ମମ୍‌ଦାନିଙ୍କ ମଡେଲ

ଗୁଜରାଟୀ ପିତା ଓ ପଞ୍ଜାବୀ ମାତାଙ୍କ ସନ୍ତାନ ଭାବେ ଜୋହରାନ ମମ୍‌ଦାନି ଜୁନ୍‌ରେ ଡେମୋକ୍ରାଟିକ୍‌ ପାର୍ଟିର ନୋମିନେଶନ ବା ପ୍ରାର୍ଥତ୍ତ୍ୱ ହାସଲ କରିବା ପରେ ୪ ନଭେମ୍ବରରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ନ୍ୟୁୟର୍କ ସହରର ମେୟର ହେବା ସମ୍ଭାବନା ଦେଖାଦେଇଛି। ତାଙ୍କ ପ୍ରଚାର କେମିତି ଥିଲା ଏବଂ ସେ ଶୀର୍ଷକୁ କେମିତି ଆସିଲେ ସେ ସମ୍ପର୍କରେ ମୁଁ ଗୁରୁତ୍ୱ ଦେଇଥିଲି। ଚଳିତବର୍ଷ ଜାନୁଆରୀରେ ତାଙ୍କ ସପକ୍ଷରେ ଜନମତ ହାର ୧% ଥିଲା, କିନ୍ତୁ ଜୁନ୍‌ ସୁଦ୍ଧା ସେ ପ୍ରାଇମେରୀ (ସାଧାରଣ ନିର୍ବାଚନରେ ଡେମୋକ୍ରାଟିକ ପାର୍ଟିର କିଏ ପ୍ରାର୍ଥୀ ହେବେ ସେଥିପାଇଁ ହୋଇଥିବା ନିର୍ବାଚନ)ରେ ଏହା ୪୩%ରେ ପହଞ୍ଚିଥିଲା। ଏବେ ସର୍ବେକ୍ଷଣରୁ ଜଣାପଡ଼ିଛି, ପୂରା ସହରର ନିର୍ବାଚନ କ୍ଷେତ୍ରରୁ ତାଙ୍କ ସପକ୍ଷରେ ୫୦% ସମର୍ଥନ ରହିଛି। ଏଭଳି ଘଟିବା ପଛରେ ଅନେକ କାରଣ ଅଛି। ପ୍ରଥମେ ନ୍ୟୁୟର୍କ ସହରର ଜନସଂଖ୍ୟା ସମ୍ବନ୍ଧୀୟ ତଥ୍ୟକୁ ବିଚାରକୁ ନେବା। ସହରରେ ୩,୫୦,୦୦୦ ମିଲିଅନେୟାର ଓ ୧୨୩ ବିଲିଅନେୟାର ଅଛନ୍ତି। କିନ୍ତୁ ଏହାର ଜନସଂଖ୍ୟାର ଏକଚତୁର୍ଥାଂଶ ଦାରିଦ୍ର୍ୟରେ ରହୁଛନ୍ତି। ଦାରିଦ୍ର୍ୟ କହିଲେ ୪ ଜଣ ସଦସ୍ୟ ଥିବା ଗୋଟିଏ ପରିବାର ବର୍ଷକୁ ୪୭,୦୦୦ ଡଲାର କିମ୍ବା ତାହାଠାରୁ କମ୍‌ରେ ବଞ୍ଚୁଛନ୍ତି। ନ୍ୟୁୟର୍କରେ ଏମାନଙ୍କ ସଂଖ୍ୟା ୨୦ ଲକ୍ଷରୁ ଅଧିକ। ମମ୍‌ଦାନି ତାଙ୍କ ପ୍ରଚାରର ଆରମ୍ଭରୁ ଏହି ସମସ୍ୟା ଉପରେ ଗୁରୁତ୍ୱ ଦେଇଥିଲେ। ମମ୍‌ଦାନିଙ୍କ ପ୍ରତିଦ୍ୱନ୍ଦ୍ୱୀ ଅପରାଧ ଓ ସୁରକ୍ଷା ଭଳି ପୁରୁଣା ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଥିଲେ, ହେଲେ ସେ ଶସ୍ତାରେ ଗରିବ ଲୋକଙ୍କୁ ଜିନିଷ ଯୋଗାଇ ଦେବାକୁ କହିଥିଲେ। ସମାଧାନ ପାଇଁ ମମ୍‌ଦାନି ଲୋକଙ୍କ ସମ୍ମୁଖରେ ୩ଟି ବିଷୟ ରଖିଥିଲେ। ଆପାର୍ଟମେଣ୍ଟଗୁଡ଼ିକରେ(ଯେଉଁଠି ୨୦ ଲକ୍ଷ ଭଡ଼ାଟିଆ ରହୁଛନ୍ତି) ୪ ବର୍ଷ ପାଇଁ ଭଡ଼ା ବୃଦ୍ଧି ବନ୍ଦ କରିବା; ୫ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କର ମାଗଣାରେ ଶିଶୁଯତ୍ନ(ସେବା) ଏବଂ ମାଗଣା ବସ୍‌ସେବା ଯୋଗାଇଦେବାକୁ କହିଥିଲେ। ଗୋଟିଏ ବର୍ଷ ପୂର୍ବରୁ ସେ ଆରମ୍ଭ କରିଥିବା ତାଙ୍କ ପ୍ରଚାରର ଏହି ବାର୍ତ୍ତାରେ କୌଣସି ପରିବର୍ତ୍ତନ କରିନାହାନ୍ତି। ସଫଳତାର ଦ୍ୱିତୀୟ ବିଷୟ ହେଉଛି, ସ୍ବେଚ୍ଛାସେବୀ ସେନାକୁ ସେ ସମର୍ଥନ କରିଥିଲେ। ଜୁନ୍‌ରେ ଏମାନଙ୍କ ସଂଖ୍ୟା ୫୦,୦୦୦ ଥିଲା ଏବଂ ଏମାନଙ୍କ ମଧ୍ୟରୁ ୩୦,୦୦୦ ପ୍ରତି ଘରକୁ ଯାଇ ଏପରିକି ରାସ୍ତାରେ ପ୍ରଚାର କରିଥିଲେ ଓ ତାଙ୍କ ସପକ୍ଷରେ ପାଣ୍ଠି ସଂଗ୍ରହ କିମ୍ବା ସ୍ବେଚ୍ଛାସେବୀ ଭାବେ ଯୋଗଦେବା ପାଇଁ ଲୋକଙ୍କୁ କଲ୍‌ କରିଥିଲେ। ତେବେ ଅକ୍ଟୋବର ଶେଷସୁଦ୍ଧା ଏହି ସଂଖ୍ୟା ଦୁଇଗୁଣ ବୃଦ୍ଧିପାଇବାର ସମ୍ଭାବନା ରହିଛି। ମମ୍‌ଦାନିଙ୍କ ରାଜନୈତିକ କେନ୍ଦ୍ର ଡେମୋକ୍ରାଟିକ ସୋସିଆଲିଷ୍ଟ ଅଫ୍‌ ଆମେରିକା(ଡିଏସ୍‌ଏ)ର ନ୍ୟୁୟର୍କ ଶାଖାରୁ ଏହାର ମୂଳଦୁଆ ପଡ଼ିଥିଲା। ଏକ ଦଶନ୍ଧି ପୂର୍ବରୁ ଏହି ଗୋଷ୍ଠୀ ନିର୍ବାଚନରେ ଅଂଶଗ୍ରହଣ କରିବା ଆରମ୍ଭ କରି ସଫଳ ହେବା ଦେଖାଯାଇଛି। କାରଣ ଏହା ଶ୍ରମିକ ଶ୍ରେଣୀର ଲୋକଙ୍କୁ ପ୍ରଭାବିତ କରୁଥିବା ସମସ୍ୟା ଉପରେ ଅଧିକ ଗୁରୁତ୍ୱ ଦେଇଥିଲା। ପୂର୍ବ ନିର୍ବାଚନଗୁଡ଼ିକରେ ଡିଏସ୍‌ଏର ସ୍ବେଚ୍ଛାସେବୀ ଯେତିକି ସଂଖ୍ୟାରେ କାମ କରୁଥିଲେ ମମ୍‌ଦାନିଙ୍କ ପ୍ରଚାର ଯୋଗୁ ସେହି ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ଘଟିଛି। ତାଙ୍କ ପ୍ରଚାରରେ ଯୁବ ଗୋଷ୍ଠୀ(ମମ୍‌ଦାନିଙ୍କ ବୟସ ୩୪ ଏବଂ ତାଙ୍କ ଟିମ୍‌ର ଅନେକଙ୍କର ବୟସ ତାଙ୍କଠାରୁ କମ୍‌) ମଧ୍ୟରୁ ଅଧିକାଂଶ ତଥାକଥିତ ପରାମର୍ଶଦାତା ଓ ନିର୍ବାଚନ ରଣନୀତିକଙ୍କ ତୁଳନାରେ ଅଧିକ ଦକ୍ଷ ଓ ପ୍ରଭାବୀ ଭାବେ ଉଭା ହୋଇଥିଲେ। ତୃତୀୟ ବିଷୟ ହେଉଛି ନିଜେ ପ୍ରାର୍ଥୀ ମମ୍‌ଦାନି। ସେ ହେଉଛନ୍ତି ମୁସଲମାନ ଏବଂ ଖୋଲାଖୋଲି ଭାବେ ଏହି ପରିଚୟ ଦିଅନ୍ତି। ବିଶେଷକରି ନ୍ୟୁୟର୍କ ସହରରେ ୯/୧୧ ଆକ୍ରମଣ ପରେ ଇସ୍‌ଲାମ ବିରୋଧରେ ଘୃଣା ଭାବ ରହିଆସିଛି। ଏହି ସହରରେ ଆମେରିକା ବାହାରେ ଜନ୍ମିତ ଲୋକଙ୍କ ସଂଖ୍ୟା ମଧ୍ୟ ଜନସଂଖ୍ୟାର ୪୦ ପ୍ରତିଶତ। ଏଠାରେ ଅଧିକ ମୁସଲମାନ ଓ ଦକ୍ଷିଣ ଏସିଆର ଲୋକେ ବି ରହୁଛନ୍ତି, ଯେଉଁମାନେ ତାଙ୍କ ସମର୍ଥନରେ ରାଲି କରିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ନ୍ୟୁୟର୍କରେ ରହୁଥିବା ଇହୁଦୀ ଯୁବପିଢ଼ିଙ୍କ ସମେତ ସବୁ ପ୍ରକାର ଲୋକଙ୍କୁ ନିଜଆଡ଼କୁ ଆଣିବାରେ ତାଙ୍କର ଦକ୍ଷତା ରହିଛି। ଏହା ତାଙ୍କ ଆକର୍ଷଣ ଓ ପ୍ରତିଭା ଯୋଗୁ ସମ୍ଭବ ହୋଇଛି। ତେବେ ସୋସିଆଲ ମିଡିଆରେ ତାଙ୍କର ଆଶ୍ଚର୍ଯ୍ୟଜନକ ସଫଳତାକୁ ଏକ ମଡେଲ ଭାବେ ଅନେକ ବର୍ଷ ଧରି ବିଚାର କରାଯିବ। ତେବେ କିଛି ମାସ ପୂର୍ବେ ଆମେରିକାର ସବୁଆଡ଼େ ରାଜନୀତିଜ୍ଞମାନେ ଏହାକୁ ନକଲ କରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଅନେକ ବିଫଳ ହୋଇଥିଲେ, କାରଣ ସେମାନଙ୍କଠାରେ ଏହାକୁ ସହଜ ଓ ମଜାଦାର କରିବାରେ ମମ୍‌ଦାନିଙ୍କ ଭଳି ଦକ୍ଷତା ନ ଥିଲା। ଏଥିପାଇଁ ଅମେରିକାର ବିଶେଷଜ୍ଞମାନେ ତାଙ୍କୁ ହାପି ଓ୍ବାରିୟର ବୋଲି କହନ୍ତି।
ମୋ ମତରେ ଏହି ତିନୋଟି ବିଷୟ, ନଭେମ୍ବର ୪ ବିଜୟ ପାଇଁ ଆଧାର ଭାବେ କାମ କରୁଛି। ଯେତେବେଳେ ବି ହେଉ, ଯଦି ସେ ଜିତନ୍ତି, ତା’ହେଲେ ଇସ୍ରାଏଲ ପ୍ରତି ଥିବା ଅନେକ ଆମେରିକୀୟଙ୍କ ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିବା ଲାଗି ଆଗକୁ ଆସିବେ। ଏବେ ଲଗାତର ଭାବେ ଜନମତ ସର୍ବେକ୍ଷଣ ଦର୍ଶାଉଛି ଯେ, ଇସ୍ରାଏଲ ବର୍ଣ୍ଣଭେଦ ଓ ନରସଂହାର ପଥ ଆପଣାଇଥିବାରୁ ଅଧିକାଂଶ ଆମେରିକୀୟଙ୍କର ପାଲେଷ୍ଟିନୀୟଙ୍କ ପ୍ରତି ସହାନୁଭୂତି ରହିଛି। ଇସ୍ରାଏଲର ଶକ୍ତିଶାଳୀ ଲବି ହେତୁ ତାହାର ଏଭଳି ପଦକ୍ଷେପକୁ ରାଜନୀତିରେ ସ୍ବୀକାର କରାଯାଇପାରିନାହିଁ, କାରଣ ଏହା ନିର୍ବାଚନ କ୍ଷେତ୍ରରେ ଥିବା ପ୍ରାର୍ଥୀଙ୍କ ପାଇଁ ବାଧକ ହୋଇପାରେ। ମମ୍‌ଦାନିଙ୍କୁ ଜେହାଦି, ଉଗ୍ରପନ୍ଥୀ, ଇହୁଦୀ ବିରୋଧୀ ଏବଂ ଆହୁରି ଅନେକ କିଛି କୁହାଯାଇଥିଲେ ମଧ୍ୟ ସେ ଏହିସବୁ ଆହ୍ବାନଗୁଡ଼ିକୁ ସଫଳତାର ସହ ମୁକାବିଲା କରିଛନ୍ତି। ଆମେ ଜାଣିବାରେ ତାଙ୍କ ପ୍ରାର୍ଥତ୍ତ୍ୱ ଦୌଡ଼ରେ ପ୍ରତିଦ୍ୱନ୍ଦ୍ୱୀଙ୍କ ଆକ୍ରମଣର ଏହା ଏକ ପ୍ରମୁଖ ଅଂଶ ଭାବେ ରହିଥିଲା। ଏହା ଏବେ ମଧ୍ୟ ଜାରି ରହିଛି। ହେଲେ ଏହାର ପ୍ରଭାବ ମମ୍‌ଦାନିଙ୍କ ଉପରେ ପଡ଼ିନାହିଁ। ଯଦି ସେ ନ୍ୟୁୟର୍କର ମେୟର ହୁଅନ୍ତି ତେବେ ତାଙ୍କ ପ୍ରଚାରଶୈଳୀ ଓ ପ୍ଲାଟ୍‌ଫର୍ମ ଆମେରିକାରେ ଡିମୋକ୍ରାଟିକ ପାର୍ଟି ପାଇଁ ଏକ ମଡେଲ ପାଲଟିଯିବ। ଏହା ସତ୍ୟ ଯେ, ମମ୍‌ଦାନି ଯେତିକି ସଫଳ ହୋଇଛନ୍ତି ତାହାର କୌଣସି ବିକଳ୍ପ ନାହିଁ ବୋଲି ପାର୍ଟିରେ ଥିବା ଅନ୍ୟ ନେତୃବର୍ଗ ପ୍ରକାଶ କରିଛନ୍ତି। ଯଦି ଜଣେ ଗୁଜରାଟୀ-ପଞ୍ଜାବୀ ଯୁବକ ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶକୁ ଏକ ନୂଆ ଦିଶା ପ୍ରଦାନ କରନ୍ତି, ତେବେ ତାହା ହେବା ସବୁଠୁ ବଡ଼ ସଫଳତା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri