ଦିଲ୍ଲୀରୁ ଫେରି ମନମୋହନ କଲେ ବଡ଼ ଘୋଷଣା! ଦିଲ୍ଲୀରେ ତାଲିକା…

ଭୁବନେଶ୍ବର, ୯।୮: ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରୁ ଫେରିବା ପରେ ଗଣମାଧ୍ୟମରେ ବଡ଼ ବୟାନ ଦେଇଛନ୍ତି। ରାଜ୍ୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ନିଗମ, ବୋର୍ଡ ଓ କମିଟି ନିଯୁକ୍ତି ନେଇ ରଖିଛନ୍ତି ବଡ଼ ପ୍ରତିକ୍ରିୟା। ସେ କହିଛନ୍ତି, ତାଲିକା ଦିଲ୍ଲୀରେ ନୁହେଁ, ବରଂ ଓଡ଼ିଶାରେ ହିଁ ପ୍ରସ୍ତୁତ ହେବ। ଏହା ସହିତ ସେ କହିଛନ୍ତି ଯେ, ଆଗାମୀ ୧୫ କିମ୍ବା ୨୦ ତାରିଖ ପରେ ନିଗମ, ବୋର୍ଡ ଓ କମିଟି ଗଠନ ହୋଇପାରେ, ତେବେ ବର୍ତ୍ତମାନ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇ ନାହିଁ।

ମନମୋହନ ସାମଲ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ବୈଠକ କରିଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଦଳୀୟ ନେତାମାନଙ୍କ ସହ ଆଲୋଚନା ଓ ଚର୍ଚ୍ଚା ପରେ ନିଷ୍ପତ୍ତି ନିଆଯିବ।” ଏହା ସହିତ ସେ ସଙ୍ଗଠନିକ କାର୍ଯ୍ୟ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ ଦିଲ୍ଲୀରେ ଆଲୋଚନା ହୋଇଥିବା ଉଲ୍ଲେଖ କରିଛନ୍ତି।

ଏହା ପୂର୍ବରୁ ରାଜ୍ୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା, କିନ୍ତୁ ସଭାପତି ସ୍ପଷ୍ଟ କରିଛନ୍ତି ଯେ ଦିଲ୍ଲୀରେ ଏହି ବିଷୟରେ କୌଣସି ଆଲୋଚନା ହୋଇ ନାହିଁ। ତେବେ, ନିଗମ ଓ ବୋର୍ଡ ନିଯୁକ୍ତି ନେଇ ରାଜ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଛି। ଅନେକ ନେତା ଏହି ପଦବୀ ପାଇଁ ଆଶାୟୀ ଥିବା ବେଳେ, ସଙ୍ଗଠନରେ ସ୍ଥାନ ନପାଇବା ନେତାମାନଙ୍କୁ ନିଗମ ଓ ବୋର୍ଡରେ ସ୍ଥାନ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ତଣ୍ଟି ଚିପି ମାରିବାକୁ ହତ୍ୟା ଉଦ୍ୟମ, ସ୍ବାମୀଙ୍କୁ ବାନ୍ଧି କୋର୍ଟଚାଲାଣ କଲା ପୋଲିସ

ଦିଗପହଣ୍ଡି,୧୭ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ବୁଡୁ ବେହେରା ତାଙ୍କ ସ୍ତ୍ରୀ ସୁଶୀଳା ବେହେରାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା…

ସୋଫିଆ ଫିର୍ଦ୍ଦୋସ କଂଗ୍ରେସରୁ ନିଲମ୍ବିତ ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ: ମୋ ଝିଅକୁ କରାଯାଉଥିଲା…

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

ବାଘ ଘାସ ଖାଇବାର କାଲି ଦେଖିଲି, କାହାକୁ ଏମିତି କହିଦେଲେ ଭକ୍ତ ଦାସ

କଟକ,୧୭।୩(ପ୍ରଭୁ କଲ୍ୟାଣ ପାଲ): ରାଜ୍ୟ ସଭା  ନିର୍ବାଚନରେ  ୩ କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ନେଇ ବିଧାୟକ, ବିଧାୟିକାଙ୍କୁ  ନିଲମ୍ବନ କରାଯାଇଛି। ଏହି ପ୍ରସଙ୍ଗରେ ପିସିସି  ସଭାପତି…

ପାକିସ୍ତାନ ଉପରେ ନିଆଁବାଣ ହେଲା ଭାରତ: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କଲା ଦାବି

ଇସଲାମାବାଦ୍‌,୧୭।୩: ପାକିସ୍ତାନ ଦ୍ୱାରା ହୋଇଥିବା କଥିତ ବିମାନ ଆକ୍ରମଣରେ କାବୁଲରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ଘଟଣା…

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମା’ ମଧ୍ୟ ମ୍ୟାଟରନିଟି ଲିଭ୍ ପାଇବା ହକଦାର

ନୂଆଦିଲ୍ଲୀ,୧୭।୩: ସୁପ୍ରିମକୋର୍ଟ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ରାୟ ଦେଇଛନ୍ତି ଯେ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା…

ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୧୭।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାର୍ଚ୍ଚ ୧୯ ରୁ ୨୧ ପର୍ଯ୍ୟନ୍ତ ତିନି ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ରହିବେ। ଏହି ସମୟ ମଧ୍ୟରେ ସେ ଅଯୋଧ୍ୟା,…

ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ କାହିଁକି ଫାଇଟର ଜେଟ ବ୍ୟବହାର କରୁନାହିଁ ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ତେହରାନ୍‌,୧୭।୩: ଏବେବି ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଜାରି ରହିଛି, ଯାହା ଏହାର ୧୮ ତମ ଦିନ ପୂରଣ କରୁଛି। ‘ଅପରେଶନ ଏପିକ ଫ୍ୟୁରି’…

ବାଚସ୍ପତିଙ୍କୁ ଚିଠି ଲେଖିଲେ ରାମଚନ୍ଦ୍ର କାଡ଼ାମ, ୩ ବିଧାୟକଙ୍କ ସିଟ୍‌…

ଭୁବନେଶ୍ୱର,୧୭।୩: ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ସେ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି, କ୍ରସ ଭୋଟିଂ କରିଥିବା ୩ ବିଧାୟକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri