ପାଣ୍ଡିଆନଙ୍କୁ ଟାର୍ଗେଟ ପରେ ଶ୍ରିମୟୀଙ୍କୁ ‘ମଡର୍ଣ୍ଣ ମନ୍ଥରା’ କହି କଟାକ୍ଷ କଲେ ମନ୍ମଥ ରାଉତରାୟ

ଭୁବନେଶ୍ୱର,୧୬।୯: ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ କଟାକ୍ଷ କରି ବିଜେଡି ନେତା ମନ୍ମଥ ରାଉତରାୟ କହିଛନ୍ତି ଯେ, ”ସେ ପ୍ରତିକୂଳ ସମୟରେ ନବୀନ ପଟ୍ଟନାୟକଙ୍କୁ ଇଙ୍ଗିତ କରି ଅଭଦ୍ର ଆଚରଣ କରୁଛନ୍ତି। ରାଉତରାୟ ଅଭିଯୋଗ କରିଛନ୍ତି, ଶ୍ରୀମୟୀ ଦଳରୁ ପୋଷ୍ଟିଂ, ଆଲାଉନ୍ସ ଓ ସୁବିଧା ପାଇ ନିଜକୁ “ମହାରାଣୀ” ଭାବୁଥିଲେ, କିନ୍ତୁ ସ୍ୱପ୍ନ ଭାଙ୍ଗିବା ପରେ ସେ ବିଚଳିତ ହୋଇ ମାନସିକ ସ୍ଥିତି ହରାଇଛନ୍ତି। ସେ ତାଙ୍କୁ “ମଡର୍ଣ୍ଣ ଯୁଗର ମନ୍ଥରା” ଆଖ୍ୟା ଦେଇ କହିଛନ୍ତି, ସେ ନିଜ ସ୍ୱାର୍ଥ ପାଇଁ ଦଳରେ ବିଭେଦ ସୃଷ୍ଟି କରୁଛନ୍ତି। ରାଉତରାୟ ମଜାଳିଆ ଢଙ୍ଗରେ କହିଛନ୍ତି, ଶ୍ରୀମୟୀଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ବିଜେଡି ଡାକ୍ତର ପଠାଇବା ଉଚିତ।”

ଏହା ପୂର୍ବରୁ ଶ୍ରୀମୟୀ ସୋସିଆଲ ମିଡିଆରେ ‘ଧୃତରାଷ୍ଟ୍ର’ ଆକ୍ଷେପ ପରେ ‘ସନ୍ନ୍ୟାସୀ’ ବିଷୟରେ ପୋଷ୍ଟ କରି ବିଜେଡି ନେତା ପାଣ୍ଡଆନଙ୍କୁ କଟାକ୍ଷ କରିଛନ୍ତି। ସେ କହିଥିଲେ, ସନ୍ନ୍ୟାସୀମାନେ ଜଗତର ମଙ୍ଗଳ କାମନା କରନ୍ତି, କିନ୍ତୁ ଆଜିର କେତେକ ସନ୍ନ୍ୟାସୀ ଜଗନ୍ନାଥଙ୍କ ନାମରେ ଅନ୍ୟଙ୍କ ପାଇଁ ଗାତ ଖୋଳୁଛନ୍ତି, ଯାହା ଶେଷରେ ନିଜେ ଗାତରେ ପଡ଼ୁଛନ୍ତି। ଏହି ବିବାଦ ବିଜେଡି ଭିତରେ ଅସନ୍ତୋଷକୁ ଆହୁରି ବଢାଇଛି।

Share