ଦେବଗଡ଼,୨୭ା୩(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟୁତ୍ ମରାମତି କରୁଥିବାବେଳେ ୧୧ କେଭି ତାରରେ ଲାଗି ଜଣଙ୍କର ଜୀବନ ଚାଲିଯାଇଛି। ବିଦ୍ୟୁତ୍ ଖୁଣ୍ଟ ଉପରେ ଲାଖି ରହିଛି ମୃତଦେହ। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଥାନା ପୁରୁକୁଣ୍ଡା ଗ୍ରାମରେ। ମୃତକ ଜଣକ ଶୁକ୍ରବାର ମରାମତି କାମ କରୁଥିବା ବେଳେ ଏହି ଅଘଟଣ ଘଟିଛି। ମୃତକ ଖଜୁରୀବାହାଲ ଗ୍ରାମର ଘନଶ୍ୟାମ ନାୟକ। ଘଟଣାସ୍ଥଳରେ ଦେବଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।