍ୱର ରାଓ ଭାଜପାରେ ଯୋଗଦାନ କରିବା ପରେ କୋଣ୍ଡାବାବୁଙ୍କୁ ଜିଲାରେ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିପାରେ ବୋଲି ସମର୍ଥକଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି। ବହୁ କର୍ମୀଙ୍କ ଭାଜପାରେ ଯୋଗଦାନ ନେଇ ଜିଲା ଭାଜପା ସଭାପତି ଶିବ ପଟ୍ଟନାୟକଙ୍କୁ ପଚାରିବାରୁ କୋଣ୍ଡାବାବୁ ତାଙ୍କ ସହ ଏକ ମାସ ହେବ ପରାମର୍ଶରେ ରହିଥିଲେ ଏବଂ ଦଳରେ ମିଶିବା ନିଷ୍ପତ୍ତି ହୋଇଥିଲା ବୋଲି ସେ କହିଛନ୍ତି । ଏଥିସହ ଆଗାମୀ ଦିନରେ ରାୟଗଡା, ବିଷମକଟକ ଓ ଗୁଣପୁର ନିର୍ବାଚନମଣ୍ଡଳୀର ଆଗଧାଡ଼ିର ବହୁ ନେତା ଓ କର୍ମୀ ଭାଜପାରେ ଯୋଗଦେବେ ବୋଲି ସେ ସଙ୍କେତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri