ମକଦ୍ଦମା ଲଢ଼ିବା ପାଇଁ ମାନସଙ୍କ ବାପା ୩ ମାଣ ଜମି ବିକିବେ

ନୟାଗଡ଼ ଅଫିସ/ରଣପୁର,୨୪।୩(ସ୍ବ.ପ୍ର.): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣା ଭିନ୍ନ ମୋଡ଼ ନେଇଛି । ମାନସଙ୍କ ହତ୍ୟାକାରୀ ଓ ଏହି ଘଟଣାରେ ସହଯୋଗ କରିଥିବା ମନ୍ତ୍ରୀ, ପୂର୍ବତନ ଅଧିକାରୀ ଓ ବଡ଼ବଡ଼ିଆଙ୍କୁ ଦଣ୍ଡ ଦେବା ପାଇଁ ମାନସଙ୍କ ବାପା ପଞ୍ଚାନନ ସ୍ବାଇଁ ଅଣ୍ଟା ଭିଡ଼ିଛନ୍ତି। ପୁଅକୁ ନ୍ୟାୟ ଦେବାକୁ ସେ ନିଜର ଜମି ବିକ୍ରି ପାଇଁ ନିଷ୍ପତ୍ତି ନେଇଛନ୍ତି । ଆବଶ୍ୟକ ପଡ଼ିଲେ ସେ ସମସ୍ତ ସମ୍ପତ୍ତି ବିକ୍ରି କରିଦେବେ ବୋଲି କହିଛନ୍ତି।

ବୁଧବାର ଗଣମାଧ୍ୟମ ଆଗରେ ପଞ୍ଚାନନ କହିଛନ୍ତି, ମାନସଙ୍କ ହତ୍ୟା ଆମ ପରିବାରର ସମସ୍ତ ସଦସ୍ୟଙ୍କୁ ଦୋହଲାଇ ଦେଇଛି। ଏଥିରେ ବହୁ ବଡ଼ ଲୋକ ସାମିଲ ଅଛନ୍ତି। ମାନସ ଏମିତି କ’ଣ ଅପରାଧ କରିଥିଲା ଯେ ତାକୁ ଚକ୍ରାନ୍ତ କରି ହତ୍ୟା କରାଗଲା। ହତ୍ୟା ପରେ ହତ୍ୟାକାରୀ ଓ ସହଯୋଗୀଙ୍କୁ ସୁରକ୍ଷା ଦିଆଯାଇ ଏହି ଘଟଣାକୁ ଚାପି ଦେବା କ’ଣ ଠିକ୍‌, ତଦନ୍ତ ବାଟବଣା କରା ନ ଯାଉ। ଏଣୁ ମୁଁ ଓ ମୋ ପରିବାରର ସଦସ୍ୟମାନେ ଜମି ବିକ୍ରି କରି ମକଦ୍ଦମା ଲଢ଼ିବାକୁ ନିଷ୍ପତ୍ତି ନେଇଛୁ। ରୋଜଗାରିଆ ପୁଅ ଚାଲିଗଲା ପରେ ଆମେ ଆର୍ଥିକ ଅନଟନ ମଧ୍ୟରେ ଦିନ କାଟୁଛୁ ା ସମ୍ବଳ ନ ଥିବାରୁ ଓଡ଼ପଡ଼ା ମୌଜାରେ ଥିବା ୩ ମାଣ ଜମି ବିକ୍ରି ପାଇଁ ଆମେ ନିଷ୍ପତ୍ତି ନେଇଛୁ। ଯିଏ ଜମି କିଣିବେ ତାଙ୍କଠାରୁ ଅଗ୍ରିମ ଦେଢ଼ ଲକ୍ଷ ଆଣି ସାରିଛୁୁ। କିଛି ଦିନ ପରେ ଜମି ରେଜିଷ୍ଟ୍ରି କରିଦେବୁ ବୋଲି ସ୍ଥିର ହୋଇଛି। ଅଧିକ ଟଙ୍କା ଆବଶ୍ୟକ ପଡିଲେ ଘରବାଡ଼ି ମଧ୍ୟ ବିକ୍ରି କରିଦେବୁ ବୋଲି କ୍ଷୋଭର ସହ ପଞ୍ଚାନନ କହିଛନ୍ତି। ଅନ୍ୟପକ୍ଷେ ପୁଅକୁ ନ୍ୟାୟ ଦେବାକୁ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri