ନଗଡ଼ା ପାର୍ଶ୍ୱ ଗ୍ରାମରେ ଅତିଶୟ ଅପପୁଷ୍ଟି

ଯାଜପୁର,୨୦।୮(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ଖଣି ଓ ଶିଳ୍ପସମୃଦ୍ଧ ହୋଇଥିଲେ ମଧ୍ୟ ଭୋକର ଭୂଗୋଳ ତାଲିକାରୁ ହଟିପାରୁନାହିଁ। ସୁକିନ୍ଦା ବ୍ଲକର ନଗଡ଼ାରେ ପୁଷ୍ଟିହୀନତାରେ ଶିକାର ହୋଇ ଶିଶୁମାନଙ୍କ ମୃତ୍ୟୁ ହେବା ଘଟଣା ଦେଶ ବିଦେଶରେ ଚର୍ଚ୍ଚା ହୋଇଥିଲା। ଏହି ଘଟଣାର ୮ ବର୍ଷ ପରେ ମଧ୍ୟ ନଗଡ଼ା ଅଞ୍ଚଳରୁ ହଟିପାରିନି ପୁଷ୍ଟିହୀନତା। ନଗଡ଼ା ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡ଼ିକର ଶିଶୁମାନେ ଅପପୁଷ୍ଟିର ଶିକାର ହୋଇଛନ୍ତି। ସାତକୁଳିଆ ପାହାଡ଼ର ନଗଡ଼ା ବାମ ପାର୍ଶ୍ୱ ତୁମୁଣି ଗ୍ରାମରେ ୨ ଜଣ ଅତିଶୟ ଅପପୁଷ୍ଟି ଓ ୪ ଜଣ ମଧ୍ୟମଧରଣର ଅପପୁଷ୍ଟି ଶିଶୁ ରହିଛନ୍ତି। ସେହିପରି ନଗଡ଼ା ଡାହାଣ ପାର୍ଶ୍ୱ ତଳଡ଼ିହ ଗ୍ରାମରେ ୪ଜଣ ଅତିଶୟ ଅପପୁଷ୍ଟି ଶିଶୁ ରହିଛନ୍ତି। ଏହି ଦୁଇ ଗ୍ରାମକୁ ଏଯାଏ ରାସ୍ତା ସଂଯୋଗ ହୋଇନାହିଁ। ଫଳରେ ପୁଷ୍ଟିକର ଖାଦ୍ୟ ଓ ଉପଯୁକ୍ତ ଚିକିତ୍ସା ଅଭାବରୁ ଅପପୁଷ୍ଟିରେ ଆକ୍ରାନ୍ତ ଶିଶୁଙ୍କ ଜୀବନ ବିପଦରେ ପଡ଼ିଛି। ଗୋଟିଏପଟେ ଯାଜପୁର ଜିଲାର କଳିଙ୍ଗନଗର, ସୁକିନ୍ଦା, ଦାନଗଦି, ଧର୍ମଶାଳା ଆଦି ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଶିଳ୍ପ ଗଢ଼ିଉଠିଛି। ମୂଲ୍ୟବାନ୍‌ ଖଣିଜ ପଦାର୍ଥ ଉତ୍ତୋଳନ ପାଇଁ ଅନେକ ଖଣି ଖାଦାନ ରହିଛି। ଅନ୍ୟପଟେ ଜିଲାର ଆଭ୍ୟନ୍ତର, ବିଶେଷକରି ଆଦିବାସୀ ଓ ଦଳିତ ବହୁଳ ବସତିକୁ ଅତିଶୟ ଦାରିଦ୍ର୍ୟ ଗ୍ରାସି ରଖିଛି। ଦୀର୍ଘଦିନର ସରକାରୀ ଅବହେଳାର ଚିତ୍ର ସେଠାରେ ସ୍ପଷ୍ଟ ଦେଖିବାକୁ ମିଳୁଛି। ଏଠାକାର ଜଙ୍ଗଲ, ଜମି, ଜଳକୁ ବ୍ୟବହାର କରି କମ୍ପାନୀଗୁଡ଼ିକ ବହୁ ହଜାର କୋଟି ଲାଭ ପାଉଥିବାବେଳେ ସେମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ପ୍ରଦୂଷଣର ଜ୍ୱାଳାକୁ ସ୍ଥାନୀୟ ବାସିନ୍ଦା ଭୋଗିବା ସହ ଭୋକ ଓ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି।
ଶିଶୁମୃତ୍ୟୁ ଘଟଣା ପରେ ନଗଡ଼ା ରାଜସ୍ବ ମୌଜାର ସାମଗ୍ରିକ ବିକାଶ ନିମନ୍ତେ ପ୍ରାୟ ୧୩ କୋଟି ଟଙ୍କା ଖର୍ଚ୍ଚ କରି ପାହାଡ ଚିରି ରାସ୍ତା ନିର୍ମାଣ ହୋଇଛି। ଏହାପରେ ସେଠାରେ ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାନୀୟ ଜଳ, ସାଧାରଣ ବଣ୍ଟନ ଆଦି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ନଗଡାଠାରୁ ୨.୭୦୦ କିମି ଦୂର ବାମପାର୍ଶ୍ୱରେ ଥିବା ତୁମୁଣି ଗ୍ରାମକୁ ଏଯାଏ ରାସ୍ତା ନିର୍ମାଣ ହୋଇପାରିନାହିଁ। ତୁମୁଣି ଗାଁଟି ପାହାଡ଼ ଶିଖରର ସମତଳ ଭୂମିରେ ରହିଛି। ପାହାଡ଼ ଉପରେ ନିଜ ପରିବାର ଚଳାଇବା ପାଇଁ ଗ୍ରାମବାସୀ ଜଙ୍ଗଲରୁ ଫଳମୂଳ, ମହୁ ସଂଗ୍ରହ କରି ସାପ୍ତାହିକ ହାଟରେ ବିକ୍ରିକରି କିରୋସିନ ଓ ଲୁଣ କିଣି ନିଅନ୍ତି। ରାଶନ ନେବାକୁ ଚିଙ୍ଗୁଡ଼ିପାଳ କିମ୍ବା ନାଲିଆଡ଼ାବାକୁ ଆସିବାକୁ ପଡ଼େ। ଏହି ଗ୍ରାମବାସୀଙ୍କ ପାଇଁ ସରକାରଙ୍କ ପ୍ରାୟ ସମସ୍ତ ଯୋଜନା ଅପହଞ୍ଚ ହୋଇପଡ଼ିଛି। ଏବେ ବି ଗର୍ଭବତୀ ମାତୃ ମୃତ୍ୟୁହାର ଓ ଶିଶୁ ଅପପୁଷ୍ଟିରେ ଲଗାମ ଲାଗି ପାରିନାହିଁ। ସ୍ବାସ୍ଥ୍ୟକର୍ମୀମାନେ ପକ୍କା ରାସ୍ତାରେ ଯାଇ ନଗଡାବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଥିବାବେଳେ ତୁମୁଣି ଗାଁକୁ ପହଞ୍ଚିବାକୁ କଷ୍ଟକର ହେଉଛି। ପାହାଡ଼ କଡ଼ରେ ବଡ଼ ବଡ଼ ପଥର ଉପରେ ପାଦଚଲା ରାସ୍ତା ରହିଛି। ତେଣୁ ସରକାରୀ କର୍ମଚାରୀମାନେ ସେଠାକୁ ଯିବାକୁ ଅମଙ୍ଗ ହେଉଛନ୍ତି। ତୁମୁଣି ଗଁା ଲୋକମାନେ ଲୁଣ ଟିକେ କିଣିବାକୁ ହେଲେ ଗୋଟିଏ ଦିନରେ ଘରକୁ ଫେରିପାରନ୍ତି ନାହିଁ। ପାହାଡ଼ ରାସ୍ତା ଦେଇ ଯିବା ସମୟରେ ବନ୍ୟଜନ୍ତୁ ଆକ୍ରମଣ ଭୟ ରହିଥାଏ। କେତେଜଣ ଭାଲୁ ଆକ୍ରମଣରେ ଜୀବନ ହରାଇଥିବା ଉଦାହରଣ ରହିଛି। ପ୍ରାୟ ୨୫ ପରିବାର ବସବାସ କରୁଥିବା ତୁମୁଣି ଗ୍ରାମରେ ବିଦ୍ୟୁତ୍‌ ଆଲୁଅ ଦିବାସ୍ବପ୍ନ ହୋଇଛି। ୨୦୧୭ରେ ଏଠାରେ ଏକ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ହୋଇଥିଲା। ହେଲେ ତାହା ପ୍ରାୟ ଅକାମୀ ହୋଇ ରହିଛି। ଅନୁରୂପ ପରିସ୍ଥିତି ଦେଖାଦେଇଛି ନଗଡା ଡାହାଣ ପାର୍ଶ୍ୱ ୩ କିମି ଦୂର ତଳଡ଼ିହ ଗ୍ରାମରେ। ଏଠାରେ ପ୍ରାୟ ୧୦ ପରିବାର ବସବାସ କରୁଥିବାବେଳେ ତୁମୁଣି ଭଳି ଏଠାରେ ମଧ୍ୟ ସରକାରୀ ଅବହେଳା ଜଳଜଳ ହୋଇ ଦିଶୁଛି। ସରକାରଙ୍କ ବହୁସୂତ୍ରୀ କାର୍ଯ୍ୟକ୍ରମ ଏଠାରେ କାଗଜକଲମରେ ସୀମିତ ରହିଛି।
ଅତିଶୟ ଅପପୁଷ୍ଟି ଶିଶୁଙ୍କୁ ତୁରନ୍ତ ପୁଷ୍ଟି ସାଧନ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରିବାକୁ ସରକାରୀ ନିର୍ଦ୍ଦେଶ ରହିଛି। ତେବେ ତୁମୁଣି ଓ ତଳଡିହ ଗ୍ରାମରେ ଅପପୁଷ୍ଟି ଶିଶୁ ରହିଥିବା ପ୍ରଶାସନ ନିକଟରେ ଖବର ରହିଥିଲେ ବି ସେମାନଙ୍କୁ ଅଣଦେଖା କରାଯିବା ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠୁଛି। ଏ ସଂକ୍ରାନ୍ତରେ ଯାଜପୁର ସିଡିଏମ୍‌ଓ ଶିବାଶିଷ ମହାରଣାଙ୍କୁ ପଚାରିବାରେ ସେ କହିଛନ୍ତି, ପ୍ରତି ଗୁରୁବାର ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ୪ ଜଣିଆ ଦଳ ତୁମୁଣି, ତଳଡ଼ିହ, ନଗଡ଼ା ପ୍ରଭୃତି ଅଞ୍ଚଳକୁ ଗସ୍ତରେ ଯାଉଛିି। ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଉପଯୁକ୍ତ ଚିକିତ୍ସା କରାଯାଉଛି। ଆସନ୍ତା ଗୁରୁବାର ମଧ୍ୟ ସେହି ଅଞ୍ଚଳକୁ ଯାଇ ଆବଶ୍ୟକ ନିରୀକ୍ଷଣ କରି ବିହିତ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପିନ୍‌ରେ ଦମ୍‌ ଦେଖାଇଲା ଶ୍ରୀଲଙ୍କା

କଲମ୍ବୋ,୮ା୨- ଟି୨୦ ବିଶ୍ୱକପ୍‌ରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ୨୦ ରନରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଶ୍ରୀଲଙ୍କା ଦ୍ୱାରା ପ୍ରଦତ୍ତ ୧୬୪ ରନର ଟାର୍ଗେଟକୁ ପିଛା…

ସଭା ମଞ୍ଚରେ ମନ୍ତ୍ରୀ-ବିଧାୟକଙ୍କ ଆଲୋଚନା: ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା…

ବଲାଙ୍ଗୀର,୮।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଞ୍ଚ ଉପରେ ବସିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri