Posted inଫୁରସତ

ବୁଲି ଯାଆନ୍ତୁ ମାଜୁଲି

ବ୍ରହ୍ମପୁତ୍ର ନଦୀ ଦ୍ୱାରା ସୃଷ୍ଟି ହୋଇଥିବା ଏକ ଦ୍ୱୀପର ନାଁ ମାଜୁଲି। ଏହା ଆସାମରେ ଅବସ୍ଥିତ। ଆକର୍ଷଣୀୟ ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଏଠାକାର ସଂସ୍କୃତି ଓ ପରମ୍ପରା ବେଶ୍‌ ମନଛୁଆଁ ହୋଇଥାଏ। ନୌକାବିହାର ସାଙ୍ଗକୁ ବିଭିନ୍ନ ପ୍ରକାର ପକ୍ଷୀଙ୍କୁ ଦେଖିବାର ସୁଯୋଗ ବି ଏଠାରେ ମିଳିଥାଏ। ତା’ଛଡ଼ା ଭିନ୍ନ ଭିନ୍ନ କିସମର ପ୍ରାୟ ଶହେ ପ୍ରକାର ଧାନ ଏଠି ଚାଷ କରାଯାଉଥିବାର ସୂଚନା ମଧ୍ୟ ରହିଛି। ଖାସ୍‌ ଏହିସବୁ କାରଣ ପାଇଁ ପ୍ରାୟତଃ ଏଠାରେ ପର୍ଯ୍ୟଟକଙ୍କର ଭିଡ଼ ପରିଲକ୍ଷିତ ହୋଇଥାଏ…

ଆସାମର ଜୋର୍‌ହାଟ ସହରଠାରୁ ପ୍ରାୟ ୨୦କି.ମି. ଦୂରରେ ରହିଛି ମାଜୁଲି ନାମକ ପର୍ଯ୍ୟଟନସ୍ଥଳୀ। ପ୍ରକୃତପକ୍ଷେ ଏହା ବ୍ରହ୍ମପୁତ୍ର ନଦୀ ଦ୍ୱାରା ସୃଷ୍ଟି ହୋଇଥିବା ଏକ ବଡ଼ ଆକାରର ଦ୍ୱୀପ। ସେଥିପାଇଁ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ବେଶ୍‌ ମନୋରମ । କେବଳ ସେତିକି ନୁହେଁ , ଏହା ଏକ ସାଂସ୍କୃତିକ କ୍ଷେତ୍ର ଭାବେ ଜଣାଯାଇଥାଏ। ବର୍ଷ ସାରା ଏଠାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଥାଏ। ପ୍ରତିବର୍ଷ ନଭେମ୍ବର ମାସରେ ଏଠାରେ ଏକ ସ୍ବତନ୍ତ୍ର ରାସ ଉତ୍ସବର ଆୟୋଜନ କରାଯାଇଥାଏ; ଯାହା ଖୁବ୍‌ ଲୋକପ୍ରିୟ । ଏଥିତ୍ସହିତ ମାଜୁଲିରେ ଦେଖିବା ପାଇଁ ଅନେକ ମନୋରମ ପର୍ଯ୍ୟଟନସ୍ଥଳୀ ବି ରହିଛି। ଏଗୁଡ଼ିକ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ।

କ’ଣ ଦେଖିବେ
ମାଜୁଲି ଏକ ଦ୍ୱୀପ ହେଲେ ବି ଏହା ମଧ୍ୟରେ ଦେଖିବା ପାଇଁ ଅନେକ ସୁନ୍ଦର ସୁନ୍ଦର ପର୍ଯ୍ୟଟନସ୍ଥଳୀ ରହିଛି, ଯେମିତିକି:

* କମଲାବାଡ଼ି ସାତରା: ଏହା ହେଉଛି ଏକ ଧାର୍ମିକ ସ୍ଥଳ; ଯେଉଁଠିକାର କଳା, ସଂସ୍କୃତି, ସାହିତ୍ୟ ଓ ଶାସ୍ତ୍ରୀୟ ଅଧ୍ୟୟନ ବେଶ୍‌ ମନଛୁଆଁ ହୋଇଥାଏ। ତା’ଛଡ଼ା ଏଠାରେ ଅନେକ ସମୟରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ବି କରାଯାଇଥାଏ, ଯେଉଁଥିରେ ଭାଗନେବା ପାଇଁ ଦେଶର ବହୁ ସ୍ଥାନରୁ କଳା ପ୍ରଦର୍ଶନକାରୀମାନେ ଆସୁଥୁବାବେଳେ ବିଭିନ୍ନ ଜାଗାରୁ ଦର୍ଶକ ମଧ୍ୟ ଆସିଥାନ୍ତି।
* ଦକ୍ଷିଣପାଟ ସାତରା: ଏହା ମାଜୁଲିସ୍ଥିତ ଏକ ଐତିହାସିକ ପର୍ଯ୍ୟଟନସ୍ଥଳୀ। ଏଠାକାର ଏକ ପ୍ରମୁଖ ଉତ୍ସବ ହେଉଛି ରାସ ମହୋତ୍ସବ, ଯାହାକୁ ସ୍ଥାନୀୟ ଲୋକେ ବେଶ୍‌ ଧୁମଧାମରେ ପାଳନ କରିଥାନ୍ତି।
* ଗରମୁର ସାତରା: ଏହା ମଧ୍ୟ ହେଉଛି ସ୍ଥାନୀୟ ଏକ ପବିତ୍ର ସ୍ଥଳୀ। ଏଠାରେ ବହୁ ପ୍ରାଚୀନ ଲେଖା ଓ କଳାକୃତିକୁ ଦେଖିବାର ସୁଯୋଗ ମିଳିଥାଏ।
* ଔନିଆତି ସାତରା: ଏଠାରେ ବିଭିନ୍ନ ପ୍ରକାର ପାରମ୍ପରିକ ଲୋକକଳା ଓ ଲୋକନୃତ୍ୟ ଦେଖିବାର ସୁଯୋଗ ମିଳିଥାଏ।
* ତେଙ୍ଗପାନିୟା: ଏହା ହେଉଛି ବ୍ରହ୍ମପୁତ୍ର ନଦୀତଟରେ ଅବସ୍ଥିତ ଅନ୍ୟ ଏକ ଆକର୍ଷଣୀୟ ପିକ୍‌ନିକ୍‌ ସ୍ପଟ୍‌। ଏଠାରେ ଆକର୍ଷଣୀୟ ବାସ୍ତୁକଳାରେ ନିର୍ମିତ ଏକ ଭବ୍ୟମନ୍ଦିର ଥିବାର ଦେଖିବାକୁ ମିଳିଥାଏ। ତା’ଛଡ଼ା ନଦୀତଟରେ ଅବସ୍ଥିତ ଥିବାରୁ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ବି ବେଶ୍‌ ମନୋରମ ଲାଗିଥାଏ।

ଅନ୍ୟାନ୍ୟ ଆକର୍ଷଣ
ଏଠାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବୁଲି ଦେଖିବା ସହ ପର୍ଯ୍ୟଟକ ଚାହିଁଲେ ନୌକା ବିହାରର ମଜା ବି ଏଠି ନେଇପାରିବେ। ତା’ଛଡ଼ା ନଦୀ ଅବବାହିକାରେ ଏହି ସ୍ଥାନଟି ଥିବାରୁ ପ୍ରାୟତଃ ଏଠାରେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ଦେଖିବାର ସୁଯୋଗ ମିଳିଥାଏ। ଖାସ୍‌କରି ଶୀତଦିନେ ଏଠାରେ ବହୁ ସଂଖ୍ୟକ ପକ୍ଷୀଙ୍କୁ ଦେଖିହୁଏ। ଏସବୁ ବ୍ୟତୀତ ମାଜୁଲିରେ କୁଆଡ଼େ ପ୍ରାୟ ଶହେ କିସମର ଧାନ ଚାଷ କରାଯାଉଥିବାର ସୂଚନା ରହିଛି। ପର୍ଯ୍ୟଟକ ବି ଏ ସମ୍ପର୍କରେ ଅନେକ ତଥ୍ୟ ଏଠାରୁ ପାଇପାରିବେ। କେବଳ ସେତିକି ନୁହେଁ, ମାଟି, ପଥର ଓ ପିତଳରେ ତିଆରି ଅନେକ ସୁନ୍ଦର ସୁନ୍ଦର ଘରକରଣା ଜିନିଷ ତିଆରି କରିବାରେ ବି ସ୍ଥାନୀୟ ଲୋକେ ବେଶ୍‌ ମାହିର ହୋଇଥାନ୍ତି।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ବୁଲିଯିବାର ସୁବିଧା ଥିଲେ ହେଁ, ଖାସ୍‌କରି ଶୀତଦିନେ ଏଠାକୁ ଯିବା ପାଇଁ ସବୁଠୁ ଉପଯୁକ୍ତ ହୋଇଥାଏ। କାରଣ ଏହି ସମୟରେ ଏଠାକାର ପାଣିପାଗ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହିଥାଏ। ସେହିପରି ଏହା ଯେହେତୁ ଏକ ଦ୍ୱୀପ, ତେଣୁ ଏଠାକୁ କେବଳ ନୌକା ହେଉ କିମ୍ବା ବୋଟ୍‌ ଦ୍ୱାରା ଯାଇହେବ। ତେବେ ଦେଶର ବିଭିନ୍ନ ସ୍ଥାନରୁ ଟ୍ରେନ୍‌ ହେଉ କିମ୍ବା ବସ୍‌ ଅଥବା ଫ୍ଲାଇଟ୍‌ ଯୋଗେ ପ୍ରଥମେ ଜୋର୍‌ହାଟରେ ପହଞ୍ଚତ୍ ସେଠାରୁ ନୌକା ଯୋଗେ ମାଜୁଲିକୁ କିପରି ଯାଇହେବ ସେ ନେଇ ପର୍ଯ୍ୟଟକଙ୍କୁ ବ୍ୟବସ୍ଥା କରିବାକୁ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ମନ୍ଦିର, ଯେଉଁଠି ସ୍ବାମୀ-ସ୍ତ୍ରୀ ଏକାଠି ହୋଇ ପୂଜା କରିବା ମନା

ଭାରତରେ ଏମିତି କିଛି ମନ୍ଦିର ରହିଛି, ଯେଉଁଠି ପରମ୍ପରା ଏବଂ ମାନ୍ୟତା ଭିନ୍ନ ଭିନ୍ନ। ମନ୍ଦିରକୁ ପରିବାର ସହ ମିଶି ପୂଜାର୍ଚ୍ଚନା କରିବାକୁ ଯାଇଥାନ୍ତି ଲୋକେ।...

ଶରୀରର ଓଜନ କମ୍‌ କରିବାର ଅଭିନବ ପ୍ରୟାସ

ଶରୀରର ଓଜନ କମ୍‌ କରିବାକୁ କିଏ କେତେ ପ୍ରକାରର ଉପାୟ ଆପଣାଇ ଥାଆନ୍ତି। ହେଲେ ଲଣ୍ଡନରେ ରହୁଥିବା ଏଲେକ୍ସ ବୋଗାତିରିଓ୍ବ ନିଜ ଶରୀରର ଓଜନ କମ୍‌...

ଲକ୍‌ଡାଉନରେ ଚିନ୍ତା ଦୂରକରିବାର ଅଭିନବ ଉପାୟ: ପ୍ରତିଦିନ ଦେହରେ ଭିନ୍ନାର୍ଥ ବୋଧକ ଟାଟୁ ଆଙ୍କୁଛନ୍ତି ଏହି ବ୍ୟକ୍ତି

ସମଗ୍ର ବିଶ୍ୱରେ କରୋନା(କୋଭିଡ-୧୯)ର ପ୍ରକୋପ ଦେଖିବାକୁ ମିଳୁଛି। ଏଥିରୁ ରକ୍ଷା ପାଇବା ପାଇଁ ପ୍ରାୟ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ତେବେ ଅଧିକାଂଶ ଲୋକେ କରୋନା...

ବିବାହର ଅଢେଇ ମାସ ପରେ ଥାନାରେ ପହଞ୍ଚିଲେ ୬୬ ବର୍ଷୀୟ ବୃଦ୍ଧ

ଗାଜିଆବାଦ,୨୪।୬: ଉତ୍ତର ପ୍ରଦେଶର ଗାଜିଆବାଦରେ ଏକ ରୋଚକ ଘଟଣା ଘଟିଛି। ବିବାହର ଦେଢ ମାସ ପରେ ଥାନାରେ ପହଞ୍ଚିଛନ୍ତି ଜଣେ ୬୬ ବର୍ଷୀୟ ବୃଦ୍ଧ। ସ୍ତରୀଙ୍କ...

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ: ମହାମାରୀ ଆମ ପାଇଁ ଚ୍ୟାଲେଞ୍ଜ

ଦେଢ଼ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା କରୋନା ମହାମାରୀ ସାରା ବିଶ୍ୱକୁ ତ୍ରସ୍ତ କରିଦେଇଛି। ଆରମ୍ଭରୁ ବରିଷ୍ଠ ନାଗରିକମାନେ କରୋନାରେ ଅଧିକ ଆକ୍ରାନ୍ତ ହୋଇଥିଲେ। ଏହା ସେମାନଙ୍କ...

ଛୁଟି କଟାଇବାକୁ ଯାଇ ହରାଇଲେ ଗୋଡ଼

ଏଡିନବର୍ଗ: ବେଳେବେଳେ ଏପରି ହୋଇଥାଏ କି ଦୁନିଆର ମଜା ଉଠାଇବାକୁ କୌଣସି ସ୍ଥାନକୁ ଯାଇଥିବାବେଳେ ସେଠାରୁ ଅନେକ ଯନ୍ତ୍ରଣା ନେଇ ଫେରିବାକୁ ପଡ଼ିଥାଏ। ଏପରି କିଛି...

ମାଙ୍କଡ଼ଙ୍କ ଦୌରାତ୍ମ୍ୟ: ଗାଁକୁ ବରଯାତ୍ରୀ ନେଇ ଆସିବାକୁ ଭୟ କରୁଛନ୍ତି ବରପକ୍ଷ

ପାଟନା,୨୮।୧: ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଯୋଗୁ ବିହାରର ଏକ ଗାଁରେ ବିବାହ ବୟସ ଗଡ଼ିଯାଉଥିଲେ ମଧ୍ୟ ଯୁବତୀମାନେ ବିବାହ କରିପାରୁ ନାହାଁନ୍ତି। ଗାଁକୁ ବରଯାତ୍ରୀ ନେଇ ଆସିବାକୁ...

ବିରଳ ରେଲଓ୍ବେ ଷ୍ଟେଶନ: ଏପର୍ଯ୍ୟନ୍ତ ମାତ୍ର ୨ଟି ରାଜ୍ୟରେ

ଭାରତୀୟ ରେଲଓ୍ବେ ଇତିହାସ ବହୁ ପୁରୁଣା। ରେଲଓ୍ବେ ବିଷୟରେ ଅନେକ ମଜାଦାର କାହାଣୀ ରହିଛି, ଯାହା ବିଷୟରେ ବହୁ କମ୍‌ ଲୋକଙ୍କୁ ଜଣା। ଆପଣ ଜାଣିଛନ୍ତି...

Advertisement
Archives

Model This Week