Posted inଜାତୀୟ

ଖବରଦାତାଙ୍କ ଲିଭର୍‌ ୪ ଫାଳ କରି ମାରିଥିଲେ: ବାନ୍ଧିଲା ପୋଲିସ

ହାଇଦ୍ରାବାଦ/ରାୟପୁର, ୭।୧:ଛତିଶଗଡ଼ର ବିଜାପୁରରେ ଖବରଦାତା ମୁକେଶ ଚନ୍ଦ୍ରାକରଙ୍କ ହତ୍ୟା ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି। ମୁଖ୍ୟ ଅଭିଯୁକ୍ତ ସୁରେଶ ଚନ୍ଦ୍ରାକରଙ୍କୁ ସୋମବାର ବିଜାପୁର ସାଇବର ପୋଲିସ ଓ ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି) ଟିମ୍‌ ହାଇଦ୍ରାବାଦରୁ ଗିରଫ କରିଛି। ଏନେଇ ବସ୍ତର ଆଇଜି ସୁନ୍ଦରରାଜ ପି. ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପ୍ରାୟ ୩୦୦ ମୋବାଇଲ କଲ୍‌ ବିବରଣୀ ଏବଂ ୨୦୦ ସିସିଟିଭି କ୍ୟାମେରାର ଫୁଟେଜ୍‌କୁ ଯାଞ୍ଚ କରିଥିବା ସେ କହିଛନ୍ତି। ଉକ୍ତ ତଦନ୍ତରୁ ସୁରେଶ ହାଇଦ୍ରାବାଦରେ ଲୁଚିଥିବା ନେଇ ଜଣାପଡ଼ିଥିଲା। ଏହାପରେ ବିଜାପୁର ପୋଲିସ ଓ ଏସ୍‌ଆଇଟି ଟିମ୍‌ ହାଇଦ୍ରାବାଦ ଗସ୍ତ କରି ସୁରେଶଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ତେବେ ମୁକେଶଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ନେଇ ତାଙ୍କ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ରିପୋର୍ଟ ଅନୁଯାୟୀ, ମୁକେଶଙ୍କ ମୁଣ୍ଡରେ ୧୫ଟି ଫ୍ରାକ୍ଚର ଥିବାବେଳେ ତାଙ୍କ ବେକ ଭାଙ୍ଗିଯାଇଛି। ସେହିପରି ମୁକେଶଙ୍କ ଯକୃତ ୪ ଖଣ୍ଡ ହୋଇଯାଇଥିବାବେଳେ ତାଙ୍କ ହୃତ୍‌ପିଣ୍ଡ ବାହାର କରି ଦିଆଯାଇଛି। ମୁକେଶଙ୍କ ଶରୀରରେ ଅନେକ ଗୁରୁତର ଆଘାତର ଚିହ୍ନ ମଧ୍ୟ ମିଳିଛି। ୨ରୁ ଅଧିକ ବ୍ୟକ୍ତି ମୁକେଶଙ୍କୁ ହତ୍ୟା କରିଥିବା ନେଇ ବ୍ୟବଚ୍ଛେଦ କରିଥିବା ଡାକ୍ତର କହିଛନ୍ତି।
ପ୍ରକାଶ ଯେ, ମୁକେଶ ଏକ ଜାତୀୟ ଗଣମାଧ୍ୟମରେ ବିଜାପୁର ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ। ବସ୍ତର ଅଞ୍ଚଳର ଗଙ୍ଗାଲୁରରୁ ହିରୋଲି ପର୍ଯ୍ୟନ୍ତ ୧୨୦ କୋଟି ଟଙ୍କା ମୂଲ୍ୟର ସଡ଼କ ନିର୍ମାଣ ପ୍ରକଳ୍ପରେ ଦୁର୍ନୀତି ହୋଇଥିବା ନେଇ ମୁକେଶ ଏକ ସ୍ବତନ୍ତ୍ର ଅନୁସନ୍ଧାନମୂଳକ ରିପୋର୍ଟ କରିଥିଲେ, ଯାହା ଗତମାସ ୨୪ ତାରିଖରେ ପ୍ରକାଶ ପାଇଥିଲା। ଏହି ରିପୋର୍ଟ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଥିଲା। ଉକ୍ତ ରିପୋର୍ଟ ଅନୁଯାୟୀ, ଗଙ୍ଗାଲୁରରୁ ହିରୋଲି ପର୍ଯ୍ୟନ୍ତ ରାସ୍ତାରେ ଅନେକ ଗର୍ତ୍ତ ଦେଖିବାକୁ ମିଳିଥିଲା। ସେଥିମଧ୍ୟରୁ ମାତ୍ର ଗୋଟିଏ କିଲୋମିଟର ମଧ୍ୟରେ ୩୫ଟି ଗାତ ଉକ୍ତ ରାସ୍ତାରେ ଥିବା ନେଇ ମୁକେଶ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ। ଠିକାଦାର ସୁରେଶ ଏହି ସଡ଼କ ନିର୍ମାଣ କାର୍ଯ୍ୟର ଠିକା ନେଇଥିଲେ। ତେବେ ଗତ ୧ରୁ
ମୁକେଶ ନିଖୋଜ ହୋଇଯାଇଥିଲେ। ୩ରେ ତାଙ୍କ ମୃତଦେହକୁ ବିଜାପୁରର ଏକ ପାଇଖାନା ଟାଙ୍କିରୁ ପୋଲିସ ଜବତ କରିଥିଲା। ପୂର୍ବରୁ ଏହି ମାମଲାରେ ପୋଲିସ ସୁରେଶଙ୍କ ସମ୍ପର୍କୀୟ ଭାଇ ରିତେଶ ଚନ୍ଦ୍ରାକର, ଦିନେଶ ଚନ୍ଦ୍ରାକର ଏବଂ ତାଙ୍କ ସହଯୋଗୀ ମହେନ୍ଦ୍ର ରାମଟେକେଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri