ଜେଲରେ ଥାଇ ସଙ୍ଗଠନ ଚଳାଉଛନ୍ତି ମାନସ

ଖୋର୍ଦ୍ଧା ଅଫିସ, ୩୦।୯: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳରେ ମାନବବାଦ ସଙ୍ଗଠନର ସମର୍ଥକମାନେ ପୁଣି ଆତଙ୍କରାଜ ଚଳାଇଥିବା ଅଭିଯୋଗ ହୋଇଛି। ଏ ନେଇ ଏକ ଭିଡିଓ ଭାଇରାଲ ହେବା ପରେ ଏହି ସଙ୍ଗଠନ ପୁନର୍ବାର ସକ୍ରିୟ ହୋଇ ଉଠିଥିବା ସ୍ପଷ୍ଟ ହୋଇଛି। ଦୂଇଦିନ ତଳେ ଏହି ଥାନା ଅଧୀନ ଅଭିମାନପୁର ଗ୍ରାମରେ ମାନବବାଦ ସଙ୍ଗଠନର କେତେଜଣ ସମର୍ଥକ ଧମକଚମକ ଦେଉଥିବାବେଳେ ଗ୍ରାମବାସୀ ୨ଜଣଙ୍କୁ କାବୁ କରିନେଇଥିଲେ। ପରେ ଉଭୟଙ୍କୁ ପୋଲିସ ଜିମା ଦେଇଥିଲେ। ପୋଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଗ୍ରାମର ଅଭି ନାୟକ ଓ ଆନନ୍ଦ ନାୟକ ପ୍ରମୁଖ ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ଦୁଇଦିନ ତଳେ ମାନବବାଦ ସଙ୍ଗଠନର କେତେଜଣ ସମର୍ଥକ ମାରଣାସ୍ତ୍ର ଧରି ଅଭିମାନପୁର ଗ୍ରାମକୁ ଆସି ସଙ୍ଗଠନକୁ ବିରୋଧ କଲେ କିମ୍ବା ଏହା ବିରୋଧରେ ମୁହଁ ଖୋଲିଲେ ପରିଣାମ ଭୟଙ୍କର ହେବ ବୋଲି ଲୋକଙ୍କୁ ଧମକଚମକ ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଗ୍ରାମବାସୀ ତାଙ୍କୁ ଘେରିଯାଇଥିଲେ। ଦୁଇଜଣଙ୍କୁ ଧରିଥିଲେ ମଧ୍ୟ ଅନ୍ୟମାନେ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇ ଚମ୍ପଟ ମାରିଥିଲେ। ପରେ ସମ୍ପୃକ୍ତ ଦୁଇଜଣଙ୍କୁ ପୋଲିସ ଜିମା ଦିଆଯିବା ସହ ଥାନାରେ ଅଭିଯୋଗ କରାଯାଇଛି। ଅଟକ ଦ୍ୱୟଙ୍କ ମଧ୍ୟରୁ ଜଣେ ବିଭିନ୍ନ ଆନ୍ଦୋଳନ ସମୟରେ ମାନବବାଦ ସଙ୍ଗଠନ ମୁଖ୍ୟ ମାନସ ଦାସ (ତଥାକଥିତ ଗୁରୁଜୀ)ଙ୍କ ସପକ୍ଷରେ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଥାଏ।
ସୂଚନାଯୋଗ୍ୟ, ସମ୍ପ୍ରତି ମାନସ ଦାସ ଜେଲ୍‌ରେ ଥିବାବେଳେ ତାଙ୍କ ପୁଅ ମନୋରଞ୍ଜନ ଜାମିନରେ ଆସି ଘରେ ରହିଛନ୍ତି। ତେଣୁ ପୁଅ ମାଧ୍ୟମରେ ମାନସ ପୁଣି ନିଜ ସଙ୍ଗଠନକୁ ସକ୍ରିୟ କରିବା ପାଇଁ ଉଦ୍ୟମ ଚଳାଇଥିବା ସାଧାରଣରେ ଆଲୋଚନା ହେଉଛି। ପୂର୍ବରୁ ୧୫ଟି ସଙ୍ଗଠନକୁ ନେଇ ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟି ମାନବବାଦ ସଙ୍ଗଠନ ତଥା ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚକୁ ଅସିଦ୍ଧ ଘୋଷଣା ଏବଂ ଏହି ସଙ୍ଗଠନ ସଦସ୍ୟଙ୍କୁ ଗିରଫ କରାଯିବାକୁ ଦାବି କରିଥିଲେ। ସେହିପରି ୪ଦିନ ତଳେ କମିଟି ପକ୍ଷରୁ ଜିଲା ପ୍ରଶାସନ ନିକଟରେ ଏହି ଦାବି କରାଯାଇଥିଲା। ଏବେ ପୁଣି ସେହି ଦାବି ଉଠିଛି। ଆଦିବାସୀ ନେତା ଦିବାକର ଭୋଇ ଏବଂ ବସ୍ତି ସୁରକ୍ଷା କମିଟି ସମ୍ପାଦକ ଜିତେନ୍ଦ୍ର ବେହେରା ତୁରନ୍ତ ସମ୍ପୃକ୍ତ ଅନୁଷ୍ଠାନକୁ ଅସିଦ୍ଧ ଘୋଷଣା କରାଯିବା ଏବଂ ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଆଦିବାସୀଙ୍କ ସୁରକ୍ଷା ଦାବି କରିଛନ୍ତି। ନଚେତ ଆଦିବାସୀ ସଙ୍ଗଠନ ଏବଂ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଅଭିଯୋଗର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍‌ପି ରାଜକିଶୋର ଦୋରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri