ବିଜେଡିରୁ ଇସ୍ତଫା ଦେଲେ ମମତା ମହନ୍ତ: ଦଳ ଛାଡିବା ପଛରେ ରହିଛି ଏମିତି କାରଣ

ନୂଆଦିଲ୍ଲୀ/ଭୁବନେଶ୍ୱର,୩୧।୭: ରାଜ୍ୟ ସଭାରୁ ବିଜେଡି ଏମ୍‌ପି ମମତା ମହନ୍ତ ଇସ୍ତଫା ଦେବାର କିଛି ସମୟ ପରେ ଦଳରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଏନେଇ ସେ ଏକ୍ସ ଯୋଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ଆଜି ରାଜ୍ୟ ସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛି । ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ମଧ୍ୟ ଇସ୍ତଫା ପତ୍ର ପଠାଇ ଦେଇଛି। ମୋତେ ଜିଲା ପରିଷଦର ସଦସ୍ୟ ଓ ରାଜ୍ୟ ସଭାର ସଦସ୍ୟ ଭାବେ ସେ ମନୋନୀତ କରି ମୋର ଜିଲା ମୟୂରଭଞ୍ଜ ଓ ରାଜ୍ୟର ସେବା କରିବା ପାଇଁ ସୁଯୋଗ ଦେଇଥିଲେ । ଆଜି ମୋର ସେବାର ଆବଶ୍ୟକତା ସେ ଦଳ ଅନୁଭବ କରୁନାହିଁ। ମୁଁ ଯେହେତୁ ଲୋକଙ୍କ ନେତା ଏବଂ ସେମାନଙ୍କ ସେବା ହିଁ ମୋର ମୁଖ୍ୟ ଧ୍ୟେୟ, ସେଥିପାଇଁ ମୁଁ ସେ ଦଳରେ ରହିବାର ଆବଶ୍ୟକତା ଅନୁଭବ କଲି ନାହିଁ । ସେଥିପାଇଁ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ଏବଂ ରାଜ୍ୟ ସଭା ସଭ୍ୟ ପଦରୁ ଇସ୍ତଫା ଦେଲି ।
ଏହାପୂର୍ବରୁ ମମତାଙ୍କ ଇସ୍ତଫା ନେଇ ରାଜ୍ୟ ସଭା ଅଧ୍ୟକ୍ଷ ସୂଚନା ଦେଇଥିଲେ। ମମତା ୨୦୨୦ରେ ରାଜ୍ୟ ସଭାକୁ ବିଜେଡି ଟିକେଟ୍‌ରେ ନିର୍ବାଚିତ ହୋଇଥିଲେ। ମମତା କୁଡ଼ୁମୀ ସଂପ୍ରଦାୟର ଟାଣୁଆ ନେତ୍ରୀ ଭାବେ ଜଣାଶୁଣା ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡରାଉଛି ମୁଖ କ୍ୟାନ୍ସର: ୧୦ ବର୍ଷରେ ନେଲାଣି ୩ ହଜାର ଜୀବନ

ଭୁବନେଶ୍ୱର,୨୩।୩: ମୁଖ କ୍ୟାନ୍ସର ଏବେ ମୁଣ୍ଡ ବିନ୍ଧାର ମୁଖ୍ୟ କାରଣ ସାଜିଛି। ରାଜ୍ୟରେ ୧୦ ବର୍ଷରେ ମୁଖ କ୍ୟାନ୍ସରରେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ବଡ଼ କଥା କହିଦେଲେ ମୋଦି; LPGକୁ ପ୍ରାଥମିକତା, ତେଲକୁ ନେଇ କହିଲେ…

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଲୋକସଭାରେ ଅଭିଭାଷଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ପଶ୍ଚିମ ଏସିଆରେ…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ବିବାଦୀୟ ସ୍ଥାନରେ ବାସନ୍ତୀ ପୂଜା ବନ୍ଦ:୧୬୩ ଧାରା ଜାରିକଲେ ପ୍ରଶାସନ,ଅଶାନ୍ତ ହେଉଛି…             

ଭୋଗରାଇ, ୩।୪ ( ପ୍ରଦୀପ ଦାସ ): ରାତି ପାହିଲେ ମଧୁ ପାର୍ବଣ । ମା ବାସନ୍ତୀ ଦେବୀଙ୍କ ଷଷ୍ଠୀ  ପୂଜା । ସବୁଠି ମାଙ୍କ ଆରାଧନା…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri