ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଗୁରୁବାର ସମାଲୋଚକଙ୍କୁ କଟାକ୍ଷ କରିଛନ୍ତି। ମାଲ୍ୟା ଆର୍ସିବିକୁ ୨୦୦୮ରେ ୪୫୦ କୋଟିରେ କିଣିଥିଲେ। ଆର୍ସିବି ଫ୍ରାଞ୍ଚାଇଜ ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହୋଇଥିବା ବେଳେ ଏଥିରେ ମହିଳା ଦଳ ଲାଗି ୫୪୦ କୋଟି ଓ ବିସିସିଆଇକୁ ମିଳିଥିବା ୫ ପ୍ରତିଶତ କମିଶନ ରହିଛି।
ମୂଲ୍ୟବାନ ଆଇପିଏଲ୍ ଫ୍ରାଞ୍ଚାଇଜ କିଣିବା ପାଇଁ ମୁଁ ସେମାନଙ୍କୁ ଶୁଭକାମନା ଜଣାଉଛି। ୨୦୦୮ରେ ୪୫୦ କୋଟି ଟଙ୍କାରେ ଏହି ଫ୍ରାଞ୍ଚାଇଜକୁ କିଣିଲା ବେଳେ ପ୍ରାୟତଃ ଲୋକେ ମୋ ଉପରେ ହସୁ ଥିଲେ। ମୋ ନିବେଶକୁ ଭାନିଟି ପ୍ରୋଜେକ୍ଟ କହି ସମାଲୋଚନା କରୁଥିଲେ।
ରୟାଲ ଚ୍ୟାଲେଞ୍ଜର ବ୍ରାଣ୍ଡ ନିର୍ମାଣ କରିବା ପଛରେ ଫ୍ରାଞ୍ଚାଇଜର ନାମ ଆର୍ସିବି ରଖିଥିଲି। କରାଯାଇଥିବା ୪୫୦ କୋଟି ଟଙ୍କାର ନିବେଶ ଏବେ ୧୬,୬୬୦ କୋଟି ଟଙ୍କା ବୃଦ୍ଧି ପାଇବା ମୋତେ ଅତ୍ୟନ୍ତ ସନ୍ତୋଷ ଦେଇଛି ବୋଲି ମାଲ୍ୟା ଏକ୍ସ’ରେ ପୋଷ୍ଟ କରିଛନ୍ତି।

