ବିଜେଡିକୁ ବଡ଼ ଝଟ୍‌କା! ନୂଆପଡା ନିର୍ବାଚନ ପୂର୍ବରୁ ଭାଜପାରେ ମିଶିବେ ବଡ଼ ବିଜେଡି ନେତା

ନୂଆପଡା ରାଜନୀତିରେ ବଡ଼ ହଲଚଲ। ରାଜନୀତିରେ ନୂଆ ମୋଡ ଦେଖିବାକୁ ମିଳିଛି। ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ଘରେ ଲମ୍ବୋଦର ନିଆଲ। ଜୟ ଢୋଲକିଆ ଓ ଲମ୍ବୋଦର ନିଆଲଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକ ହୋଇଛି। କଳାହାଣ୍ଡି ଲୋକ ସଭା ଆସନର ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ। ବେଢଠକରେ ଭାଜପା ଏମପି ସୁଜିତ କୁମାର ଉପସ୍ଥିତ ଅଛନ୍ତି। ତେବେ ଚର୍ଚ୍ଚା ହେଉଛି କି, ଲମ୍ବୋଧର ଭାଜପାରେ ଆଜି ମିଶିପାରନ୍ତି। ଏପରି ରାଜନୈତିକ ମାହୋଲ ଭିତରେ ଜଣେ ବିଜେଡି ନେତା କାହିଁକି ଆସି ଭାଜପାର ଜଣେ ତୁଙ୍ଗ ନେତାଙ୍କ ସହ ବ୍ରେକଫାଷ୍ଟ କରିବେ ତାକୁ ନେଇ ନୂଆପଡା ରାଜନୀତି ଜୋର ଧରିଛି। କୁହାଯାଉଛି ଜୟଙ୍କ ନାମାଙ୍କନ ଦିନ ସେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପଦ୍ମ ଧରିପାରନ୍ତି।

ଏନେଇ ଜୟ କହିଛନ୍ତି, ଲମ୍ବୋଦର ବାବୁ ଆମର ପରିବାର ଲୋକ। ମୋ ବାପା ରାଜେନ୍ଦ୍ର ଢୋଲକିଆଙ୍କ ସହ ତାଙ୍କର ପାରିବାରିକ ସମ୍ପର୍କ ରହିଛି। ମୋତେ ଭାଜପା ପ୍ରାର୍ଥୀ ଘୋଷଣା କରିଥିବାରୁ ଏନେଇ ଶୁଭେଚ୍ଛା ଜଣେଇବା ପାଇଁ ସେ ଆସିିଥିଲେ। ଏହି ସମୟରେ ଆମେ ବ୍ରେକଫାଷ୍ଟ କରିଥିଲୁ। ପାରିବାରିକ ମାହୋଲ ଭିତରେ ଆମେ ରାଜନୈତିକ ଚର୍ଚ୍ଚା କରୁନାହୁଁ।

Dharitri – Odisha’s No.1 Trusted Odia Daily

 

 

Share