ନୂଆଦିଲ୍ଲୀ,୧।୪: ପୁଣି ପ୍ରେମରେ ପଡ଼ିଛନ୍ତି ବଲିଉଡ୍ ହଟ୍ ଷ୍ଟର୍ ମଲାଇକା ଆରୋରା। ଅଭିନେତା ଅର୍ଜୁନ କପୁରଙ୍କ ସହ ବ୍ରେକ୍ଅପ୍ ପରେ ମଲାଇକା ଜଣେ କ୍ରିକେଟର୍ଙ୍କ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚା ହେଉଛି। ନିକଟରେ ଏକ ଆଇପିଏଲ୍ ମ୍ୟାଚ୍ ସମୟରେ ତାଙ୍କୁ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର୍ କୁମାର ସାଙ୍ଗାକାରାଙ୍କ ସହ ବସିଥିବା ଦେଖିବାକୁ ମିଳିଥିଲା।
ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ୍ରେ ରାଜସ୍ଥାନ ୬ ରନରେ ବିଜୟୀ ହୋଇଥିଲା। କିନ୍ତୁ CSKର ପରାଜୟ ଅପେକ୍ଷା ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଅଧିକ ଚର୍ଚ୍ଚାକୁ ଆସିଛନ୍ତି। ଚେନ୍ନାଇ-ରାଜସ୍ଥାନ ମ୍ୟାଚ ସମୟରେ, ମଲାଇକାଙ୍କୁ ଶ୍ରୀଲଙ୍କାର ମହାନ କ୍ରିକେଟର କୁମାର ସାଙ୍ଗାକାରାଙ୍କ ସହ ବସିଥିବାର ଦେଖାଯାଇଥିଲା। ସାଙ୍ଗାକାରା ଆରଆର ଦଳର କ୍ରିକେଟ ନିର୍ଦ୍ଦେଶକ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଯେ, ମଲାଇକା ମଧ୍ୟ ରାଜସ୍ଥାନ ରୟାଲ୍ସର ଜର୍ସିରେ ନଜର ଆସିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ କିଛି ଚାଲିଥିବା ଚର୍ଚ୍ଚା ହେଉଛି।
ରାଜସ୍ଥାନ ରୟାଲ୍ସକୁ IPL 2025ର ପ୍ରଥମ ଦୁଇଟି ମ୍ୟାଚ୍ରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଶେଷରେ, ଏହା ଚେନ୍ନାଇ ସୁପର କିଙ୍ଗ୍ସକୁ ରନରେ ପରାସ୍ତ କରି ଚଳିତ ସିଜିନରେ ପ୍ରଥମ ବିଜୟ ହାସଲ କରିଛି।
Malaika Arora with Kumar Sangakkara.#kumarsangakkara #MalaikaArora #RRvsCSK pic.twitter.com/0apGcNexvr
— Sonu Agarwall™ (@SonuKum00171039) March 30, 2025


