ମାଲ୍ୟାଙ୍କ ପ୍ରତ୍ୟର୍ପଣ ସମୟ ଧାର୍ଯ୍ୟ ହୋଇନି

ନୂଆଦିଲ୍ଳୀ,୨୪।୭: ବ୍ୟାଙ୍କ ଋଣ ଖିଲାପି ମାମଲାରେ ପଳାତକ ଘୋଷିତ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ଲଣ୍ଡନର ଏକ ନ୍ୟାୟାଳୟ କରୁଛନ୍ତି। ମାମଲା ଶେଷକରି ମାଲ୍ୟାଙ୍କୁ ବ୍ରିଟେନ କେବେ ଭାରତ ପଠାଇବ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଏଭଳି ସ୍ଥିତିରେ ଭାରତରେ ଅବସ୍ଥାପିତ ବ୍ରିଟେନର ହାଇ କମିଶନର ଫିଲିପ ବାର୍ଟନ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ, ମାଲ୍ୟାଙ୍କ ପ୍ରତ୍ୟର୍ପଣ ଲାଗି କୌଣସି ସମୟସୀମା ଧାର୍ଯ୍ୟ ହୋଇନି। ଏ ନେଇ ବ୍ରିଟେନ ସରକାର ନିର୍ଦ୍ଦିଷ୍ଟ ସୀମା ନିର୍ଦ୍ଧାରଣ କରିପାରିବେ ନାହିଁ। ଅପରାଧୀମାନେ ନ୍ୟାୟ ବ୍ୟବସ୍ଥାଠାରୁ ଯେଉଁଭଳି ଭାବେ ବର୍ତ୍ତିପାରିବେ ନାହିଁ ତାକୁ ବ୍ରିଟେନ ସରକାର ଧ୍ୟାନରେ ରଖିଛନ୍ତି। ମାଲ୍ୟା ବ୍ରିଟେନରେ ଶରଣ ମାଗିଥିବା ଏକ ପ୍ରଶ୍ନର ଉତ୍ତରରେ ସେ ଟୀପ୍ପଣୀ ଦେବାକୁ ମନା କରି ଦେଇଛନ୍ତି। ବାର୍ଟନ କହିଛନ୍ତି, ମାଲ୍ୟାଙ୍କ ପ୍ରତ୍ୟର୍ପଣ ଏକ ଆଇନଗତ ମାମଲା। ଏହି ମାମଲା ଉପରେ ବ୍ରିଟେନ ସରକାର କୌଣସି ନୂଆ ନିର୍ଣ୍ଣୟ ନେଇ ନାହାନ୍ତି। ମାମଲାଟି ଭାରତ ଲାଗି କେତେ ଗୁରୁତ୍ୱପୂର୍ଣ୍ଣ ତାହା ବ୍ରିଟେନ ସରକାର ଉପଲବ୍ଧି କରିଛନ୍ତି। ସୂଚନାଯୋଗ୍ୟ, ବିଜୟ ମାଲ୍ୟା ଭାରତୀୟ ବ୍ୟାଙ୍କଗୁଡିକରୁ ପ୍ରାୟ ୯ ହଜାର କୋଟି ଟଙ୍କା ଠକେଇ କରିଛନ୍ତି। ବ୍ରିଟେନରେ ମାଲ୍ୟାଙ୍କୁ ଶରଣ ଦେବା ଲାଗି ହୋଇଥିବା ଆବେଦନ ଉପରେ କୌଣସି ଧ୍ୟାନ ନ ଦେବାକୁ ଭାରତ ସରକାର ନିକଟରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri