ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ, ୪୦ ଦୋକାନ ଘର ପୋଡି ଧ୍ବଂସ

ଭୁବନେଶ୍ବର, ୨୦|୧ : ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ । ରାତି ଅଧରେ ହୁତୁହୁତୁ ହୋଇ ଜଳିଲା ହାଟ । ପ୍ରାୟ ରାତି ଗୋଟାଏରେ ଏହି ଅଗ୍ନିକାଣ୍ଡ ହୋଇଥିବା ବେଳେ ଏହା କିପରି ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରାତି ପ୍ରାୟ ଗୋଟାଏରେ ପ୍ରଥମେ ଫଳ ଦୋକାନରେ ନିଆଁ ଲାଗିଥିଲା । ପରେ ଏହି ନିଆଁ ବ୍ୟାପିଥିଲା । ତେବେ ରାତି ତିନିଟା ପର୍ଯ୍ୟନ୍ତ ନିଆଁ ଜଳୁଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଅଗ୍ନିକାଣ୍ଡରେ ପ୍ରାୟ ୪୦ ଦୋକାନ ଘର ପୋଡି ଧ୍ବଂସ ସୂଚନା ରହିଛି ।୩ ଘଣ୍ଟା ପରେ ୧୩ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ତେବେ ନିଆଁ ଆଁରେ ଅନେକ ଦୋକାନ ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ କ୍ଷତିପୂରଣ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ଦୋକାନୀ ।

 

Dharitri – Odisha’s No.1 Odia Daily

Share