Posted inଜାତୀୟ

କାହାକୁ ହାତ ଯୋଡି କ୍ଷମା ମାଗିଲେ ମମତା, ଜାଣନ୍ତୁ ପୁରା ଘଟଣା

କୋଲକାତା,୧୨।୯: ପଶ୍ଚିମବଙ୍ଗରେ ହୋଇଥିବା କୋଲକାତା ବଳାତ୍କାର-ହତ୍ୟା ଘଟଣା ବେଳକୁ ବେଳ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରୁଛି। ଏହି ମାମଲାକୁ ନେଇ ଧର୍ମଘଟ କରୁଥିବା ଡାକ୍ତରମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବୈଠକ କରିବାକୁ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପଶ୍ଚିମବଙ୍ଗ ସରକାର ଆନ୍ଦୋଳନକାରୀ ଡାକ୍ତରମାନଙ୍କୁ ଆଲୋଚନା ପାଇଁ ଡାକିଥିଲେ। ଆନ୍ଦୋଳନକାରୀ ଡାକ୍ତରଙ୍କ ସହ କଥାବାର୍ତ୍ତା କରିବାକୁ ମମତା ବାନାର୍ଜୀ ମଧ୍ୟ ସେଠାରେ ପହଞ୍ଚିଥିଲେ। ସେ ୨ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିଥିଲେ ମଧ୍ୟ ଡାକ୍ତର କଥା ହେବାକୁ ଆସିନଥିଲେ। ଏହା ପରେ ମମତା ବାନାର୍ଜୀ କହିଛନ୍ତି, ମୁଁ ହାତ ଯୋଡି ବଙ୍ଗଳାବାସୀଙ୍କୁ କ୍ଷମା ମାଗୁଛି ଯେ ଆମେ ଡାକ୍ତରମାନଙ୍କୁ କାମକୁ ଫେରାଇ ଆଣି ପାରିବୁ ନାହିଁ।
ମମତା ବାନାର୍ଜୀ କହିଛନ୍ତି, ରାଜ୍ୟରେ ଚିକିତ୍ସା ଅଭାବରୁ ୨୭ଜଣଙ୍କର ମୃତ୍ୟୁ ହୋଇସାରିଲାଣି। କିନ୍ତୁ ଡାକ୍ତରମାନେ ଧର୍ମଘଟରେ ଅଛନ୍ତି। ମୁଁ ତିନିଥର ଚେଷ୍ଟା କଲି, କିନ୍ତୁ ଡାକ୍ତରଙ୍କ ସହ ସାକ୍ଷାତ ହୋଇପାରିଲା ନାହିଁ। ମମତା କହିଛନ୍ତି, ବର୍ତ୍ତମାନ ଯଦି କୌଣସି ବୈଠକ ହୁଏ ତେବେ ଏହା ମୁଖ୍ୟ ସଚିବ ଏବଂ ଅନ୍ୟ ଅଧିକାରୀଙ୍କ ସହ ହେବ।

ସୂଚନାଯୋଗ୍ୟ, ମମତା ବାନାର୍ଜୀ ବିରୋଧ ପ୍ରଦର୍ଶନ କରୁଥିବା ଡାକ୍ତରମାନଙ୍କୁ ଏକ ବୈଠକ ପାଇଁ ଡାକିଥିଲେ। ଆଲୋଚନା ପାଇଁ ୧୫ ଜୁନିଅର ଡାକ୍ତରଙ୍କ ଏକ ପ୍ରତିନିଧୀ ଦଳ ଡକାଯାଇଥିଲା। ତେବେ ବୈଠକର ଲାଇଭ ଟେଲିକାଷ୍ଟ ଉପରେ ସରକାରଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହି କାରଣରୁ ଜୁନିୟର ଡାକ୍ତର ସଭା ସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଭିତରକୁ ଯାଇ ନଥିଲେ। ମମତା ବାନାର୍ଜୀ ସେଠାରେ ପ୍ରାୟ୨ ଘଣ୍ଟା ଅପେକ୍ଷା କରି ରହିଲେ। ଟେଲିକଷ୍ଟ ବିନା ବୈଠକ କରିବାକୁ ଡାକ୍ତରମାନେ ମନା କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri