ମାଲକାନଗିରି ହିଂସା ରିପୋର୍ଟ ପ୍ରକାଶ: ଏଥିରେ ହୋଇଛି ଏତିକି କୋଟି ଟଙ୍କା କ୍ଷତି, ଜାଣିଲେ…

ମାଲକାନଗିରି,୧୨ା୧୨: ମାଲକାନଗିରି ହିଂସାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଜିଲାପାଳ ସୋମେଶ ଉପାଧ୍ୟାୟ। ତେବେ କ୍ଷୟକ୍ଷତି ଆକଳନରେ ଘରକୁ ସାମିଲ କରାଯାଇନି। ଘର କ୍ଷୟକ୍ଷତିର ଆକଳନ ବୈଷୟିକ ଟିମ୍‌ କରୁଛନ୍ତି। କୌଣସି ଅପ୍ରୀତିକରି ଘଟଣା ଆଉ ଘଟିନି, ସ୍ବାଭାବିକ ସ୍ଥିତି ଫେରୁଛି। ଏମ୍‌ଭି-୨୬ ଗାଁକୁ ଲୋକେ ଫେରୁଛନ୍ତି, ରିଲିଫ୍‌ ବଣ୍ଟାଯାଉଛି। ବିଦ୍ୟୁତ୍‌ ଓ ଜଳ ଯୋଗାଣ ପାଇଁ ଜୋରଦାର୍‌ କାମ ଚାଲିଛି।

ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଥିଲା। ଏମ୍‌ଭି–୨୬ ଗାଁରେ ଘର, ଗାଡ଼ି ଭଙ୍ଗାରୁଜା ସହ ନିଆଁ ଲଗାଇ ଦେଇଛନ୍ତି। ପୋଲିସ ଉପସ୍ଥିତ ସତ୍ତ୍ବେ ପୁରୁଷ, ମହିଳା ଏକାଠି ହୋଇ ଭଙ୍ଗାରୁଜା କରିଥିଲେ। ପୋଡ଼ାଜଳା ପରେ ଭିନ୍ନ ଭିନ୍ନ ସ୍ଥାନରେ ଉଭୟ ଗୋଷ୍ଠୀ ଏକତ୍ରିତ ହୋଇଥିଲେ। ଖେଲଗୁଡ଼ାରେ ପାରମ୍ପାରିକ ଅସ୍ତଶସ୍ତ୍ର ଧରି ଏକାଠି ହୋଇଥିଲେ ଗୋଟିଏ ଗୋଷ୍ଠୀ । ମାଲକାନଗିରି ସହରରେ ଅନ୍ୟ ଏକ ଗୋଷ୍ଠୀର ବହୁ ସଂଖ୍ୟାରେ ମେଳି ବାନ୍ଧିଥିଲେ।

Dharitri – Odisha’s No.1 Odia Daily