Posted inଫୁରସତ

ଡମ୍ପିଂୟାର୍ଡରୁ ୮୦ ଲକ୍ଷ ଟଙ୍କାରେ ବିମାନ କିଣି ସେଥିରେ ଖର୍ଚ୍ଚ କଲେ ଆଉ ୧୫ ଲକ୍ଷ, କାରଣ ଜାଣିଲେ…

ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ସଉକ ରହିଥାଏ। ଏମିତି କି କିଏ ଦାମୀ ଘର କିଣିବାକୁ ପସନ୍ଦ କରନ୍ତି ତ ଆଉ କିଏ ଦାମୀ ଗାଡ଼ି କିଣିବାକୁ ପସନ୍ଦ କରିଥାନ୍ତି। କିନ୍ତୁ କିଛି ଲୋକ ଥା’ନ୍ତି ଯେଉଁମାନେ ଟଙ୍କାକୁ ଆଦୌ ଖାତିର କରନ୍ତି ନାହିଁ। ନିଜର ଇଚ୍ଛା ପୂରଣ କରିବାକୁ ଯେତେ ଟଙ୍କା ଖର୍ଚ୍ଚ ହେବାକୁ ଥିଲେ ବି ସେମାନେ ଖର୍ଚ୍ଚ କରିବାକୁ ଭୁଲନ୍ତି ନାହିଁ।

ଏମିତି ଜଣେ ୭୩ ବର୍ଷୀୟ ବୃଦ୍ଧ ପରିଣତ ବସୟରେ ତାଙ୍କର ଅଜବ ସଉକ ପୂରଣ କରିଛନ୍ତି। ସେ ୮୦ ଲକ୍ଷ ଟଙ୍କା ଦେଇ ଏକ ପୁରୁଣା ବିମାନକୁ ଡମ୍ପିଂୟାର୍ଡରୁ କିଣିଥିଲେ। ପରେ ଏହାକୁ ଏମିତି ସଜାଇଥିଲେ ଯେ, କେହି ଦେଖିବ ଆଖି ଖୋସି ହୋଇଯିବ। ବୃତ୍ତି ଅନୁଯାୟୀ ଇଲେକ୍ଟ୍ରିକାଲ ଇଞ୍ଜିନିୟର ବ୍ରୁସ  ଏକ ବୋଇଂ ୭୨୭ ଜେଟଲିନର୍‌ ବିମାନକୁ ପରିବର୍ତ୍ତନ କରି ଏହାକୁ ନିଜ ଘରେ ପରିଣତ କରିଛନ୍ତି।

ବ୍ରୁସ ୧୯୯୯ରେ ଏକ ଡମ୍ପିଂୟାର୍ଡରୁ ମୋଟ୍‌ ୮୦ ଲକ୍ଷ ଟଙ୍କାରେ ଏହି ବିମାନ କିଣିଥିଲେ। ଏହା ତାଙ୍କ ସମୟରେ ଏକ ଇକୋନୋମି ଶ୍ରେଣୀ ବିମାନ ଥିଲା, ଯେଉଁଥିରେ ୨୦୦ ଯାତ୍ରୀ ବସିବା ପାଇଁ ସିଟ୍‌ ଥିଲା। ୧୦୬୬ ଫୁଟ ଲମ୍ବ ଏବଂ ୩୨ ହଜାର କିଲୋଗ୍ରାମ ବିଶିଷ୍ଟ ଏହି ବିମାନକୁ ଏକ ଘରେ ପରିଣତ କରିବା ପାଇଁ ବ୍ରୁସଙ୍କୁ ୨ ବର୍ଷ ସମୟ ଲାଗିଥିଲା। ଏଥିରେ ସେ ପ୍ରାୟ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ସମସ୍ତ ଆବଶ୍ୟକୀୟ ଜିନିଷ ବିମାନ ଭିତରେ ରହିଛି। ସାଓ୍ବାର, ରୋଷେଇ ଘର, ଚୁଲି ଏବଂ ଫ୍ରିଜ, ସବୁକିଛି ବିମାନ ଭିତରେ ଅଛି। କୌତୂହଳର ବିଷୟ ହେଉଛି ଏହି ବିମାନର କିଛି କାର୍ଯ୍ୟ, ଯାହା ୧୯୭୫ରେ ଶେଷ ଥର ବ୍ୟବହୃତ ହୋଇଥିଲା, ଆଜି ମଧ୍ୟ କାମ କରୁଛି।

ବିମାନର ଭିତର ଅଂଶ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଯେତେବେଳେ ବ୍ରୁସ ବିମାନ କିଣିଲେ, ଏହା ଗ୍ରୀସରୁ ଆମେରିକାର ଓରେଗନ ଅଭିମୁଖେ ଉଡ଼ିଥିଲା। ୧୫ ବର୍ଷରୁ ବ୍ରୁସ୍‌ ବିମାନରେ ଏକ ଘର ନିର୍ମାଣ କରିବାକୁ ଚାହୁଁଥିଲେ। ବର୍ତ୍ତମାନ ତାଙ୍କର ଏହି ପରୀକ୍ଷଣ ଅତ୍ୟନ୍ତ ପ୍ରସିଦ୍ଧ ହୋଇଛି ଏବଂ ଲୋକମାନେ ତାଙ୍କ ବିମାନ ଘର ଦେଖିବା ପାଇଁ ଦୂରଦୂରାନ୍ତରୁ ଆସି ଭିତର ଏବଂ ଭିତରର ସୁବିଧା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।ଏସବୁ ଦେଖି ବ୍ରୁସ ମଧ୍ୟ ଖୁସି ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପିନ୍‌ରେ ଦମ୍‌ ଦେଖାଇଲା ଶ୍ରୀଲଙ୍କା

କଲମ୍ବୋ,୮ା୨- ଟି୨୦ ବିଶ୍ୱକପ୍‌ରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ୨୦ ରନରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଶ୍ରୀଲଙ୍କା ଦ୍ୱାରା ପ୍ରଦତ୍ତ ୧୬୪ ରନର ଟାର୍ଗେଟକୁ ପିଛା…

ସଭା ମଞ୍ଚରେ ମନ୍ତ୍ରୀ-ବିଧାୟକଙ୍କ ଆଲୋଚନା: ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା…

ବଲାଙ୍ଗୀର,୮।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଞ୍ଚ ଉପରେ ବସିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri