ମଲ୍ଲୀ ଜେନା ହତ୍ୟାକାଣ୍ଡ ମାମଲା: ୮ ଦୋଷୀଙ୍କୁ ୧୦ ବର୍ଷ ଲେଖାଏ କାରାଦଣ୍ଡାଦେଶ

ବଞ୍ଚୋ,୨୯ା୧(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଶାଳଦେଇ ଗ୍ରାମର ବହୁଚର୍ଚ୍ଚିତ ମଲ୍ଲୀ ଜେନା ହତ୍ୟାକାଣ୍ଡ ଘଟଣାରେ ଗୁରୁବାର ଆନନ୍ଦପୁର ଅଦାଳତରେ ଶୁଣାଣି ସମ୍ପନ୍ନ ହୋଇଛି। ଏହି ମାମଲାରେ ଅଦାଳତ ୮ ଜଣ ଦୋଷୀଙ୍କୁ ୧୦ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ସେଥିସହ ସଭିଙ୍କୁ ୧୦ ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ ମଧ୍ୟ ରାୟ ଦିଆଯାଇଛି।
ଉକ୍ତ ମାମଲାର କାରାଦଣ୍ଡାଦେଶ ଆନନ୍ଦପୁର ଜିଲା ଦୌରାଜଜ୍‌ଙ୍କ ଦ୍ୱାରା ଘୋଷଣା କରାଯାଇଛି। ଏହି ରାୟ ପରେ ମଲ୍ଲୀ ଜେନାଙ୍କ ପରିବାର ସହିତ ସାଧାରଣ ଜନତା ମଧ୍ୟରେ ନ୍ୟାୟ ମିଳିଥିବାର ସନ୍ତୋଷ ପ୍ରକାଶ ପାଇଛି।

Dharitri –Odisha’s No.1 Trusted Odia Daily