ମ୍ୟାଙ୍ଗୋ ଶେକ୍‌

ଆବଶ୍ୟକ ସାମଗ୍ରୀ

ପାଚିଲା ଆମ୍ବ- ୨ଟି (ବଡ଼), କ୍ଷୀର- ୪ କପ୍‌, ଚିନି- ୪ ଛୋଟ ଚାମଚ, ଗୁଜୁରାତି- ୧ଟି, ବରଫ କ୍ୟୁବ- ୮-୧୦ ଖଣ୍ଡ

ପ୍ରସ୍ତୁତି ପ୍ରଳାଣୀ-
ମ୍ୟାଙ୍ଗୋ ଶେକ୍‌ କରିବା ପାଇଁ ଆମ୍ବକୁ ଧୋଇ ଚୋପା ଛଡାଇ ଦିଅନ୍ତୁ। ଏହାପରେ ଆମ୍ବକୁ ଛୁରିରେ ଟାକୁଆରୁ ବାହାର କରି ଦିଅନ୍ତୁ। ଆମ୍ବ ସହିତ କ୍ଷୀର, ଚିନି, ଗୁଜୁରାତି ଓ ବରଫ ପକାଇ ଭଲଭାବେ ଗ୍ରାଇଣ୍ଡିଂ କରନ୍ତୁ। ସବୁ ଭଲଭାବେ ମିଶିଯିବା ପରେ ଏହି ଆମ୍ବ ରସକୁ ଗ୍ଲାସକୁ ଢାଳି ଦିଅନ୍ତୁ। ଏହାପରେ ନଡ଼ିଆ ଏବଂ ଚେରି ପକାଇ ସର୍ଭ କରନ୍ତୁ।