Posted inଜାତୀୟ

ବଡ଼ ବିଜୟ ହାସଲ କଲେ ମୈଥିଲୀ ଠାକୁର: ହେଲେ ସର୍ବକନିଷ୍ଠ ବିଧାୟିକା

ପାଟନା,୧୪।୧୧: ଆଜି ବିହାର ବିହାର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ଚଳିତ ନିର୍ବାଚନରେ ସମସ୍ତଙ୍କ ନଜର ବିହାରର ଆଲିନଗର ବିଧାନସଭା ନିର୍ବାଚନମଣ୍ଡଳୀ ଉପରେ ଥିଲା। ଗୋଟିଏ ପଟେ ଆରଜେଡିର ଅଭିଜ୍ଞ ନେତା ବିନୋଦ ମିଶ୍ର ଏବଂ ଅନ୍ୟ ପଟେ ପ୍ରଥମଥର ନିର୍ବାଚନ ଲଢୁଥିବା ଗାୟିକା ମୈଥିଲୀ ଠାକୁର ଥିଲେ। ମୈଥିଲୀ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିନୋଦଙ୍କୁ ୧୩୨୮୨ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଏହି ବିଜୟ ସହ ମୈଥିଲୀ ବିହାରର ସର୍ବକନିଷ୍ଠ ବିଧାୟକ ହୋଇଛନ୍ତି। ଏବେ ତାଙ୍କୁ ମାତ୍ର ୨୫ ବର୍ଷ। ଫଳାଫଳ ଘୋଷଣା ହେବା ମାତ୍ରେ ବିଜୟୀ ଶିବିରର ସମର୍ଥକମାନେ ଉତ୍ସବ ପାଳନ କରିବା ଆରମ୍ଭ କରିଦେଇଛନ୍ତି।
ବିଜୟୀ ପରେ ମୈଥିଲୀ ଠାକୁର କହିଛନ୍ତି, ମୁଁ ବହୁତ ଭଲ ଅନୁଭବ କରୁଛି। ପ୍ରଥମ ଦିନରୁ ମୋର କୌଣସି ସନ୍ଦେହ ନ ଥିଲା। ଏହା ଏକ ଭିନ୍ନ ଯାତ୍ରା ଥିଲା, ଯାହା ମୁଁ କେବେ ଭାବି ନଥିଲି ଯେ ମୁଁ ମୋ ଜୀବନରେ ଏତେ ଶୀଘ୍ର ସାମ୍ନା କରିବି। କିନ୍ତୁ ମୁଁ ଏହାକୁ ଦେଖିଛି, ଅନୁଭବ କରିଛି ଏବଂ ଏବେ ମୁଁ ଆଗାମୀ ପାଞ୍ଚ ବର୍ଷ ପାଇଁ ପ୍ରସ୍ତୁତ। ଲୋକମାନେ ମୋତେ ନିଜ ଝିଅ ପରି ଗ୍ରହଣ କରିଛନ୍ତି, ମୁଁ କେବେ ଜଣେ ନେତା ଭାବରେ ଜନସାଧାରଣଙ୍କ ମଧ୍ୟରେ ଯାଇନାହିଁ। ଏହି ଜିନିଷଗୁଡ଼ିକ ମୋତେ ଭବିଷ୍ୟତରେ ବହୁତ ସାହାଯ୍ୟ କରିବ। ଗୋଟିଏ ମାସ ମଧ୍ୟରେ, ମୁଁ ଅନେକ କଥା ଶୁଣିଛି, ଯେପରିକି ରାଜନୀତିରେ ପ୍ରବେଶ କାହିଁକି କଲ। ତୁମେ ବହୁତ ଛୋଟ। ଆଗାମୀ ସମୟରେ, ମୁଁ ନିଜକୁ ପ୍ରମାଣ କରିବି। ଏହା ମୋ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri