Posted inଜାତୀୟ

କୋଲ୍ଡ ଡ୍ରିଙ୍କ୍ସ ପିଇ ବେହୋସ, ୫ ଦିନ ପରେ ଚେତାଫେରିବାରୁ ପ୍ରାଇଭେଟ୍‌ ପାର୍ଟ ଗାଏବ୍‌: ଲୋମଟାଙ୍କୁରା ଘଟଣା ଜାଣିଲେ…

ରାମପୁର,୩।୭: ଉତ୍ତର ପ୍ରଦେଶର ରାମପୁରରେ ଜଣେ ଟ୍ରାନ୍ସଜେଣ୍ଡର ବିବାହିତ ପୁରୁଷଙ୍କୁ ଲିଙ୍ଗ ପରିବର୍ତ୍ତନ କରିବାକୁ ବାଧ୍ୟ କରୁଥିବା ଅଭିଯୋଗ କରିଛନ୍ତି। ବିବାହିତ ପୁରୁଷ ଜଣଙ୍କ କହିଛନ୍ତି, ମୋତେ କୋଲ୍ଡ ଡ୍ରିଙ୍କ୍ସ ଦେଇ ବେହୋସ କରାଯାଇଥିଲା। ତା’ପରେ ମୋର ଗୁପ୍ତାଙ୍ଗ କାଟି ଦିଆଯାଇଥିଲା। ମୁଁ ୫ ଦିନ ପର୍ଯ୍ୟନ୍ତ ଚେତାଶୂନ୍ୟ ରହିଲି। ଚେତା ଫେରିବାପରେ ମୁଁ ହସ୍ପିଟାଲରେ ଥିଲିି। ଏବେ ମୋର ଲିଙ୍ଗ ପରିବର୍ତ୍ତନ ହୋଇଛି।

ଯୁବକଙ୍କ ଅନୁଯାୟୀ, ସେ ଏକ ନୃତ୍ୟ କାର୍ଯ୍ୟକ୍ରମ ପାଇଁ ବଦାୟୁଁ ଯାଉଥିଲେ। ରାସ୍ତାରେ ସେ ଲାଭିନା ଟ୍ରାନ୍ସଜେଣ୍ଡର ଏବଂ ତାଙ୍କ ବନ୍ଧୁ ବିକାଶଙ୍କୁ ଭେଟିଲେ। ଲାଭିନା ତାଙ୍କୁ ତାଙ୍କ ଘରକୁ ନେଇଗଲେ, ଯେଉଁଠାରେ ତାଙ୍କୁ କୋଲ୍ଡ ଡ୍ରିଙ୍କ୍ସ ଦିଆଯାଇଥିଲା, ଯାହା ପରେ ସେ ଚେତାଶୂନ୍ୟ ହୋଇଗଲେ। ଯୁବକ ଜଣକ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ଏବଂ ତାଙ୍କ ଅବସ୍ଥା ଗୁରୁତର ରହିଛି। ପୀଡିତାଙ୍କ ସ୍ତ୍ରୀ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ଦାୟର କରିଛନ୍ତି।

ସ୍ତ୍ରୀ କହିଛନ୍ତି, ତାଙ୍କ ସ୍ବାମୀ ଜଣେ ହାସ୍ୟ ଅଭିନେତା ଏବଂ ନୃତ୍ୟ କଳାକାର ଏବଂ ପାର୍ଟିରେ ଲାଭିନାଙ୍କ ସହିତ କାମ କରନ୍ତି। ଲାଭିନା ଏବଂ ବିକାଶ ନାମକ ବ୍ୟକ୍ତିମାନେ ମୋ ସ୍ବାମୀଙ୍କୁ ପ୍ରଲୋଭିତ କରି ଲାଭିନାଙ୍କ ଘରକୁ ନେଇଗଲେ। ସେଠାରେ ଲାଭିନା ମୋ ସ୍ବାମୀଙ୍କ କୋଲ୍ଡ ଡ୍ରିଙ୍କ୍ସରେ ନିଶା ମିଶାଇ ପିଇବାକୁ ବାଧ୍ୟ କଲେ। ଅଚେତ ଅବସ୍ଥାରେ ଲାଭିନା ଏବଂ ବିକାଶ ମୋ ସ୍ବାମୀଙ୍କ ଉପରେ ଜୋରଜବରଦସ୍ତି ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର କରିଥିଲେ।

ସ୍ତ୍ରୀ କହିଛନ୍ତି, ତାଙ୍କ ସ୍ବାମୀ ୫ ଦିନ ପରେ ଚେତା ଫେରିପାଇଲେ ଏବଂ ସେ ଫୋନ କରି ସମଗ୍ର ଘଟଣା ବିଷୟରେ ଜଣାଇଥିଲେ। ଡାକ୍ତରମାନେ କହିଥିଲେ ଯେ, ଯୁବକଙ୍କ ଲିଙ୍ଗ ପରିବର୍ତ୍ତନ ମାମଲା ସାମ୍ନାକୁ ଆସିଛି ଏବଂ କିଛି ରିପୋର୍ଟ ମଗାଯାଇଛି। ଆସିବା ପରେ ଜଣାପଡିବ।

ପୋଲିସ କହିଛନ୍ତି, ବର୍ତ୍ତମାନ ପୀଡିତାଙ୍କ ଡାକ୍ତରୀମାଇନା ପରେ ଜିଲା ହସ୍ପିଟାଲକୁ ପଠାଯାଇଛି। ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୋଲିସ ଲାଭିନା ଟ୍ରାନ୍ସଜେଣ୍ଡର ଏବଂ ବିକାଶଙ୍କୁ ହେପାଜତରେ ନେଇଛି। ମାମଲାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?