‘ମୁଦ୍ରାନୀତିରେ ହୋଇପାରେ ବଡ଼ ପରିବର୍ତ୍ତନ’

ନୂଆଦିଲ୍ଲୀ,୨୮।୧୦:ଚଳିତ ବର୍ଷ ନଭେମ୍ବର ୩ରୁ ମୁଦ୍ରାନୀତି କମିଟି (ଏମ୍‌ପିସି)ର ଅତିରିକ୍ତ ବୈଠକ ହେବାକୁ ଯାଉଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ କୁହାଯାଇଛି। ଏପରିକି ଆର୍‌ବିଆଇ ଏମ୍‌ପିସିଙ୍କ ଏକ ଗୁରୁତ୍ୱପୂର୍ଣ୍ଣ (ଏମର୍ଜେନ୍ସି) ବୈଠକ ପାଇଁ ଆହ୍ବାନ କରାଯାଇଛି। କାରଣ ଏମ୍‌ପିସିଙ୍କ ନିୟମିତ ବୈଠକ ୨୦୨୨ ଡିସେମ୍ବର ୫ରୁ ୭ ମଧ୍ୟରେ ହେବା ଯୋଜନା ରହିଥିଲା। ତେବେ ତା’ର ଯଥେଷ୍ଟ ପୂର୍ବରୁ ଆର୍‌ବିଆଇ ଏହି ଏମ୍‌ପିସି ବୈଠକ ପାଇଁ ଆହ୍ବାନ କରିବା ସବୁ ବର୍ଗଙ୍କ ପାଇଁ ଆଶଙ୍କା ସୃଷ୍ଟି କରିଛି ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା କଥା, ଯେକୌଣସି ସମୟରେ ଏକ ବଡ଼ଧରଣର ପରିବର୍ତ୍ତନ ସପକ୍ଷରେ ଆର୍‌ବିଆଇ ଘୋଷଣା କରିପାରେ ବା କିଛି ଦୃଢ଼ ପଦକ୍ଷେପ ଗ୍ରହଣ କରିବ ବୋଲି ଆଶା କରାଯାଉଛି। ସେହିଭଳି ଆର୍‌ବିଆଇଙ୍କ ଏହି ବୈଠକରେ ଖୁଚୁରା ମୁଦ୍ରାସ୍ଫୀତି ୬%ରୁ ଉପରେ ରହିବା ଯୋଗୁ ଆଗାମୀ ଶୀତକାଳୀନ ଅଧିବେଶନରେ ସରକାର ବିରୋଧୀଙ୍କୁ ଦେବାକୁ ଥିବା ଜବାବ ନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇପାରେ ବୋଲି ଆକଳନ କରାଯାଇଛି। ଅପରପକ୍ଷରେ ଆର୍‌ବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିନିୟମ ୧୯୩୪ର ଧାରା ୪୫ ଜେଡ୍‌ଏନ୍‌ରେ ଥିବା ପ୍ରାବଧାନ ଅନୁସାରେ ଏମ୍‌ପିସିର ଏହି ବିଶେଷ ବୈଠକ ଡକାଯାଇଛି। ସେହିପରି ପୂର୍ବ ଏମ୍‌ପିସି ବୈଠକ ଚଳିତ ବର୍ଷ ସେପ୍ଟେମ୍ବର ୨୮ରୁ ୩୦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସେହି ଅନୁସାରେ ପରବର୍ତ୍ତୀ ବୈଠକ ଆସନ୍ତା ଡିସେମ୍ବର ୫ରୁ ୭ ମଧ୍ୟରେ ହେବା କାର୍ଯ୍ୟକ୍ରମ ରହିଥିଲା। ତେବେ କେତେକ ଜରୁରୀ ଆହ୍ବାନ ଯୋଗୁ ଆର୍‌ବିଆଇ ପକ୍ଷରୁ ମାସକ ପୂର୍ବରୁ ଏହି ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ପାଇଁ ଆହ୍ବାନ କରାଯାଇଛି। ଗତ ମାସ (ସେପ୍ଟେମ୍ବର) ୩୦ ତାରିଖରେ ଶେଷ ହୋଇଥିବା ଏମ୍‌ପିସି ବୈଠକରେ ନୀତିଗତ ରେପୋ ହାର ୫୦ ଆଧାର ଅଙ୍କ (ବିପିଏସ୍‌) ପର୍ଯ୍ୟନ୍ତ ବଢ଼ାଯାଇଥିଲା। ରେପୋ ହାର ୫.୯% ହୋଇଯାଇଥିଲା। ଫଳରେ ସବୁ ପ୍ରକାର ଋଣ ହାର ମହଙ୍ଗା ହୋଇଯାଇଥିଲା। ତେବେ ନଭେମ୍ବର ୩ରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଜରୁରୀ ଏମ୍‌ପିସି ବୈଠକରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ଆର୍‌ବିଆଇ କଡ଼ା ନୀତି ଆପଣେଇ ପାରନ୍ତି। ଫଳରେ ପୁଣି ଥରେ ଋଣ ସୁଧହାର ବୃଦ୍ଧି ହେବାର ଆଶଙ୍କା ରହିଛି ବୋଲି ଆକଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri