୨୦୦୦ ଟଙ୍କିଆ ମାସିକ SIP କରି ହୁଅନ୍ତୁ ମାଲାମାଲ, ବର୍ଷକୁ ୧୨ ଲକ୍ଷ ରୋଜଗାର; ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୧୪।୧: ଧନୀ ହେବା ପାଇଁ ବହୁତ ପୁଞ୍ଜି ନିବେଶ କରିବା ଆବଶ୍ୟକ ନୁହେଁ। ଆପଣ ଅଳ୍ପ ସଞ୍ଚୟରୁ ମଧ୍ୟ ବଡ଼ ପାଣ୍ଠି ତିଆରି କରିପାରିବେ। ଏହା ସହିତ ଏହି ସଞ୍ଚୟରୁ ଆପଣ ପ୍ରତି ମାସରେ ୧ ଲକ୍ଷ ଟଙ୍କା ଏବଂ ବାର୍ଷିକ ୧୨ ଲକ୍ଷ ଟଙ୍କାର ଆୟ ମଧ୍ୟ କରିପାରିବେ। ଆସନ୍ତୁ ଜାଣିବା କେମିତି?

  • SIP କ’ଣ ଓ ଏହା କିପରି କାମ କରେ?
    SIP ବା Systematic Investment Plan ହେଉଛି ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବାର ଏକ ଉପାୟ। ଏଥିରେ ଆପଣ ଏକ ନିର୍ଦ୍ଧିଷ୍ଟ ଦିନରେ ନିୟମିତ ଭାବେ ଏକ ନିର୍ଦ୍ଧିଷ୍ଟ ରାଶି ନିବେଶ କରନ୍ତି। ଉଦାହରଣ ସ୍ବରୂପ, ଯଦି ଆପଣ ୨୦୦୦ ଟଙ୍କାର SIP ଆରମ୍ଭ କରନ୍ତି, ତେବେ ଏହି ଟଙ୍କାରେ ମ୍ୟୁଚୁଆଲ ଫଣ୍ଡ ୟୁନିିଟ୍‌ କିଣାଯାଏ। ସମୟ ସହିତ ଆପଣଙ୍କୁ କମ୍ପାଉଣ୍ଡିଂ ଏବଂ ଦୀର୍ଘ ମିଆଦୀ ରିଟର୍ନର ଲାଭ ମିଳିଥାଏ।

ଯଦି ଆପଣ ପ୍ରତି ମାସରେ ମାତ୍ର ୨୦୦୦ ଟଙ୍କାର SIP ଆରମ୍ଭ କରନ୍ତି, ତେବେ ଆଗାମୀ ସମୟରେ ଆପଣ ମଧ୍ୟ ଧନୀ ହୋଇପାରିବେ। ଅଳ୍ପ ନିବେଶରୁ ବଡ଼ ପାଣ୍ଠି ତିଆରି କରିବାର ଶକ୍ତି SIPରେ ରହିଛି।

  • ୨୦୦୦ ଟଙ୍କାର ମାସିକ SIPର ହିସାବ:
    ମନେକରନ୍ତୁ ଆପଣ ୨୦୦୦ ଟଙ୍କାର SIP ଆରମ୍ଭ କରିଛନ୍ତି ଏବଂ ପ୍ରତି ବର୍ଷ ଏହାକୁ ୨୦% ବୃଦ୍ଧି କରି STP (Systematic Transfer Plan)ରେ ପରିଣତ କରିଛନ୍ତି। ଦୀର୍ଘ ସମୟରେ ଆପଣ ଏକ ଭଲ ରାଶି ନିବେଶ କରିପାରିବେ। ଏଥିପାଇଁ ଆପଣଙ୍କୁ ମିଡ କ୍ୟାପ ୧୫୦ ଇଣ୍ଡେକ୍ସରେ ନିବେଶ କରିବାକୁ ହେବ, ଯାହା ଗତ ୭ ବର୍ଷରେ ୨୦% ରିଟର୍ନ ଦେଇଛି। ଯଦି ଆମେ ମାନିନେଉ ଯେ ଆଗାମୀ ଦିନରେ ଆପଣଙ୍କୁ ୧୭% ରିଟର୍ନ ମିଳିବ, ତେବେ ଆପଣ ଏକ ବଡ଼ ପାଣ୍ଠି ତିଆରି କରିପାରିବେ।
  • ୧୨ ଲକ୍ଷ ଟଙ୍କାର ବାର୍ଷିକ ଆୟ କେମିତି ହେବ?
    ଏବେ ପ୍ରଶ୍ନ ଉଠୁଛି, ଏହି ପାଣ୍ଠିରୁ ୧୨ ଲକ୍ଷ ଟଙ୍କାର ଆୟ କିପରି ମିଳିବ? ଯଦି ଆପଣ ୨୦ ବର୍ଷ ପାଇଁ ୨୦୦୦ ଟଙ୍କାର SIPକୁ ପ୍ରତି ବର୍ଷ ୨୦% STP କରି ଆଗେଇ ଚାଲନ୍ତି, ତେବେ ଆପଣଙ୍କ ପାଖରେ ୮୫ ଲକ୍ଷ ଟଙ୍କାର କର୍ପସ ଜମା ହେବ। ଏହାକୁ ଆପଣ SWP (Systematic Withdrawal Plan)ରେ ରଖିପାରିବେ। SWPରେ ଆପଣ ପ୍ରତି ମାସ କିମ୍ବା ବର୍ଷରେ ଏକ ର୍ନିଦ୍ଦିଷ୍ଟ ରାଶି ଉଠାଇ ପାରିବେ, ଯେତେବେଳେ ବାକି ଟଙ୍କା ଫଣ୍ଡରେ କମ୍ପାଉଣ୍ଡିଂ ହେବାରେ ଲାଗି ରହିବ। ଯଦି ୧ କୋଟି ଟଙ୍କାର ଫଣ୍ଡରେ ଆପଣ ୧୨% ବାର୍ଷିକ ରିଟର୍ନ ପାଆନ୍ତି, ତେବେ ଆପଣ ସହଜରେ ୧୨ ଲକ୍ଷ ଟଙ୍କା ବାର୍ଷିକ (ଅର୍ଥାତ ମାସିକ ୧ ଲକ୍ଷ ଟଙ୍କା) ଉଠାଇ ପାରିବେ। ଏହିପରି ଆପଣଙ୍କ ବାର୍ଷିକ ଆୟ ୧୨ ଲକ୍ଷ ହେବ ଏବଂ ମୂଳ ପୁଞ୍ଜି ମଧ୍ୟ ଦୀର୍ଘ ସମୟ ପାଇଁ ସୁରକ୍ଷିତ ରହିବ। ୩୦-୩୫ ବର୍ଷରେ ଆପଣଙ୍କ ପାଖରେ ୭-୧୦ କୋଟି ଟଙ୍କାର ଫଣ୍ଡ ତିଆରି ହୋଇପାରିବ।

ତେଣୁ, ଆଜି ହିଁ ଅଳ୍ପ ସଞ୍ଚୟରୁ ଆରମ୍ଭ କରନ୍ତୁ…. !


Enter your email to get our daily news in your inbox.

All Right Reserved By Dharitri.Com

ଝଲସୁଛି ସହିଦ ରେଣ୍ଡୋ ମାଝୀ ମଞ୍ଚ, ୨୫ଦିନରେ ତିଆରି କରିଛନ୍ତି ୧୫ କାରିଗର

ଭବାନୀପାଟଣା,୧୪।୧( ଉତ୍ତମ କୁମାର ଦାଶ): ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ର ମୁଖ୍ୟ ଆକର୍ଷଣ ହେଉଛି ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ନିର୍ମାଣ ହୋଇଥିବା ସହିଦ ରେଣ୍ଡୋ...

ବାଇକରେ ଯାଉଥିବା ବେଳେ ଅଘଟଣ, ମାଞ୍ଜାସୂତା ଲାଗି କଟିଗଲା ଯୁବକଙ୍କ ନାକ…

ଢେଙ୍କାନାଳ,୧୪।୧(ରତନ ନାୟାର): ମାଞ୍ଜାସୂତା ଲାଗି ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଢେଙ୍କାନାଳ ସହରର ପ୍ରମୁଖ ବଜାର ମୀନାବଜାର ଅଂଚଳରେ ବୁଧବାର ଅପରାହ୍ନରେ କିଛି ଯୁବକ...

ଲୋକଙ୍କ ସୁଖଦୁଃଖ ସମୀକ୍ଷା କଲେ ଛାତ୍ରୀଛାତ୍ର, ଶୀତକାଳୀନ ସ୍ଵତନ୍ତ୍ର ସେବା…

ଭଞ୍ଜନଗର,୧୪/୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ଚାଲିଥିବା...

Post Officeର RD ସ୍କିମ୍‌ରେ ମାସକୁ ରଖନ୍ତୁ ୧୦,୦୦୦ ଟଙ୍କା, ୫ ବର୍ଷ ପରେ ମାଲାମାଲ !

ନୂଆଦିଲ୍ଲୀ,୧୪।୧: ଶେୟାର ବଜାର ଲଗାତାର ନିବେଶକଙ୍କୁ ନିରାଶ କରୁଛି। ୨୦୨୫ରେ ଭଲ ରିଟର୍ନ ନ ମିଳିବା ପରେ ୨୦୨୬ର ଆରମ୍ଭ ମଧ୍ୟ ଭଲ ହୋଇନାହିଁ। ବଜାର...

ଭଞ୍ଜନଗର ଉପଖଣ୍ଡ ମେଡିକାଲରେ କାୟାକଳ୍ପ ଟିମ୍‌, ପୁରସ୍କାର ଦୌଡ଼ରେ ରହି…

ଭଞ୍ଜନଗର,୧୪ା୧(ବାବୁଲା ପ୍ରଧାନ): କାୟାକଳ୍ପ ଟିମ୍‌ ବୁଧବାର ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡିକାଲ ପରିଦର୍ଶନରେ ଆସିଥିଲେ। ଏହି ସମୟରେ ଟିମ୍‌ରେ ଆସିଥିବା ଅଧିକାରୀମାନେ ବିଭିନ୍ନ ଓ୍ବାର୍ଡ...

ସାଇନ୍‌ବୋର୍ଡରେ ସୀମିତ ପାଣି ପଞ୍ଚାୟତ ପକ୍ଷ ପାଳନ

ପଦ୍ମପୁର,୧୪ା୧(ପ୍ରଦୀପ୍ତ ଦାଶ): ଜାନୁଆରୀରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପାଳନ ହେଉଛି। ଏ ନେଇ ବହୁ ଆଡମ୍ବରରେ ସଚେତନତା ସଭା ମଧ୍ୟ ଆୟୋଜନ ହେଉଛି। ହେଲେ...

କୁମୁଡ଼ ହତ୍ୟାକାଣ୍ଡ ଘଟଣା: ସିନ୍‌ ରିକ୍ରିଏସନ୍‌ ପରେ ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଆନନ୍ଦପୁର,୧୪ା୧(ସୁଶାନ୍ତ କୁମାର ସାହୁ): ଜମିବାଡ଼ି ବିବାଦ ପାଇଁ କକାଙ୍କ ପରିବାର ସଂଘବଦ୍ଧ ଆକ୍ରମଣରେ ପୁତୁରାଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ କକା ଓ କକାପୁଅ ଭାଇ (ବାପ-ପୁଅ)ଙ୍କୁ...

‘ରାହୁଲ ଗାନ୍ଧୀଙ୍କ ସହ ନେତୃତ୍ୱ ପରିବର୍ତ୍ତନକୁ ନେଇ କିଛି ଆଲୋଚନା ହୋଇନାହିଁ’, ସଫେଇ ଦେଲେ ଶିବକୁମାର

ବେଙ୍ଗାଲୁରୁ,୧୪।୧: କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ବୁଧବାର ସ୍ପଷ୍ଟ କରିଛନ୍ତି ଯେ ମଙ୍ଗଳବାର ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା ସମୟରେ କର୍ନାଟକରେ ନେତୃତ୍ୱ ପରିବର୍ତ୍ତନ ବିଷୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri