ଧର୍ମଶାଳା,୪ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କାଏମା ଲକ୍ଷ୍ମୀସାହି ଗ୍ରାମ ନିକଟ କେଲୁଅ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ଲକ୍ଷ୍ମୀସାହି ଗ୍ରାମର ରଞ୍ଜନ ଗାହାଣ ବୟସ(୫୬)।
ମିଳିଥିବା ସୂଚନାନୁସାରେ, ରଞ୍ଜନ ନିକଟସ୍ଥ ନଈକୁ ଗୁରୁବାର ଅପରାହ୍ନରେ ଗାଧୋଇବାକୁ ଯାଇଥିଲେ କିନ୍ତୁ ଆଉ ଘରକୁ ଫେରି ନ ଥିଲେ। ଘର ଲୋକେ ଖୋଜାଖୋଜି କରିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ନଈରେ ଖୋଜିବା ପରେ ବୁଡି ଯାଇଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ତୁରନ୍ତ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।