‘ମୁଦ୍ରାନୀତିରେ ହୋଇପାରେ ବଡ଼ ପରିବର୍ତ୍ତନ’

ନୂଆଦିଲ୍ଲୀ,୨୮।୧୦:ଚଳିତ ବର୍ଷ ନଭେମ୍ବର ୩ରୁ ମୁଦ୍ରାନୀତି କମିଟି (ଏମ୍‌ପିସି)ର ଅତିରିକ୍ତ ବୈଠକ ହେବାକୁ ଯାଉଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ କୁହାଯାଇଛି। ଏପରିକି ଆର୍‌ବିଆଇ ଏମ୍‌ପିସିଙ୍କ ଏକ ଗୁରୁତ୍ୱପୂର୍ଣ୍ଣ (ଏମର୍ଜେନ୍ସି) ବୈଠକ ପାଇଁ ଆହ୍ବାନ କରାଯାଇଛି। କାରଣ ଏମ୍‌ପିସିଙ୍କ ନିୟମିତ ବୈଠକ ୨୦୨୨ ଡିସେମ୍ବର ୫ରୁ ୭ ମଧ୍ୟରେ ହେବା ଯୋଜନା ରହିଥିଲା। ତେବେ ତା’ର ଯଥେଷ୍ଟ ପୂର୍ବରୁ ଆର୍‌ବିଆଇ ଏହି ଏମ୍‌ପିସି ବୈଠକ ପାଇଁ ଆହ୍ବାନ କରିବା ସବୁ ବର୍ଗଙ୍କ ପାଇଁ ଆଶଙ୍କା ସୃଷ୍ଟି କରିଛି ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା କଥା, ଯେକୌଣସି ସମୟରେ ଏକ ବଡ଼ଧରଣର ପରିବର୍ତ୍ତନ ସପକ୍ଷରେ ଆର୍‌ବିଆଇ ଘୋଷଣା କରିପାରେ ବା କିଛି ଦୃଢ଼ ପଦକ୍ଷେପ ଗ୍ରହଣ କରିବ ବୋଲି ଆଶା କରାଯାଉଛି। ସେହିଭଳି ଆର୍‌ବିଆଇଙ୍କ ଏହି ବୈଠକରେ ଖୁଚୁରା ମୁଦ୍ରାସ୍ଫୀତି ୬%ରୁ ଉପରେ ରହିବା ଯୋଗୁ ଆଗାମୀ ଶୀତକାଳୀନ ଅଧିବେଶନରେ ସରକାର ବିରୋଧୀଙ୍କୁ ଦେବାକୁ ଥିବା ଜବାବ ନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇପାରେ ବୋଲି ଆକଳନ କରାଯାଇଛି। ଅପରପକ୍ଷରେ ଆର୍‌ବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିନିୟମ ୧୯୩୪ର ଧାରା ୪୫ ଜେଡ୍‌ଏନ୍‌ରେ ଥିବା ପ୍ରାବଧାନ ଅନୁସାରେ ଏମ୍‌ପିସିର ଏହି ବିଶେଷ ବୈଠକ ଡକାଯାଇଛି। ସେହିପରି ପୂର୍ବ ଏମ୍‌ପିସି ବୈଠକ ଚଳିତ ବର୍ଷ ସେପ୍ଟେମ୍ବର ୨୮ରୁ ୩୦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସେହି ଅନୁସାରେ ପରବର୍ତ୍ତୀ ବୈଠକ ଆସନ୍ତା ଡିସେମ୍ବର ୫ରୁ ୭ ମଧ୍ୟରେ ହେବା କାର୍ଯ୍ୟକ୍ରମ ରହିଥିଲା। ତେବେ କେତେକ ଜରୁରୀ ଆହ୍ବାନ ଯୋଗୁ ଆର୍‌ବିଆଇ ପକ୍ଷରୁ ମାସକ ପୂର୍ବରୁ ଏହି ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ପାଇଁ ଆହ୍ବାନ କରାଯାଇଛି। ଗତ ମାସ (ସେପ୍ଟେମ୍ବର) ୩୦ ତାରିଖରେ ଶେଷ ହୋଇଥିବା ଏମ୍‌ପିସି ବୈଠକରେ ନୀତିଗତ ରେପୋ ହାର ୫୦ ଆଧାର ଅଙ୍କ (ବିପିଏସ୍‌) ପର୍ଯ୍ୟନ୍ତ ବଢ଼ାଯାଇଥିଲା। ରେପୋ ହାର ୫.୯% ହୋଇଯାଇଥିଲା। ଫଳରେ ସବୁ ପ୍ରକାର ଋଣ ହାର ମହଙ୍ଗା ହୋଇଯାଇଥିଲା। ତେବେ ନଭେମ୍ବର ୩ରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଜରୁରୀ ଏମ୍‌ପିସି ବୈଠକରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ଆର୍‌ବିଆଇ କଡ଼ା ନୀତି ଆପଣେଇ ପାରନ୍ତି। ଫଳରେ ପୁଣି ଥରେ ଋଣ ସୁଧହାର ବୃଦ୍ଧି ହେବାର ଆଶଙ୍କା ରହିଛି ବୋଲି ଆକଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri