ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଧର୍ମଗଡ଼,୧ା୫(ଘାସିରାମ ଜଗତ): କଳାହାଣ୍ଡି କୋକସରା ଥାନା ବେହେରା ନିକଟରେ ଜଣେ ଯୁବକଙ୍କୁ ୧୦୮ଆମ୍ବୁଲାନ୍ସ ଧକ୍କା ଦେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଯୁବକ ହେଲେ ରାବଣଗୁଡ଼ା ଗାଁର ଗଣ୍ଡା ରାମ ଗୋପାଳ। ମୃତକଙ୍କ ପରିବାର ସହ ଗ୍ରାମବାସୀ ୧୦୮ଆମ୍ବୁଲାନ୍ସକୁ ଚିହ୍ନଟ ଦାବିରେ ଧର୍ମଗଡ଼ ଥାନା ଆମ୍ବଗୁଡ଼ା ବେହେରାଠାରେ ବିଜୁ ଏକ୍ସପ୍ରେସ ରାସ୍ତା ଅବରୋଧ କରିଛନ୍ତି। ମୃତକଙ୍କ ବିଧବା ମାଆ ଥିବା ବେଳେ ସ୍ତ୍ରୀ ଓ ନଅ ୯ମାସର ଶିଶୁପୁତ୍ର ଅଛି ଓ ସେ ହିଁ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁ ପରେ ପରିବାର ଏବେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ପରିବାର ଭରଣପୋଷଣ ପାଇଁ ଆଜି ରାସ୍ତରୋକୋ କରି ଥିବା ବେଳେ ଘଟଣାସ୍ଥଳରେ କୋକସରା ପୋଲିସ ଧର୍ମଗଡ଼ ତହସିଲଦାର ଓ ଉପଜିଲାପାଳ ପହଞ୍ଚି ଆଲୋଚନା ଜାରି ରଖିଛନ୍ତି। ଅନ୍ୟ ପଟେ ସମସ୍ୟାର ସମାଧାନ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି।

Share