ମାଲକାନଗିରି ଉବୁଟୁବୁ

ମାଲକାନଗିରି/ କାଲିମେଳା,୨୧ା୭(ଦୁର୍ଯ୍ୟୋଧନ ପାତ୍ର/ ଜୀବନକୃଷ୍ଣ ଦାସ)ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁ ମାଲକାନଗିରି ଜିଲା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। କାଲିମେଳା ବ୍ଲକ୍‌ର ପୋଟେରୁ, କାଙ୍ଗୁରୁକୋଣ୍ଡା, ଏମ୍‌ଭି ୯୦ ଓ ଏମ୍‌ଭି ୯୬ ଓ ପଡିଆ ବ୍ଲକ କନ୍ୟାଶ୍ରମ ନଦୀ ପୋଲ ଉପରେ ପ୍ରାୟ ୫ ଫୁଟ ଊର୍ଦ୍ଧ୍ୱରେ ବର୍ଷା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଫଳରେ ମାଲକାନଗିରିରୁ ମୋଟୁକୁ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍‌ ସହ ପଡୋଶୀ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନାକୁ ମଧ୍ୟ ଯୋଗାଯୋଗ ବନ୍ଦ ହୋଇଯାଇଛି। ଅନ୍ୟପକ୍ଷରେ ମାଲକାନଗିରି ବ୍ଲକ୍‌ ଚଲାଣଗୁଡା ସଦର ପଞ୍ଚାୟତରୁ ଛତିଶଗଡ ସୁକ୍‌ମାକୁ ଯିବା ରାସ୍ତା ଚଲାଣଗୁଡା ଗ୍ରାମ ନିକଟରେ ମଧ୍ୟ ନଦୀ ଉପରୁ ବର୍ଷାଜଳ ପ୍ରବାହିତ ହେଉଥିବାରୁ ମାଲକାନଗିରିରୁ ସୁକ୍‌ମାକୁ ଯିବା ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ଅନେକ ଶହ ଗାଡି ନଦୀର ଉଭୟ ପାର୍ଶ୍ୱରେ ଅଟକି ରହିଥିବା ଦେଖିବାକୁ ମିଳିଛି। ସେହିପରି ଟିଟିବେରିରୁ ମାଟାପାକା ରାସ୍ତାରେ ବର୍ଷା ଜଳ ପ୍ରବାହିତ ହୋଇ ଯାତାୟାତ ଠପ୍‌ ହୋଇଯାଇଛି। ଚାଷଜମିରେ ବର୍ଷାଜଳ ପ୍ରବେଶକରି ହିଡ଼ ଭାଙ୍ଗିବା ସହ ଧାନ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ସେହିପରି କତାମେଟାଠାରୁ କୁଡୁମୁଲୁଗୁମ୍ମାକୁ ସଂଯୋଗ କରୁଥିବା ସିରିପେଟା ଗ୍ରାମ ନିକଟରେ ମୁଖ୍ୟ ରାସ୍ତା ଉପରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ଅଗ୍ନିଶମ ବାହିନୀ କାଟି ରାସ୍ତା ସଫା କରିଛନ୍ତି।

ସେହିପରି ଖଇରପୁଟ ବ୍ଲକ୍‌ ବଣ୍ଡାଘାଟିରେ ପାହାଡ ଉପରୁ ବର୍ଷା ଜଳ ପ୍ରବାହିତ ହୋଇ ଖଇରପୁଟରୁ ମୁଦୁଲିପଡା ଓ ଅଣ୍ଡ୍ରାହାଲ ଦୁଇଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଜିଲାରେ ଲଗାଣ ବର୍ଷାରେ ଖଇରପୁଟଠାରୁ ବଣ୍ଡାଘାଟି ଯିବା ରାସ୍ତା ମାଙ୍କଡ଼ଝୋଲା ନିକଟରେ ପାହାଡ ଉପରୁ ବର୍ଷାଜଳ ପ୍ରବାହିତ ହୋଇଥିବା ଦେଖିବାକୁ ମିଳିଛି। ସେହିପରି କୁଡୁମୁଲୁଗୁମାଠାରୁ ସିରିପେଟା ମଧ୍ୟରେ ଥିବା ନବନିର୍ମିତ ପୋଲ ସଂଯୋଗୀକରଣ ରାସ୍ତା ଧୋଇହୋଇଯିବାରୁ ଯାତାୟାତ ବନ୍ଦ ହୋଇଯାଇଛି। ଅପରପକ୍ଷରେ ଜିଲା ପ୍ରଶାସନ ତରଫରୁ ପୋଟେରୁ, ଏମ୍‌ଭି ୯୦, ଏମ୍‌ଭି ୯୬, କାଙ୍ଗୁରୁକୋଣ୍ଡା ନଦୀ ନିକଟରେ ପୋଲିସ ଦ୍ୱାରା ବାରିକେଟ୍‌ କରାଯାଇ ପୋଲ ଉପରେ ଯାତାୟାତ ନ କରିବାକୁ ବାରଣ କରାଯାଇଛି। ସେହିପରି ନଦୀର ଉଭୟ ପାର୍ଶ୍ୱରେ ଅଟକି ରହିଥିବା ଗାଡିଗୁଡିକର ଯାତ୍ରୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର ସହ ସେମାନଙ୍କ ଖାଦ୍ୟପେୟ ଓ ଅନ୍ୟାନ୍ୟ ସୁବିଧା ପ୍ରଶାସନ ଦ୍ୱାରା କରାଯାଇଛି। ଏପରି ପରିସ୍ଥିତିରେ ଯେପରି କୌଣସି ଅଘଟଣ ନ ଘଟେ ସେଥିପ୍ରତି ଦୃଷ୍ଟିଦେଇ ଅଗ୍ନିଶମ ବିଭାଗ, ଓଡ୍ରାଫ୍‌ ଟିମ୍‌, ବନ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଜିଲାରେ ଶନିବାର ସକାଳ ୧୦ଟା ସୁଦ୍ଧା ମାଲକାନଗିରି ବ୍ଲକ୍‌ରେ ୧୫.୨ ମି.ମି. ବର୍ଷା ହୋଇଥିବା ବେଳେ ମାଥିଲି ବ୍ଲକରେ ୪୩.୦ ମି.ମି. , ଖଇରପୁଟ ବ୍ଲକରେ ୫୨.୦ ମି.ମି. , ଚିତ୍ରକୋଣ୍ଡା ବ୍ଲକରେ ୧୫.୪ ମି.ମି. , କୋରୁକୋଣ୍ଡା ବ୍ଲକରେ ୩୩.୦ ମି.ମି. , ପଡ଼ିଆ ବ୍ଲକ୍‌ରେ ୨୫.୩ ମି.ମି. , କାଲିମେଳା ବ୍ଲକରେ ୧୫.୦ ମି.ମି. ବର୍ଷା ରେକର୍ଡ ହୋଇଛି। ଜିଲାରେ ମୋଟ ୧୯୮.୯ ମି.ମି. ବର୍ଷା ହୋଇଥିବା ବେଳେ ହାରାହାରି ୨୮.୪୧ ମି.ମି. ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri