ଭୁବନେଶ୍ୱର,୨୧ା୯: ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ମା’ ସମଲେଇଙ୍କ ଧବଳମୁଖୀ ବେଶ ଦର୍ଶନ କରିବାକୁ ସମ୍ବଲପୁରରେ ପହଞ୍ଚିଛନ୍ତି। ଏହି ସମୟରେ ମନମୋହନ ନୂଆପଡ଼ା ଉପନିର୍ବାଚନକୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ନୂଆପଡ଼ା ଉପନିର୍ବାଚନରେ ଏଥର ପଦ୍ମ ଫୁଟିବ। ଏଥିସହିତ ସେ ଚାଷୀଙ୍କୁ ବୋନସ ଏବଂ ବିକାଶକୁ ନେଇ ଏଥର ଉପନିର୍ବାଚନ ମୁଖ୍ୟ ପ୍ରସଙ୍ଗ ରହିଥିବା କହିଛନ୍ତି।
ମନମୋହନ ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ମଧ୍ୟ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ପାର୍ବଣ ପୂର୍ବରୁ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ହେବ ନାହିଁ


