ନୂଆ ବର୍ଷରେ ଏହି ୩ ରାଶିଙ୍କ ଟେନସନ୍‌ ବଢ଼ାଇବେ ମଙ୍ଗଳ; ଧନହାନୀ ସହ ଆସିପାରେ ଏସବୁ ସମସ୍ୟା

ଆଉ ଦିନ କେଇଟାରେ ବିଦାୟ ନେବ ବର୍ଷ ୨୦୨୪। ଆସିବ ନୂଆ ବର୍ଷ ୨୦୨୫। ଏହାକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି। ଏମିତିରେ ଅନେକେ ବର୍ଷଟି କାହାପାଇଁ ଭଲ ଯିବ ତାହା ଜାଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଆସନ୍ତୁ ତାହା ଜାଣିବା।
ଜ୍ୟୋତିଷଶାସ୍ତ୍ରରେ ମଙ୍ଗଳ ଗ୍ରହ ହେଉଛନ୍ତି ଶକ୍ତି, ସାହସ ଏବଂ ଉର୍ଜାର ପ୍ରତୀକ। ଏହି ଗ୍ରହକୁ ଗ୍ରହର ସେନାପତି ବୋଲି କୁହାଯାଏ। ବୈଦିକ ଜ୍ୟୋତିଷ ଅନୁଯାୟୀ, ପ୍ରତି ୪୫ ଦିନରେ ମଙ୍ଗଳ ରାଶି ପରିବର୍ତ୍ତନ କରିଥାନ୍ତି। ୨୦୨୫ରେ ଏହା ୭ ଥର ରାଶି ପରିବର୍ତ୍ତନ କରି। ଏହାର ପ୍ରଭାବ ସମସ୍ତ ୧୨ ରାଶି ଜାତକଧାରୀଙ୍କ ଉପରେ ପଡ଼ିବାକୁ ଥିଲେ ହେଁ ଏଭଳି ୩ ରାଶି ଅଛି ଯାହାଙ୍କ ପାଇଁ ନୂଆ ବର୍ଷ ସଂଘର୍ଷପୂର୍ଣ୍ଣ ହୋଇପାରେ।
-ବୃଷ ରାଶି: ଏହି ରାଶିର ଜାତକଧାରୀଙ୍କ ପାଇଁ ମଙ୍ଗଳର ରାଶି ପରିବର୍ତ୍ତନ ମିଶ୍ରିତ ଫଳ ଆଣିବ। ଏହି ୨୦୨୫ ବର୍ଷ ଆପଣଙ୍କୁ ସାବଧାନ ରହିବାକୁ ହେ। ବିଶେଷକରି ଆପଣଙ୍କୁ ସ୍ବାସ୍ଥ୍ୟର ଯତ୍ନ ନେବାକୁ ହେବ। ରୋଗଗ୍ରସ୍ତ ହେବାର ସମ୍ଭାବନା ରହିଛି। ଚାକିରିରେ ଥିବା ବ୍ୟକ୍ତି ଧନହାନୀର ସମ୍ମୁଖୀନ ହୋଇପାରନ୍ତି। ଋଣ ଦେବା-ନେବା ମହଙ୍ଗା ପଡ଼ିପାରେ। ନବବିବାହିତଙ୍କ ଜୀବନରେ ଚିନ୍ତା ବଢ଼ିପାରେ। ଘରର ବୃଦ୍ଧଙ୍କ ସହ ମତାନ୍ତର ହୋଇପାରେ। ବ୍ୟବସାୟୀଙ୍କର ଆଶା ମୁତାବକ ଲାଭ ମିଳି ନ ପାରେ। ଆତ୍ମବିଶ୍ୱାସର ଅଭାବ ପଡ଼ିପାରେ।
ଧନୁ ରାଶି: ଧନୁ ରାଶି ଜାତକଧାରୀଙ୍କ ପାଇଁ ମଙ୍ଗଳର ରାଶି ପରିବର୍ତ୍ତନ ଆଥିିକ ଏବଂ ବ୍ୟକ୍ତିଗତ ଜୀନରେ ଅସୁବିଧା ଆଣିପାରେ। ଯିଏ ପୂର୍ବରୁ ଋଣ କରିଛନ୍ତି, ସେ ତାହାକୁ ପରିଶୋଧ କରିପାରିେ ନାହିଁ। ଛାତ୍ରଙ୍କ ମନ ପାଠପଢ଼ାରେ ଲାଗିବ ନାହିଁ। ଯୁବକମାନଙ୍କୁ ବନ୍ଧୁଙ୍କ ଝଗଡ଼ା କାରଣରୁ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ।  ଟଙ୍କାପଇସାର ଅଭାବ ପଡ଼ିପାରେ। ଚାକିରି ବଦଳାଇବାର ନିଷ୍ପତ୍ତି ଠିକ୍‌ ରହିବ ନାହିଁ। ଯେକୌଣସି କାର୍ଯ୍ୟରେ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ।
ମକର ରାଶି: ଏହି ରାଶିର ବ୍ୟକ୍ତି ୨୦୨୫ରେ ସାବଧାନ ରୁହନ୍ତୁ। ଏହି ସମୟ ଆପଣଙ୍କ ପାଇଁ ସମ୍ପର୍କ ଏବଂ କ୍ୟାରିୟରରେ ସମସ୍ୟା ଆଣିପାରେ। ଅବିବାହିତ ଲୋକଙ୍କର ବିବାହର ସମ୍ଭାବନା କମ୍‌, ଯିଏ ସମ୍ପର୍କରେ ଅଛନ୍ତି ତାଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ଚାକିରି କ୍ଷେତ୍ରରେ ମାଲିକଙ୍କ ସହ ଝଗଡ଼ା ହୋଇପାରେ। କଳା ଏବଂ ସଙ୍ଗୀତ ସହ ଜଡ଼ିତ ଲୋକଙ୍କୁ ଆର୍ଥିକ କ୍ଷତି ହୋଇପାରେ। ଛାତ୍ରଙ୍କ ମନ ପାଠପଢ଼ାରେ ଲାଗି ନ ପାରେ। ଏଣୁ ପରୀକ୍ଷା ଖରାପ ହୋଇପାରେ। ଏହି ସମୟରେ ହେଉଥିବା କାମ ଖରାପ ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri