ରାଜ୍ୟରେ ଡିସେମ୍ବର ୨୫ରୁ ଖୋଲିବ ମଣ୍ଡି

ଭୁବନେଶ୍ୱର,୧୯ା୧୧: ରାଜ୍ୟରେ ଆସନ୍ତା ଡିସେମ୍ବର ୨୫ରୁ ମଣ୍ଡି ଖୋଲିବ। ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଧାନ ନେବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଗୋଦାମ ଖାଲି କରିବା ପାଇଁ ମିଲରଙ୍କୁ ବି ଦାୟିତ୍ୱ ଦିଆଯାଇଛି। ପଞ୍ଜୀକୃତ ସମସ୍ତ ଚାଷୀଙ୍କଠାରୁ ଧାନ କିଣାଯିବ। ୩୨ଟି ମଡେଲ ମଣ୍ଡି ପାଇଁ ଟେଣ୍ଡର ହୋଇଛି। ଏଥିପାଇଁ ୩୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ମନ୍ତ୍ରୀ କହିଛନ୍ତି।

Dharitri – Odisha’s No.1 Odia Daily

Share
Tags: mandipaddy