ନାମାଙ୍କନ ଭରିଲେ ମମତା

ଭୁବନେଶ୍ୱର,୨୧।୮: ଭାଜପା ରାଜ୍ୟ ସଭା ପ୍ରାର୍ଥୀ ମମତା ମହାନ୍ତ ନାମାଙ୍କନ କରିଛନ୍ତି। ମମତା ମହାନ୍ତ ବିଧାନସଭାରେ ନାମାଙ୍କନ ଦାଖଲ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ତାଙ୍କ ସହିତ ଉପସ୍ଥିତ ଥିବା ବେଳେ ଭାଜପା ନେତୃବୃନ୍ଦ ସାମିଲଥିଲେ।
ମଙ୍ଗଳବାର ଭାଜପା ମମତା ମହନ୍ତଙ୍କୁ ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କରିଥିଲା। ତେବେ ଭାଜପା ପାଖରେ ସଂଖ୍ୟା ଦୃଷ୍ଟିରୁ ଆବଶ୍ୟକ ସଦସ୍ୟ ରହିଥିବାରୁ ମମତା ଏକପ୍ରକାର ରାଜ୍ୟ ସଭାକୁ ଯିବା ନିଶ୍ଚିତ ହୋଇସାରିଛି। ତେବେ ଆବଶ୍ୟକତା ପଡିଲେ ସେପ୍ଟେମ୍ବର ୩ରେ ରାଜ୍ୟ ସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ସେହିଦିନ ସନ୍ଧ୍ୟାରେ ଭୋଟ ଗଣତି କରାଯାଇ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ନିକଟରେ ବିଜେଡି ଛାଡ଼ି ଭାଜପାରେ ମିଶିଥିଲେ ମମତା ମହନ୍ତ। ସେ ରାଜ୍ୟସଭା ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ମଙ୍ଗଳବାର ଭାଜପା ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଥିଲା।
ସୂଚନାଯୋଗ୍ୟ ଯେ, ମମତା ମହାନ୍ତଙ୍କୁ ୨୦୨୦ ମସିହାରେ ବିଜେଡି ରାଜ୍ୟସଭା ପଠାଇଥିଲା। ଗତ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ଏବଂ ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡିରୁ ଇସ୍ତଫା ବେଳେ ସେ ଅସନ୍ତୋଷ ଥିଲେ। ତାଙ୍କୁ ଦଳରେ ଅଣଦେଖା କରାଯାଇଥିବା ସେ ଅଭିଯୋଗ କରିଥିଲେ। ଏହାର ଗୋଟିଏ ଦିନ ପରେ ସେ ଭାଜପାରେ ଯୋଗ ଦେଇଥିଲେ। ଅନ୍ୟପକ୍ଷେ ଭାଜପାର ରାଜ୍ୟ ସଭା ପ୍ରାର୍ଥୀ ରେସ୍‌ରେ ମମତା ହିଁ ଆଗରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତର ଆନ୍ଦୋଳନ ସ୍ଥଗିତ, ସୂଚନା ଦେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଲେ ଆଜିଠୁ…

ଭୁବନେଶ୍ୱର,୪ା୭: ରାଜ୍ୟରେ ଚାଲିଥିବା ଡାକ୍ତରମାନଙ୍କ ଆନ୍ଦୋଳନଙ୍କୁ ସ୍ଥଗିତ ରଖାଯାଇଛି। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଶନିବାରଠାରୁ ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେବେ ବୋଲି ମନ୍ତ୍ରୀ…

Parliament Monsoon Session: ଜୁଲାଇ ୨୦ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ, ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆଦିଲ୍ଲୀ,୪।୭: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରେ ଆରମ୍ଭ ହେବ। କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ X ରେ ଏକ ପୋଷ୍ଟରେ କହିଛନ୍ତି ଯେ, ଭାରତ ସରକାରଙ୍କ…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ରିଷିଡ଼ା,୪ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ହରି ବାରିକଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ ଜୀବନ ବିତାଉଛନ୍ତି। ଆବାସ…

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଘଟଣା

ବସ୍ତା, ୪।୭ (ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା  ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ…

କାହିଁକି ଆତ୍ମହତ୍ୟା କଲେ IIC: ଚାଞ୍ଚଲ୍ୟକର ମନ୍ତବ୍ୟ ଦେଲେ ସିପି

କଟକ, ୪।୭ (ପ୍ରଭୁକଲ୍ୟାଣ ପାଲ): ଚାଉଳିଆଗଞ୍ଜ ଥାନାର ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ କଟକ-ଭୁବନେଶ୍ୱର ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ପ୍ରତିକ୍ରିୟା ରଖିଛନ୍ତି।…

ବିଧାୟକ ଅଶୋକ ଦାସଙ୍କ ନାଁରେ ଫେକ୍ ହ୍ୱାଟ୍ସଆପ୍ ଆକାଉଣ୍ଟ, ସମସ୍ୟାରେ ଥିବା କହି ମାଗୁଛନ୍ତି ଟଙ୍କା

ଭୁବନେଶ୍ୱର, ୪/୭: କଂଗ୍ରେସ ବିଧାୟକ ଅଶୋକ ଦାସଙ୍କ ନାଁରେ ଏକ ଫେକ୍ ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲି କିଛି ଅସାମାଜିକ ବ୍ୟକ୍ତି ଟଙ୍କା ମାଗୁଥିବା ଅଭିଯୋଗ ସାମ୍ନାକୁ ଆସିଛି।…

ଖୋଲିଲା ମାଛକୁଣ୍ଡ ଜଳଭଣ୍ଡାରର ପ୍ରଥମ ଗେଟ୍: ନିଷ୍କାସିତ ହେଲା ବର୍ଷାଜଳ

ଲମତାପୁଟ, ୪।୭: ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ମାଛକୁଣ୍ଡ ଜଳଭଣ୍ଡାରରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଶନିବାର ଚଳିତ ବର୍ଷ ପ୍ରଥମ ଥର ପାଇଁ…

କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା IIC ବିୟୁଟି: ମୃତ୍ୟର କାରଣ ଅସ୍ପଷ୍ଟ

କଟକ,୪।୭(ପ୍ରଭୁକଲ୍ୟାଣ ପାଲ୍‌): କଟକରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଚାଉଳିଆଗଞ୍ଜ ଥାନା ଅଧିକାରୀ ବିୟୁଟି ମହାନ୍ତି ଆତ୍ମହତ୍ୟା କରିଛନ୍ତି। ମହିଳା ଆଇଆଇସି ଜଣଙ୍କ ନିଜ କ୍ୱାର୍ଟର୍ସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri