ମମ୍‌ଦାନିଙ୍କ ମଡେଲ

ଗୁଜରାଟୀ ପିତା ଓ ପଞ୍ଜାବୀ ମାତାଙ୍କ ସନ୍ତାନ ଭାବେ ଜୋହରାନ ମମ୍‌ଦାନି ଜୁନ୍‌ରେ ଡେମୋକ୍ରାଟିକ୍‌ ପାର୍ଟିର ନୋମିନେଶନ ବା ପ୍ରାର୍ଥତ୍ତ୍ୱ ହାସଲ କରିବା ପରେ ୪ ନଭେମ୍ବରରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ନ୍ୟୁୟର୍କ ସହରର ମେୟର ହେବା ସମ୍ଭାବନା ଦେଖାଦେଇଛି। ତାଙ୍କ ପ୍ରଚାର କେମିତି ଥିଲା ଏବଂ ସେ ଶୀର୍ଷକୁ କେମିତି ଆସିଲେ ସେ ସମ୍ପର୍କରେ ମୁଁ ଗୁରୁତ୍ୱ ଦେଇଥିଲି। ଚଳିତବର୍ଷ ଜାନୁଆରୀରେ ତାଙ୍କ ସପକ୍ଷରେ ଜନମତ ହାର ୧% ଥିଲା, କିନ୍ତୁ ଜୁନ୍‌ ସୁଦ୍ଧା ସେ ପ୍ରାଇମେରୀ (ସାଧାରଣ ନିର୍ବାଚନରେ ଡେମୋକ୍ରାଟିକ ପାର୍ଟିର କିଏ ପ୍ରାର୍ଥୀ ହେବେ ସେଥିପାଇଁ ହୋଇଥିବା ନିର୍ବାଚନ)ରେ ଏହା ୪୩%ରେ ପହଞ୍ଚିଥିଲା। ଏବେ ସର୍ବେକ୍ଷଣରୁ ଜଣାପଡ଼ିଛି, ପୂରା ସହରର ନିର୍ବାଚନ କ୍ଷେତ୍ରରୁ ତାଙ୍କ ସପକ୍ଷରେ ୫୦% ସମର୍ଥନ ରହିଛି। ଏଭଳି ଘଟିବା ପଛରେ ଅନେକ କାରଣ ଅଛି। ପ୍ରଥମେ ନ୍ୟୁୟର୍କ ସହରର ଜନସଂଖ୍ୟା ସମ୍ବନ୍ଧୀୟ ତଥ୍ୟକୁ ବିଚାରକୁ ନେବା। ସହରରେ ୩,୫୦,୦୦୦ ମିଲିଅନେୟାର ଓ ୧୨୩ ବିଲିଅନେୟାର ଅଛନ୍ତି। କିନ୍ତୁ ଏହାର ଜନସଂଖ୍ୟାର ଏକଚତୁର୍ଥାଂଶ ଦାରିଦ୍ର୍ୟରେ ରହୁଛନ୍ତି। ଦାରିଦ୍ର୍ୟ କହିଲେ ୪ ଜଣ ସଦସ୍ୟ ଥିବା ଗୋଟିଏ ପରିବାର ବର୍ଷକୁ ୪୭,୦୦୦ ଡଲାର କିମ୍ବା ତାହାଠାରୁ କମ୍‌ରେ ବଞ୍ଚୁଛନ୍ତି। ନ୍ୟୁୟର୍କରେ ଏମାନଙ୍କ ସଂଖ୍ୟା ୨୦ ଲକ୍ଷରୁ ଅଧିକ। ମମ୍‌ଦାନି ତାଙ୍କ ପ୍ରଚାରର ଆରମ୍ଭରୁ ଏହି ସମସ୍ୟା ଉପରେ ଗୁରୁତ୍ୱ ଦେଇଥିଲେ। ମମ୍‌ଦାନିଙ୍କ ପ୍ରତିଦ୍ୱନ୍ଦ୍ୱୀ ଅପରାଧ ଓ ସୁରକ୍ଷା ଭଳି ପୁରୁଣା ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଥିଲେ, ହେଲେ ସେ ଶସ୍ତାରେ ଗରିବ ଲୋକଙ୍କୁ ଜିନିଷ ଯୋଗାଇ ଦେବାକୁ କହିଥିଲେ। ସମାଧାନ ପାଇଁ ମମ୍‌ଦାନି ଲୋକଙ୍କ ସମ୍ମୁଖରେ ୩ଟି ବିଷୟ ରଖିଥିଲେ। ଆପାର୍ଟମେଣ୍ଟଗୁଡ଼ିକରେ(ଯେଉଁଠି ୨୦ ଲକ୍ଷ ଭଡ଼ାଟିଆ ରହୁଛନ୍ତି) ୪ ବର୍ଷ ପାଇଁ ଭଡ଼ା ବୃଦ୍ଧି ବନ୍ଦ କରିବା; ୫ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କର ମାଗଣାରେ ଶିଶୁଯତ୍ନ(ସେବା) ଏବଂ ମାଗଣା ବସ୍‌ସେବା ଯୋଗାଇଦେବାକୁ କହିଥିଲେ। ଗୋଟିଏ ବର୍ଷ ପୂର୍ବରୁ ସେ ଆରମ୍ଭ କରିଥିବା ତାଙ୍କ ପ୍ରଚାରର ଏହି ବାର୍ତ୍ତାରେ କୌଣସି ପରିବର୍ତ୍ତନ କରିନାହାନ୍ତି। ସଫଳତାର ଦ୍ୱିତୀୟ ବିଷୟ ହେଉଛି, ସ୍ବେଚ୍ଛାସେବୀ ସେନାକୁ ସେ ସମର୍ଥନ କରିଥିଲେ। ଜୁନ୍‌ରେ ଏମାନଙ୍କ ସଂଖ୍ୟା ୫୦,୦୦୦ ଥିଲା ଏବଂ ଏମାନଙ୍କ ମଧ୍ୟରୁ ୩୦,୦୦୦ ପ୍ରତି ଘରକୁ ଯାଇ ଏପରିକି ରାସ୍ତାରେ ପ୍ରଚାର କରିଥିଲେ ଓ ତାଙ୍କ ସପକ୍ଷରେ ପାଣ୍ଠି ସଂଗ୍ରହ କିମ୍ବା ସ୍ବେଚ୍ଛାସେବୀ ଭାବେ ଯୋଗଦେବା ପାଇଁ ଲୋକଙ୍କୁ କଲ୍‌ କରିଥିଲେ। ତେବେ ଅକ୍ଟୋବର ଶେଷସୁଦ୍ଧା ଏହି ସଂଖ୍ୟା ଦୁଇଗୁଣ ବୃଦ୍ଧିପାଇବାର ସମ୍ଭାବନା ରହିଛି। ମମ୍‌ଦାନିଙ୍କ ରାଜନୈତିକ କେନ୍ଦ୍ର ଡେମୋକ୍ରାଟିକ ସୋସିଆଲିଷ୍ଟ ଅଫ୍‌ ଆମେରିକା(ଡିଏସ୍‌ଏ)ର ନ୍ୟୁୟର୍କ ଶାଖାରୁ ଏହାର ମୂଳଦୁଆ ପଡ଼ିଥିଲା। ଏକ ଦଶନ୍ଧି ପୂର୍ବରୁ ଏହି ଗୋଷ୍ଠୀ ନିର୍ବାଚନରେ ଅଂଶଗ୍ରହଣ କରିବା ଆରମ୍ଭ କରି ସଫଳ ହେବା ଦେଖାଯାଇଛି। କାରଣ ଏହା ଶ୍ରମିକ ଶ୍ରେଣୀର ଲୋକଙ୍କୁ ପ୍ରଭାବିତ କରୁଥିବା ସମସ୍ୟା ଉପରେ ଅଧିକ ଗୁରୁତ୍ୱ ଦେଇଥିଲା। ପୂର୍ବ ନିର୍ବାଚନଗୁଡ଼ିକରେ ଡିଏସ୍‌ଏର ସ୍ବେଚ୍ଛାସେବୀ ଯେତିକି ସଂଖ୍ୟାରେ କାମ କରୁଥିଲେ ମମ୍‌ଦାନିଙ୍କ ପ୍ରଚାର ଯୋଗୁ ସେହି ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ଘଟିଛି। ତାଙ୍କ ପ୍ରଚାରରେ ଯୁବ ଗୋଷ୍ଠୀ(ମମ୍‌ଦାନିଙ୍କ ବୟସ ୩୪ ଏବଂ ତାଙ୍କ ଟିମ୍‌ର ଅନେକଙ୍କର ବୟସ ତାଙ୍କଠାରୁ କମ୍‌) ମଧ୍ୟରୁ ଅଧିକାଂଶ ତଥାକଥିତ ପରାମର୍ଶଦାତା ଓ ନିର୍ବାଚନ ରଣନୀତିକଙ୍କ ତୁଳନାରେ ଅଧିକ ଦକ୍ଷ ଓ ପ୍ରଭାବୀ ଭାବେ ଉଭା ହୋଇଥିଲେ। ତୃତୀୟ ବିଷୟ ହେଉଛି ନିଜେ ପ୍ରାର୍ଥୀ ମମ୍‌ଦାନି। ସେ ହେଉଛନ୍ତି ମୁସଲମାନ ଏବଂ ଖୋଲାଖୋଲି ଭାବେ ଏହି ପରିଚୟ ଦିଅନ୍ତି। ବିଶେଷକରି ନ୍ୟୁୟର୍କ ସହରରେ ୯/୧୧ ଆକ୍ରମଣ ପରେ ଇସ୍‌ଲାମ ବିରୋଧରେ ଘୃଣା ଭାବ ରହିଆସିଛି। ଏହି ସହରରେ ଆମେରିକା ବାହାରେ ଜନ୍ମିତ ଲୋକଙ୍କ ସଂଖ୍ୟା ମଧ୍ୟ ଜନସଂଖ୍ୟାର ୪୦ ପ୍ରତିଶତ। ଏଠାରେ ଅଧିକ ମୁସଲମାନ ଓ ଦକ୍ଷିଣ ଏସିଆର ଲୋକେ ବି ରହୁଛନ୍ତି, ଯେଉଁମାନେ ତାଙ୍କ ସମର୍ଥନରେ ରାଲି କରିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ନ୍ୟୁୟର୍କରେ ରହୁଥିବା ଇହୁଦୀ ଯୁବପିଢ଼ିଙ୍କ ସମେତ ସବୁ ପ୍ରକାର ଲୋକଙ୍କୁ ନିଜଆଡ଼କୁ ଆଣିବାରେ ତାଙ୍କର ଦକ୍ଷତା ରହିଛି। ଏହା ତାଙ୍କ ଆକର୍ଷଣ ଓ ପ୍ରତିଭା ଯୋଗୁ ସମ୍ଭବ ହୋଇଛି। ତେବେ ସୋସିଆଲ ମିଡିଆରେ ତାଙ୍କର ଆଶ୍ଚର୍ଯ୍ୟଜନକ ସଫଳତାକୁ ଏକ ମଡେଲ ଭାବେ ଅନେକ ବର୍ଷ ଧରି ବିଚାର କରାଯିବ। ତେବେ କିଛି ମାସ ପୂର୍ବେ ଆମେରିକାର ସବୁଆଡ଼େ ରାଜନୀତିଜ୍ଞମାନେ ଏହାକୁ ନକଲ କରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଅନେକ ବିଫଳ ହୋଇଥିଲେ, କାରଣ ସେମାନଙ୍କଠାରେ ଏହାକୁ ସହଜ ଓ ମଜାଦାର କରିବାରେ ମମ୍‌ଦାନିଙ୍କ ଭଳି ଦକ୍ଷତା ନ ଥିଲା। ଏଥିପାଇଁ ଅମେରିକାର ବିଶେଷଜ୍ଞମାନେ ତାଙ୍କୁ ହାପି ଓ୍ବାରିୟର ବୋଲି କହନ୍ତି।
ମୋ ମତରେ ଏହି ତିନୋଟି ବିଷୟ, ନଭେମ୍ବର ୪ ବିଜୟ ପାଇଁ ଆଧାର ଭାବେ କାମ କରୁଛି। ଯେତେବେଳେ ବି ହେଉ, ଯଦି ସେ ଜିତନ୍ତି, ତା’ହେଲେ ଇସ୍ରାଏଲ ପ୍ରତି ଥିବା ଅନେକ ଆମେରିକୀୟଙ୍କ ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିବା ଲାଗି ଆଗକୁ ଆସିବେ। ଏବେ ଲଗାତର ଭାବେ ଜନମତ ସର୍ବେକ୍ଷଣ ଦର୍ଶାଉଛି ଯେ, ଇସ୍ରାଏଲ ବର୍ଣ୍ଣଭେଦ ଓ ନରସଂହାର ପଥ ଆପଣାଇଥିବାରୁ ଅଧିକାଂଶ ଆମେରିକୀୟଙ୍କର ପାଲେଷ୍ଟିନୀୟଙ୍କ ପ୍ରତି ସହାନୁଭୂତି ରହିଛି। ଇସ୍ରାଏଲର ଶକ୍ତିଶାଳୀ ଲବି ହେତୁ ତାହାର ଏଭଳି ପଦକ୍ଷେପକୁ ରାଜନୀତିରେ ସ୍ବୀକାର କରାଯାଇପାରିନାହିଁ, କାରଣ ଏହା ନିର୍ବାଚନ କ୍ଷେତ୍ରରେ ଥିବା ପ୍ରାର୍ଥୀଙ୍କ ପାଇଁ ବାଧକ ହୋଇପାରେ। ମମ୍‌ଦାନିଙ୍କୁ ଜେହାଦି, ଉଗ୍ରପନ୍ଥୀ, ଇହୁଦୀ ବିରୋଧୀ ଏବଂ ଆହୁରି ଅନେକ କିଛି କୁହାଯାଇଥିଲେ ମଧ୍ୟ ସେ ଏହିସବୁ ଆହ୍ବାନଗୁଡ଼ିକୁ ସଫଳତାର ସହ ମୁକାବିଲା କରିଛନ୍ତି। ଆମେ ଜାଣିବାରେ ତାଙ୍କ ପ୍ରାର୍ଥତ୍ତ୍ୱ ଦୌଡ଼ରେ ପ୍ରତିଦ୍ୱନ୍ଦ୍ୱୀଙ୍କ ଆକ୍ରମଣର ଏହା ଏକ ପ୍ରମୁଖ ଅଂଶ ଭାବେ ରହିଥିଲା। ଏହା ଏବେ ମଧ୍ୟ ଜାରି ରହିଛି। ହେଲେ ଏହାର ପ୍ରଭାବ ମମ୍‌ଦାନିଙ୍କ ଉପରେ ପଡ଼ିନାହିଁ। ଯଦି ସେ ନ୍ୟୁୟର୍କର ମେୟର ହୁଅନ୍ତି ତେବେ ତାଙ୍କ ପ୍ରଚାରଶୈଳୀ ଓ ପ୍ଲାଟ୍‌ଫର୍ମ ଆମେରିକାରେ ଡିମୋକ୍ରାଟିକ ପାର୍ଟି ପାଇଁ ଏକ ମଡେଲ ପାଲଟିଯିବ। ଏହା ସତ୍ୟ ଯେ, ମମ୍‌ଦାନି ଯେତିକି ସଫଳ ହୋଇଛନ୍ତି ତାହାର କୌଣସି ବିକଳ୍ପ ନାହିଁ ବୋଲି ପାର୍ଟିରେ ଥିବା ଅନ୍ୟ ନେତୃବର୍ଗ ପ୍ରକାଶ କରିଛନ୍ତି। ଯଦି ଜଣେ ଗୁଜରାଟୀ-ପଞ୍ଜାବୀ ଯୁବକ ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶକୁ ଏକ ନୂଆ ଦିଶା ପ୍ରଦାନ କରନ୍ତି, ତେବେ ତାହା ହେବା ସବୁଠୁ ବଡ଼ ସଫଳତା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ପୁଣି ହେଲା ଶଟ୍‌ଡାଉନ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ୍‌,୩୧।୧: ଆମେରିକା ଉପରେ ପୁଣିଥରେ ତାଲାବନ୍ଦୀ ଅର୍ଥାତ୍‌ ଶଟ୍‌ଡାଉନ ହୋଇଛି। କାରଣ ସିନେଟରେ ଫଣ୍ଡିଂ ବିଲ୍‌ ଅଟକି ରହିଛି, ଯାହା ଫଳରେ ରାଷ୍ଟ୍ରପତି ଟ୍ରମ୍ପ ଚାପରେ ପଡ଼ିଛନ୍ତି।…

ପଥରରେ ପିଟି ହୋଇ ଖାଲକୁ ଖସିପଡ଼ିଲା ପୋଲିସ ଗାଡ଼ି, ମହିଳା ଏସ୍‌ଆଇଙ୍କ ସମେତ…

ଖଲ୍ଲିକୋଟ,୩୧ା୧(ପ୍ରଶାନ୍ତ କୁମାର ମିଶ୍ର): ଘନକୁହୁଡ଼ି ଯୋଗୁ ୧୬ ନମ୍ବର ଜାତୀୟ ରାଜପଥରେ ଶନିବାର ଏକ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ପଡ଼ିଥିବା ଗୋଟିଏ ପଥରରେ ପିଟି ହୋଇ…

NCPର ବଡ଼ ଦାଦି, ସୁନେତ୍ରା ଉପ ମୁଖ୍ୟମନ୍ତ୍ରୀ, ପାର୍ଥ ପାଓ୍ବାରଙ୍କୁ ରାଜ୍ୟ ସଭାରେ ମିଳିବ ସିଟ୍‌!

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ମହାରାଷ୍ଟ୍ର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଅଜିତ ପାୱାରଙ୍କ ହଠାତ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ନେତୃତ୍ୱ ସଙ୍କଟକୁ…

ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜଧାନୀ ମହିଳାଙ୍କ ପାଇଁ ନେଲେ ଏହି ପଦକ୍ଷେପ, ଏଣିକି ମିଳିବ…

ଭୁବନେଶ୍ୱର,୩୧ା୧: ରାଜଧାନୀ ମହିଳା ଯାତ୍ରୀଙ୍କ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ବଡ଼ ଘୋଷଣା କରିଛନ୍ତି। ମହିଳାଙ୍କ ସୁରକ୍ଷା ଏବଂ…

Pakistan PM: ‘ଆମକୁ ଲାଜ ଲାଗୁଛି’, କାହିଁକି ଏମିତି କହିଲେ ଶହବାଜ ସରିଫ? ଜାଣନ୍ତୁ ଏହା ପଛର କାରଣ

ଇସଲାମାବାଦ,୩୧।୧: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ବିଦେଶରୁ ଋଣ ନେବା ପାଇଁ ଲଜ୍ଜା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟଙ୍କା ମାଗିବା ଜାତୀୟ ଗର୍ବକୁ କ୍ଷତି…

ସୁନା-ରୂପା ପରି ବଢିଚାଲିଛି ଏହି ଧାତୁର ଦାମ୍‌! ଏବେଠୁ କିଣି ନିଅନ୍ତୁ…

ନୂଆଦିଲ୍ଲୀ,୩୧।୧: ଯଦି ଆପଣଙ୍କର ଧ୍ୟାନ କେବଳ ସୁନା ଏବଂ ରୂପା ଉପରେ ରହିଛି, ତେବେ ବଜାରକୁ ପୁନଃପରୀକ୍ଷଣ କରିବାର ସମୟ ଆସିଛି। ବିଶ୍ୱ ସାମଗ୍ରୀ ବଜାରରେ ଏକ…

ହଠାତ୍‌ ନବୀନ ନିବାସରେ ପହଞ୍ଚିଲେ କଳିକେଶ, ମିଳିବ ବଡ଼ ଦାୟିତ୍ୱ!

ଭୁବନେଶ୍ୱର,୩୧।୧: ନବୀନ ନିବାସରେ ପହଞ୍ଚିଲେ କଳିକେଶ ନାରାୟଣ ସିଂହଦେଓ।କଳିକେଶଙ୍କୁ ବଡ଼ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି । କଳିକେଶଙ୍କୁ ନେତୃତ୍ୱ ଦେବା ପାଇଁ ୨…

ବିଶିଷ୍ଟ କବିଙ୍କ ପରଲୋକ: ଇଂରାଜୀ-ଓଡିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି

ପଦ୍ମପୁର,୩୧।୧(ପ୍ରଦୀପ୍ତ ଦାଶ):ଇଂରାଜୀ ସାହିତ୍ୟ ଜଗତର ଉଜ୍ଜ୍ୱଳ ତାରକା, ବିଶିଷ୍ଟ ଶିକ୍ଷାବିତ୍‌ ତଥା କବି ପ୍ରଫେସର ରାଜେନ୍ଦ୍ର କୁମାର ପାଢ଼ୀଙ୍କ ପଦ୍ମପୁରସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri