ପ୍ରେମ ପଟ୍ଟନାୟକଙ୍କୁ ନେଇ ସଙ୍କେତ ଦେଲେ ମନ୍ମଥ, ଆଜି ନବୀନ କରିବେ ବଡ଼ ଘୋଷଣା

ଭୁବନେଶ୍ୱର,୨୨।୮: ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ଜାଣିବା ପାଇଁ ତାଙ୍କ ବ ଭାଇ ପ୍ରେମ ପଟ୍ଟନାୟକ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଗତ କିଛି ଦିନ ହେବ ନବୀନ ପଟ୍ଟନାୟକ ଅସୁସ୍ଥ ଥିଲେ ଏବଂ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ବର୍ତ୍ତମାନ ସେ ଡିସଚାର୍ଜ ହୋଇଛନ୍ତି।

ତେବେ ଏନେଇ ବିଜେଡି ନେତା ମନ୍ମଥ ରାଉତରାୟ ବଡ଼ ବୟାନ ଦେଇଛନ୍ତି। ପ୍ରେମ ପଟ୍ଟନାୟକଙ୍କୁ ନେଇ ସଙ୍କେତ ଦେଇଛନ୍ତି ମନ୍ମଥ। ସୂଚନା ଅନୁଯାୟୀ, ଆଜି ସଂଧ୍ୟାରେ ନବୀନ ନିବାସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ, ଯେଉଁଥିରେ ପ୍ରେମ ପଟ୍ଟନାୟକ ବରିଷ୍ଠ ନେତାମାନଙ୍କୁ ଭେଟିବେ। ଏହି ବୈଠକରେ ବିଜେଡିର ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ଓ ଦଳର ଭବିଷ୍ୟତ ରଣନୀତି ନେଇ ଆଲୋଚନା ହେବାର ସମ୍ଭାବନା ରହିଛି।

ସେ ଏହି ବୈଠକକୁ ନେଇ କହିଛନ୍ତି ଯେ ଅଭିଜ୍ଞ ନେତାମାନଙ୍କୁ ସାମିଲ କରି ଦଳର ସାଂଗଠନିକ ସ୍ଥିତିକୁ ମଜବୁତ କରିବା ପାଇଁ ଏହା ଏକ ପ୍ରୟାସ। ସେ ଆହୁରି ମଧ୍ୟ ଇଙ୍ଗିତ ଦେଇଛନ୍ତି ଯେ ଏହି ବୈଠକରେ ପ୍ରେମ ପଟ୍ଟନାୟକଙ୍କ ଭୂମିକା ଏବଂ ଦଳର ଭବିଷ୍ୟତ ଯୋଜନା ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ନବୀନ ନିବାସରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକକୁ ନେଇ ରାଜନୈତିକ ମହଲରେ ହଲଚଲ ଦେଖାଦେଇଛି। ବିଜେଡି ନେତୃତ୍ୱ ଏହି ବୈଠକ ମାଧ୍ୟମରେ ଆଗାମୀ ଦିନରେ ଦଳର ରଣନୀତିକୁ କିପରି ଆଗେଇ ନେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସୂଚନା ଅନୁଯାୟୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ତାଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ତୁରନ୍ତ ଭୁବନେଶ୍ୱର ଆସିଛନ୍ତି। ଏଥିସହ ତାଙ୍କ ସ୍ତ୍ରୀ ତଥା ନବୀନଙ୍କ ଭାଉଜ ମଧ୍ୟ ଆସିଛନ୍ତି। ତେବେ ପ୍ରେମ ପଟ୍ଟନାୟକଙ୍କ ଏହି ଆଗମନ ନବୀନଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି। ଏଥିସହ ଓଡ଼ିଶା ରାଜନୈତିକ ମହଲରେ ମଧ୍ୟ ହଲଚଲ ଦେଖିବାକୁ ମିଳିଛି। କାରଣ ଦେଖାଯାଇଛି ନବୀନଙ୍କ ପରିବାର ଲୋକ ସେମିତି କିଛି ବଡ଼ ଘଟଣା ନ ହେଲେ ଭୁବନେଶ୍ୱର ଆସି ନ ଥାନ୍ତି। କିଛି ବଡ଼ କାରଣ ଥିଲେ ସେ ଆସନ୍ତି। କିନ୍ତୁ ଏବେ ନବୀନଙ୍କ ଦେହ ଖରାପ ଯୋଗୁ ସେ ଆସିଥାପାରନ୍ତି। ହେଳେ ନବୀନଙ୍କ ଭଉଣୀ ଗୀତା ମେହେଟ୍ଟା ସବୁବେଳେ ଓଡ଼ିଶା ଆସନ୍ତି। କିନ୍ତୁ ପ୍ରେମ ପଟ୍ଟନାୟକ ଆସନ୍ତିନି। ଗତ କିଛିଦିନ ଧରି ନବୀନ ଓ ପାଣ୍ଡିଆନଙ୍କ ଭିଡିଓ ଭାଇରାଲ ଭିତରେ ପ୍ରେମ ପଟ୍ଟନାୟକ ଭୁବନେଶ୍ୱର ଆସିବା ଓଡ଼ିଶା ରାଜନୀତିରେ ହଇଚଇ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?