ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା ଗସ୍ତ ନିଷ୍ପତ୍ତିକୁ ପରୋକ୍ଷ ଭାବେ ଟାର୍ଗେଟ୍‌ କରିଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି, ନବୀନ ବାବୁ ୨୪ ବର୍ଷ ଶାସନ କରିଛନ୍ତି। କିନ୍ତୁ ସାରା ରାଜ୍ୟ ବୁଲି ପାରି ନାହାନ୍ତି। ବିରୋଧୀଦଳ ନେତା ଭାବେ ଏବେ ରାଜ୍ୟ ବୁଲିଲେ କିଛି ଜ୍ଞାନ ଆହରଣ କରିବେ। ୨୪ ବର୍ଷର ତାଙ୍କ ଶାସନରେ ରାଜ୍ୟବାସୀ କିପରି ଅଛନ୍ତି ଜାଣି ପାରିବେ। ବିରୋଧୀଦଳ ଶକ୍ତିଶାଳୀ ହେଲେ ଗଣତନ୍ତ୍ର ପାଇଁ ଭଲ।

ଆଉ କିଛି ନେତା ଭାଜପାକୁ ଆସିବା ପ୍ରଶ୍ନରେ ମନମୋହନ କହିଛନ୍ତି, ଆମ ଦ୍ବାର ସବୁବେଳେ ଖୋଲା ଅଛି, ଯେଉଁମାନଙ୍କୁ ଉଚିତ ଭାବିବୁ ସେମାନଙ୍କୁ ନେବୁ। ରାଜ୍ୟରେ ୨୨ ମାସ ଏବଂ କେନ୍ଦ୍ରର ୧୨ ବର୍ଷ ଶାସନରେ ଆମେ ଲୋକଙ୍କ ପାଖରେ ପହଞ୍ଚିଛୁ। ଆମ କାର୍ଯ୍ୟକର୍ତ୍ତା ଅହରହ କାର୍ଯ୍ୟ କରୁଛନ୍ତି। ଏହି କାରଣରୁ ଭାଜପା ଶକ୍ତିଶାଳୀ ହେଉଛି।

 

Dharitri – Odisha’s No.1 Odia Daily