ଆତ୍ମହତ୍ୟା କରିବାକୁ ଚଢିଥିଲେ ବ୍ରିଜରେ, ବିରିୟାନୀ ଲୋଭରେ ଓହରିଲେ, ଭାଇରାଲ ହେଉଛି ଭିଡିଓ

କୋଲକତା,୨୪।୧: ସବୁ ଦିଗରୁ ନିରାଶ ହୋଇ ବସିଲେ ମଣିଷ ଆତ୍ମହତ୍ୟାର ଦିଗ ଆପଣାଇଥାଏ। ଗୋଟିଏ ପରେ ଗୋଟିଏ ଅସଫଳତାରେ ବିରକ୍ତି ହୋଇ ଆତ୍ମହତ୍ୟା କରିଦେବା ହିଁ ସର୍ବଶେଷ ମାର୍ଗ ଭାବେ ଦେଖିଥାଏ। ଆତ୍ମହତ୍ୟାସ୍ଥଳରେ ଲୋକଗହଳିରେ କାଳେ କରିହେବନି ବୋଲି ବ୍ୟକ୍ତି ନିର୍ଜନ ସମୟରେ ଏପରି ପଦକ୍ଷେପ ନେଇଥାନ୍ତି। ଯଦିଓ ସାର୍ବଜନୀନ ସ୍ଥାନରେ କରିଥାନ୍ତି କିଛିଜଣ ଲୋକଙ୍କ ପରାମର୍ଶରେ ଓହରିଯାଆନ୍ତି ଆଉ କେହି ଲୋକଲଜ୍ଜ୍ୟା ଭୟରେ ଜୀବନ ହାରନ୍ତି। ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆଶ୍ଚର୍ଯ୍ୟ କଲା ଭଳି।

ଘଟଣାଟି ଏହିପରି, କୋଲକତାର ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ବ୍ରିଜ ଉପରକୁ ଚଢିଥିଲେ। ଦିନ ସମୟ ଥିବାରୁ ଘଟଣାସ୍ଥଳରେ ଭିଡ ଜମି ଯାଇଥିଲା। ତଳେ ରହି ଲୋକମାନେ ଯେତେ ପରାମର୍ଶ ଦେଲେ ମଧ୍ୟ ସେ ତଳକୁ ଓହ୍ଲାଇ ନ ଥିଲେ। ଏଭଳି ପରିସ୍ଥିତିରେ ପୋଲିସ ପହଞ୍ଚି ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା। କିଛି ସମାଧାନ ନ ହେବାରୁ ପୋଲିସ ବ୍ୟକ୍ତିଙ୍କୁ ଏପରି ଏକ ଜିନିଷର ପ୍ରଲୋଭନ କରିଥିଲା ଯାହାପରେ ବ୍ୟକ୍ତିଜଣକ ଆତ୍ମହତ୍ୟା କରିବାରୁ ଓହରି ଯାଇଥିଲେ।
କୋଲକାତା ପୋଲିସ ବ୍ୟକ୍ତିଙ୍କୁ ଚାକିରୀ ଦେବାକୁ ପ୍ରତିଶ୍ରୁତି ଦେବା ସହ ବ୍ରିଜରୁ ଓହ୍ଲାଇବା ପାଇଁ ବିରିୟାନୀ ପ୍ରଲୋଭନ ଦେଖାଇଥିଲେ। ଯାହାକୁ ଶୁଣି ବ୍ୟକ୍ତିଜଣକ ସାଙ୍ଗେ ସାଙ୍ଗେ ରାଜି ହୋଇ ତଳକୁ ଓହ୍ଲାଇ ଯାଇଥିଲେ।

ଏନେଇ କୋଲକତା ପୋଲିସର ଜଣେ ଅଧିକାରୀ କହିଛନ୍ତି, ବ୍ୟକ୍ତିଜଣକ ବ୍ରିଜ ଉପରକୁ ଚଢିଯିବାରୁ ସହରର ବ୍ୟସ୍ତବହୁଳ ରାସ୍ତାରେ ପ୍ରାୟ ଅଧ ଘଣ୍ଟା ଧରି ଟ୍ରାଫିକ ଜାମ ହୋଇଥିଲା। ୪୦ ବର୍ଷ ବୟସ୍କା ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କଠାରୁ ଅଲଗା ହେବା ଏବଂ ବ୍ୟବସାୟରେ କ୍ଷତି ହେତୁ ଚାପଗ୍ରସ୍ତ ଥିଲେ। ଏଥିଯୋଗୁ ଅଧିକ ଭାବପ୍ରବଣ ହୋଇ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ। ହେଲେ ପୋଲିସ ବୁଝାସୁଝା କରିବାରୁ ଓହରିଥିଲେ। ଘଟଣାଟିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବ୍ୟକ୍ତିଜଣକ ବିରିୟାନୀ ଲାଞ୍ଚରେ ରାଜି ହୋଇଥିବାର ଦେଖି ୟୁଜର୍ସ ତାଜୁବ ହୋଇଯାଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ…

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୮ ଘଣ୍ଟା ଜାତୀୟ ରାଜପଥ ଜାମ୍

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

ପୂର୍ବତନ ଟେନିସ ଖେଳାଳି, ଓକିଲ ,ମିଡିଆ ହାଉସ ମାଲିକାଣି …, କିଏ ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମା? ଜାଣନ୍ତୁ…

ଗୁଆହାଟି,୭।୪: ଆସାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ଥିବାବେଳେ, ରାଜ୍ୟରେ ରାଜନୈତିକ ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ…

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ଧୁରନ୍ଧର ୨ ଦେଖିବା ପରେ କୋହଲି ଦେଲେ ଏମିତି ପ୍ରତିକ୍ରିୟା: ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri