ମନ୍ଦିର ପରେ ‘ମହାପ୍ରସାଦ’କୁ ନେଇ ରାଜନୀତି କଲେ ମମତା, ରାଗିଗଲେ ପୁରୀ ସେବାୟତ

ପୁରୀ,୨୦।୬: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଘାର ଜଗନ୍ନାଥ ମନ୍ଦିରରୁ ‘ପ୍ରସାଦ’କୁ ‘ମହାପ୍ରସାଦ’ ଆଖ୍ୟା ଦେଇ ରାଜ୍ୟବ୍ୟାପୀ ବଣ୍ଟନ କରି ଏକ ବ୍ୟାପକ ଧାର୍ମିକ ପ୍ରଚାର ଆରମ୍ଭ କରିଥିବା ଅଭିଯୋଗ ହୋଇଛି। ଏହି ପଦକ୍ଷେପ ରାଜନୈତିକ ଓ ଧାର୍ମିକ ବିବାଦକୁ ଜନ୍ମ ଦେଇଛି।

ନିର୍ବାଚନ ପୂର୍ବରୁ ଏକ ସାହସୀ ପଦକ୍ଷେପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଦିଘାରେ ନୂତନ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରରୁ ‘ମହାପ୍ରସାଦ’ ନାମକ ପ୍ରସାଦ ବଣ୍ଟନ ଆରମ୍ଭ କରିଛନ୍ତି। ଏହି ପ୍ରସାଦ, ଯାହା ମୁଖ୍ୟତଃ ଖୁଆ (ଘନୀଭୂତ କ୍ଷୀର)ରୁ ତିଆରି ପେଡ଼ା ଓ ଗଜା ଭୋଗ ଅଟେ, ରାଜ୍ୟର ୨୩ଟି ଜିଲାରେ ଘରେ ଘରେ ବଣ୍ଟନ କରାଯାଉଛି।

ଏହି ପଦକ୍ଷେପକୁ ଭାଜପାର ହିନ୍ଦୁତ୍ବ ଏଜେଣ୍ଡାକୁ ପ୍ରତିହତ କରିବା ପାଇଁ ଏକ କୌଶଳଗତ ପଦକ୍ଷେପ ଭାବେ ଦେଖାଯାଉଛି। ରାଜନୈତିକ ପର୍ଯ୍ୟବେକ୍ଷକମାନେ ମନେ କରୁଛନ୍ତି ଯେ ଏହା ମମତାଙ୍କ ଧାର୍ମିକ ଅବସ୍ଥାନ ସମ୍ବନ୍ଧୀୟ ବର୍ଷ ବର୍ଷ ଧରି ହୋଇଆସୁଥିବା ସମାଲୋଚନା ଓ ଅଭିଯୋଗକୁ ନିରପେକ୍ଷ କରିବା ଲକ୍ଷ୍ୟରେ କରାଯାଇଛି।

ଏହି ପ୍ରକ୍ରିୟା ୧୦ ଜୁନ୍‌ରେ ଦିଘା ମନ୍ଦିରରେ ଏକ ଖୁଆ ପୂଜା ସହିତ ଆରମ୍ଭ ହୋଇଥିଲା। ପ୍ରାୟ ୩୦୦ କିଲୋଗ୍ରାମ ଖୁଆକୁ ସୁନେଲି ରଙ୍ଗୀନ ପ୍ୟାକେଟରେ ନୈବେଦ୍ୟ ଭାବେ ଅର୍ପଣ କରାଯାଇ ପରେ ଜିଲା ପ୍ରଶାସକ, ବ୍ଲକ ଡେଭେଲପମେଣ୍ଟ ଅଫିସର ଓ ରାସନ ଡିଲରମାନଙ୍କ ମାଧ୍ୟମରେ ‘ଦୁଆରେ ରାସନ’ ଅଭିଯାନ ଜରିଆରେ ବଣ୍ଟନ କରାଯାଇଛି। ଏହି ଅଭିଯାନ ୨୭ ଜୁନ୍‌ ପର୍ଯ୍ୟନ୍ତ ଚାଲିବ, ଯାହା ମହାନ ରଥଯାତ୍ରା ଉତ୍ସବ ସହ ସମାପ୍ତ ହେବ।

କିନ୍ତୁ, ଏହି ପଦକ୍ଷେପ ପୁରୀର ଜଗନ୍ନାଥ ମନ୍ଦିରର ସେବାୟତ ଓ ଜଗନ୍ନାଥ ସଂସ୍କୃତିର ଭକ୍ତମାନଙ୍କ ତରଫରୁ ତୀବ୍ର ଆପତ୍ତି ଉଠାଇଛନ୍ତି। ସମାଲୋଚକମାନେ ଯୁକ୍ତି କରୁଛନ୍ତି ଯେ ପୁରୀ ବାହାରେ ତିଆରି ପେଡ଼ା ଓ ଗଜାକୁ ‘ମହାପ୍ରସାଦ’ ଆଖ୍ୟା ଦେବା ଏହି ଶବ୍ଦର ପବିତ୍ରତାକୁ ଅସମ୍ମାନ କରେ, ଯାହା କେବଳ ପୁରୀ ଜଗନ୍ନାଥ ମନ୍ଦିରର ନୈବେଦ୍ୟ ପାଇଁ ସଂରକ୍ଷିତ।

ପଶ୍ଚିମବଙ୍ଗ ଭାଜପା ମମତାଙ୍କ ଏହି ରଣନୀତିର ତୀବ୍ର ସମାଲୋଚନା କରି ଏହାକୁ ରାଜନୈତିକ ଚାଲ ବୋଲି ଅଭିହିତ କରିଛି ଏବଂ ନିର୍ବାଚନୀ ଲାଭ ପାଇଁ ହିନ୍ଦୁ ଧାର୍ମିକ ଭାବନାର ଅପବ୍ୟବହାର କରୁଥିବା ଅଭିଯୋଗ କରିଛି। ଧାର୍ମିକ ପଣ୍ଡିତ ଓ ପୁରୀର ସେବାୟତମାନେ ଏହି କାର୍ଯ୍ୟକୁ ଭ୍ରାନ୍ତିଜନକ ଓ ସାଂସ୍କୃତିକ ଅପମାନ ବୋଲି ଅଭିହିତ କରି ଏହାର ବିରୋଧ କରିଛନ୍ତି।

“ଅନେକ ସ୍ଥାନରେ ଦେଖାଯାଇଛି ଯେ ସ୍ଥାନୀୟ ମିଠା ପ୍ରସ୍ତୁତକାରମାନେ ପେଡ଼ା ଓ ଗଜା ତିଆରି କରି ରାସନ ବ୍ୟବସ୍ଥା ମାଧ୍ୟମରେ ବାସିନ୍ଦାମାନଙ୍କ ମଧ୍ୟରେ ବଣ୍ଟନ କରୁଛନ୍ତି। ମିଠା ତିଆ ପ୍ରସ୍ତୁତକାରମାନଙ୍କ ଦ୍ୱାରା ତିଆରି ମିଠା କିପରି ‘ମହାପ୍ରସାଦ’ ହେଉଛି?” ପଶ୍ଚିମବଙ୍ଗ ରାଜ୍ୟ ଭାଜପାର ସାଧାରଣ ସମ୍ପାଦକ ଉମେଶ ରାୟ ପ୍ରଶ୍ନ କରିଛନ୍ତି।

“ସେ (ମମତା) ବାରମ୍ବାର ଏହା କରୁଛନ୍ତି। ଏହି ସମ୍ବେଦନଶୀଳ ବିଷୟ ସମ୍ପର୍କରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ। ଆମେ ଏତେ ଦିନ ଚୁପ୍‌ କାହିଁକି ବସିଛୁ? ନ୍ୟାୟ ପାଇଁ ଆମେ ଏପର୍ଯ୍ୟନ୍ତ ଆଇନଗତ ପଦକ୍ଷେପ କାହିଁକି ନେଇନାହୁଁ? ସେ ମିଠାକୁ ‘ମହାପ୍ରସାଦ’ କହୁଛନ୍ତି। ଆମେ କ’ଣ ଏତେ ଅନ୍ଧ ହୋଇଯାଇଛୁ?” ଖୁଣ୍ଟିଆ ନିଜୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନରେ ମୋଦି!

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ ୨୩ ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗି ରହିଛି।…

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌ ପରେ ବିପଜ୍ଜନକ ଧମକ ଦେଲା ଇରାନ, ଭୟରେ ଥରହର ସାରା ବିଶ୍ୱ

ଓ୍ବାଶିଂଟନ୍‌,୨୨।୩: ଆମେରିକା-ଇସ୍ରାଏଲ ଯୁଦ୍ଧ ଏବେ ଆରବ ଦେଶଗୁଡ଼ିକୁ ତୃଷାର୍ତ୍ତ କରିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ପରେ ଇରାନ ପ୍ରତିଆକ୍ରମଣ ଆରମ୍ଭ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri