Posted inଜାତୀୟ

ନୂଆ ସାମ୍ମୁଖ୍ୟ ଗଢ଼ିବେ ମମତା, ଅଖିଳେଶ

କୋଲକାତା, ୧୮ା୩: ଭାଜପା ଏବଂ କଂଗ୍ରେସଠାରୁ ସମଦୂରତ୍ୱ ରକ୍ଷା କରି ନୂଆ ସାମ୍ମୁଖ୍ୟ ଗଠନ କରିବା ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତ୍ରୀ ମମତା ବାନାର୍ଜୀ ଏବଂ ସମାଜାବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର କୋଲକାତାରେ ଅଖିଳେଶ ମମତାଙ୍କୁ ଭେଟିଛନ୍ତି। ମମତା ଆସନ୍ତା ୨୩ ତାରିଖରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି) ଅଧ୍ୟକ୍ଷ ନବୀନ ପଟ୍ଟନାୟକଙ୍କୁ ଭେଟିବେ। ବିଜେଡି ଉଭୟ କଂଗ୍ରେସ ଓ ଭାଜପାଠାରୁ ସମଦୂରତ୍ୱ ରକ୍ଷାକରି ଆସିଛି। ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାଜପାକୁ ପରାଜିତ କରିଥିବାରୁ ମମତାଙ୍କୁ ଏସ୍‌ପି ନେତା ଅଖିଳେଶ ଉଚ୍ଚ ପ୍ରଶଂସା କରିଥିଲେ। ଆଗାମୀ ନିର୍ବାଚନରେ ଗୈରିକ ଦଳକୁ ପରାଜିତ କରିବାକୁ ହେଲେ ଟିଏମ୍‌ସି ସୁପ୍ରିମୋଙ୍କ ସହ ଏସ୍‌ପି ଦୃଢ଼ଭାବେ ଛିଡ଼ାହେବ ବୋଲି ଅଖିଳେଶ କହିଛନ୍ତି।
ସମ୍ପ୍ରତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଣ୍ଡନରେ ଦେଇଥିବା ମନ୍ତବ୍ୟକୁ ନେଇ ଶାସକ ଦଳ ପାର୍ଲାମେଣ୍ଟରେ ଅଚଳାବସ୍ଥା ସୃଷ୍ଟି କରିଛି। ଭାଜପା ରାହୁଲଙ୍କୁ ବିରୋଧୀ ଦଳଗୁଡ଼ିକର ମୁଖ୍ୟ ନେତା ଭାବେ ଉପସ୍ଥାପନ କରି ସେମାନଙ୍କୁ ଟାର୍ଗେଟ କରିବାକୁ ଚାହୁଁଥିତ୍ବା ବିରୋଧୀ ସନ୍ଦେହ କରୁଛନ୍ତି। କଂଗ୍ରେସକୁ ବ୍ୟବହାର କରି ଶାସକ ଦଳ ପାର୍ଲାମେଣ୍ଟ ଚଳାଇଦେବାକୁ ଚାହୁଁନାହିଁ। ୨୦୨୪ ନିର୍ବାଚନରେ କିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ତାହା ନିଷ୍ପତ୍ତି ନେବାର ଆବଶ୍ୟକତା ନାହିଁ ବୋଲି ଟିଏମ୍‌ସି ଏମ୍‌ପି ସୁଦୀପ ବନ୍ଦୋପାଧ୍ୟାୟ କହିଛନ୍ତି। କଂଗ୍ରେସକୁ ବିରୋଧୀ ଦଳଗୁଡ଼ିକର ବିଗ୍‌ ବସ୍‌ ଭାବିବା ଭ୍ରାନ୍ତ ଧାରଣା ବୋଲି ସେ ମତ ଦେଇଛନ୍ତି। ଭାଜପା ଏବଂ କଂଗ୍ରେସଠାରୁ ସମଦୂରତ୍ୱ ରକ୍ଷା କରିବା ଯୋଜନା ସମ୍ପର୍କରେ ଆଲୋଚନା ଲାଗି ମମତା ଅନ୍ୟ ବିରୋଧୀ ଦଳଗୁଡ଼ିକ ସହ ଆଲୋଚନା କରିବେ। ଆମେ ତୃତୀୟ ସାମ୍ମୁଖ୍ୟ କଥା କହୁନାହୁଁ। କିନ୍ତୁ ଭାଜପାକୁ ପରାଜିତ କରିବା କ୍ଷମତା ଆଞ୍ଚଳିକ ଦଳଗୁଡ଼ିକର ରହିଛି ବୋଲି ବନ୍ଦୋପାଧ୍ୟାୟ କହିଛନ୍ତି। ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ସିବିଆଇ, ଇଡି ଏବଂ ଆୟକର ବିଭାଗ ଭଳି କେନ୍ଦ୍ରୀୟ ସଂସ୍ଥାର ଦୁରୁପଯୋଗ କରି ବିରୋଧୀ ନେତାମାନଙ୍କୁ ଟାର୍ଗେଟ କରୁଛନ୍ତି। ଯେଉଁମାନେ ଭାଜପା ଭାକ୍ସିନ ପାଉଛନ୍ତି, ସେମାନେ ଏନେଇ ବିବ୍ରତ ନୁହନ୍ତି। କାରଣ ସିବିଆଇ, ଇଡି ମାମଲା ଥିବା ବିରୋଧୀ ନେତାମାନେ ଭାଜପାରେ ଯୋଗଦେଲେ ସେମାନଙ୍କ ମାମଲାକୁ ହଟାଇ ଦିଆଯାଉଥିବା ଅଖିଳେଶ ଖବରଦାତାମାନଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri