ଅପରିଷ୍କାର ହୋଇପଡ଼ିଛି ମଙ୍ଗଳା ନଦୀ

ପୁରୀ,୨୧ା୬(ଅଜିତ୍‌ କୁମାର ମହାନ୍ତି): ପୁରୀ ସଦର ବ୍ଲକ ସମଙ୍ଗରା ପଞ୍ଚାୟତ ଅନ୍ତର୍ଗତ ଖଡ଼ିପଦା ଗ୍ରାମର ମେଳଣ ପଡ଼ିଆରେ ଗୁରୁବାର ସମାଜସେବୀ ସୂର୍ଯ୍ୟନାରାୟଣ ରଥଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳା ନଦୀ ଅପରିଷ୍କାର ହୋଇପଡ଼ିଥିବାରୁ ଏହାର ପୁନରୁଦ୍ଧାର ପାଇଁ ବୈଠକରେ ଦାବି କରାଯାଇଛି। ନଦୀ ଉଭୟ ପାଶର୍‌ବ ସଂଲଗ୍ନ ଗ୍ରାମଗୁଡ଼ିକର ଅଧିବାସୀମାନେ ଏକାଠି ହୋଇ ଏହି ଦାବି ଉଠାଇବା ସହ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରିଛନ୍ତି। ଶିକ୍ଷାବିତ ସୁକାନ୍ତ କୁମାର ମହାନ୍ତି ଉପସ୍ଥିତ ସଦସ୍ୟମାନଙ୍କୁ ‘ମଙ୍ଗଳା ନଈ ବଞ୍ଚାଅ’ ଅଭିଯାନକୁ ଆଗେଇନେବା ଦିଗରେ ପୂର୍ଣ୍ଣ ସହଯୋଗ ଅକ୍ଷୁଣ୍ଣ ରଖିବା ପାଇଁ ପରାମର୍ଶ ଦେଇଛନ୍ତି। ବୈଠକରେ ଗଠନ ହୋଇଥିବା ‘ମଙ୍ଗଳା ନଦୀ ସୁରକ୍ଷା କ୍ରିୟାନୁଷ୍ଠାନ କମିଟି’ର ସଦସ୍ୟ ଭାବେ ସୂର୍ଯ୍ୟନାରାୟଣ ରଥ, ସୁକାନ୍ତ କୁମାର ମହାନ୍ତି, ସୁଧାଂଶୁ କୁମାର ଜେନା, ଚନ୍ଦନ ବାରିକ, ଦୀପକ ସ୍ବାଇଁ, ମଧୁସୂଦନ ସାହୁ ଓ ଲୋକନାଥ ସାହୁଙ୍କୁ ମନୋନୀତ କରାଯାଇ ଆବଶ୍ୟକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ କୁହାଯାଇଛି।
ମଙ୍ଗଳା ନଦୀ ଅପରିଷ୍କାର ହୋଇ ପଡ଼ିଥିବା ନେଇ ବୈଠକରେ ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ସେମାନେ କହିଥିଲେ ଯେ, ବହୁ ପୁରାତନ ମଙ୍ଗଳା ନଈ ଅପରିଷ୍କାର ହୋଇଥିବାରୁ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ପୁରୀ ସହରର ଡ୍ରେନ୍‌ ପାଣି ସବୁ ସ୍ବେରେଜ ନାଳ ମାଧ୍ୟମରେ ଉକ୍ତ ନଈରେ ପଶୁଛି। ମୂଷା ନଈ ଭଳି ମଙ୍ଗଳା ନଈ ମଧ୍ୟ ଅନାବନା ଗଛଲତା ଓ ଦଳରେ ଭର୍ତ୍ତି ହୋଇଗଲାଣି। ନଈରେ ସର୍ପ ଓ ବିଭିନ୍ନ ରୋଗ ସୃଷ୍ଟିକାରୀ କୀଟ ସୃଷ୍ଟି ହେଲେଣି। ନଈପାଣି ବିଷାକ୍ତ ହୋଇଯାଇଛି। ଏଥିଯୋଗୁ ୫ ହଜାର ଲୋକ ପ୍ରଭାବିତ ହେଉଛନ୍ତି। ନଈର ଅନେକ ଜାଗା ଜବରଦଖଲ ହୋଇଛି। ଏ ସମ୍ପର୍କରେ ବିିଭିନ୍ନ ଦଳର ନେତାଙ୍କୁ ଅଭିଯୋଗ ଜଣାଇ ମଧ୍ୟ ନିରାଶ ହେବାକୁ ପଡ଼ିଛି। ତେଣୁ ଏହି ଐତିହାସିକ ନଈର ପୁନରୁଦ୍ଧାର ପାଇଁ ଗ୍ରାମବାସୀ ଅଣ୍ଟା ଭିଡ଼ିଛନ୍ତି। ସଂସ୍କୃତି ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ମଙ୍ଗଳା ନଦୀ। କୃଷ୍ଣ ଜନ୍ମ ଦିବସ ପରଦିନ ଏହି ନଈକୂଳରେ ଯମୁନା ଗାଧୁଆ ଉତ୍ସବ ମହାସମାରୋହରେ ପାଳନ କରାଯାଏ। ଲୋକଙ୍କ ଯାତାୟାତ ପାଇଁ ପୁରୀର ପ୍ରଥମ ଏମ୍‌ପି ଲୋକନାଥ ମିଶ୍ର ଓ ସ୍ଥାନୀୟ ନେତା ରାମହରି ରଥଙ୍କ ଦ୍ୱାରା ମଙ୍ଗଳାଘାଟ ସେତୁ ନିର୍ମାଣ ହୋଇଥିଲା। ମଙ୍ଗଳା ନଈକୁ ସ୍ବଚ୍ଛ ଓ ବ୍ୟବହାରଯୋଗ୍ୟ କରିବା ପାଇଁ ସରକାରଙ୍କ ନିକଟରେ ଗ୍ରାମବାସୀଙ୍କ ପକ୍ଷରୁ ଦାବି ଉପସ୍ଥାପନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri