Posted inଜାତୀୟ

ଖବରଦାତାଙ୍କ ଲିଭର୍‌ ୪ ଫାଳ କରି ମାରିଥିଲେ: ବାନ୍ଧିଲା ପୋଲିସ

ହାଇଦ୍ରାବାଦ/ରାୟପୁର, ୭।୧:ଛତିଶଗଡ଼ର ବିଜାପୁରରେ ଖବରଦାତା ମୁକେଶ ଚନ୍ଦ୍ରାକରଙ୍କ ହତ୍ୟା ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି। ମୁଖ୍ୟ ଅଭିଯୁକ୍ତ ସୁରେଶ ଚନ୍ଦ୍ରାକରଙ୍କୁ ସୋମବାର ବିଜାପୁର ସାଇବର ପୋଲିସ ଓ ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି) ଟିମ୍‌ ହାଇଦ୍ରାବାଦରୁ ଗିରଫ କରିଛି। ଏନେଇ ବସ୍ତର ଆଇଜି ସୁନ୍ଦରରାଜ ପି. ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପ୍ରାୟ ୩୦୦ ମୋବାଇଲ କଲ୍‌ ବିବରଣୀ ଏବଂ ୨୦୦ ସିସିଟିଭି କ୍ୟାମେରାର ଫୁଟେଜ୍‌କୁ ଯାଞ୍ଚ କରିଥିବା ସେ କହିଛନ୍ତି। ଉକ୍ତ ତଦନ୍ତରୁ ସୁରେଶ ହାଇଦ୍ରାବାଦରେ ଲୁଚିଥିବା ନେଇ ଜଣାପଡ଼ିଥିଲା। ଏହାପରେ ବିଜାପୁର ପୋଲିସ ଓ ଏସ୍‌ଆଇଟି ଟିମ୍‌ ହାଇଦ୍ରାବାଦ ଗସ୍ତ କରି ସୁରେଶଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ତେବେ ମୁକେଶଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ନେଇ ତାଙ୍କ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ରିପୋର୍ଟ ଅନୁଯାୟୀ, ମୁକେଶଙ୍କ ମୁଣ୍ଡରେ ୧୫ଟି ଫ୍ରାକ୍ଚର ଥିବାବେଳେ ତାଙ୍କ ବେକ ଭାଙ୍ଗିଯାଇଛି। ସେହିପରି ମୁକେଶଙ୍କ ଯକୃତ ୪ ଖଣ୍ଡ ହୋଇଯାଇଥିବାବେଳେ ତାଙ୍କ ହୃତ୍‌ପିଣ୍ଡ ବାହାର କରି ଦିଆଯାଇଛି। ମୁକେଶଙ୍କ ଶରୀରରେ ଅନେକ ଗୁରୁତର ଆଘାତର ଚିହ୍ନ ମଧ୍ୟ ମିଳିଛି। ୨ରୁ ଅଧିକ ବ୍ୟକ୍ତି ମୁକେଶଙ୍କୁ ହତ୍ୟା କରିଥିବା ନେଇ ବ୍ୟବଚ୍ଛେଦ କରିଥିବା ଡାକ୍ତର କହିଛନ୍ତି।
ପ୍ରକାଶ ଯେ, ମୁକେଶ ଏକ ଜାତୀୟ ଗଣମାଧ୍ୟମରେ ବିଜାପୁର ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ। ବସ୍ତର ଅଞ୍ଚଳର ଗଙ୍ଗାଲୁରରୁ ହିରୋଲି ପର୍ଯ୍ୟନ୍ତ ୧୨୦ କୋଟି ଟଙ୍କା ମୂଲ୍ୟର ସଡ଼କ ନିର୍ମାଣ ପ୍ରକଳ୍ପରେ ଦୁର୍ନୀତି ହୋଇଥିବା ନେଇ ମୁକେଶ ଏକ ସ୍ବତନ୍ତ୍ର ଅନୁସନ୍ଧାନମୂଳକ ରିପୋର୍ଟ କରିଥିଲେ, ଯାହା ଗତମାସ ୨୪ ତାରିଖରେ ପ୍ରକାଶ ପାଇଥିଲା। ଏହି ରିପୋର୍ଟ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଥିଲା। ଉକ୍ତ ରିପୋର୍ଟ ଅନୁଯାୟୀ, ଗଙ୍ଗାଲୁରରୁ ହିରୋଲି ପର୍ଯ୍ୟନ୍ତ ରାସ୍ତାରେ ଅନେକ ଗର୍ତ୍ତ ଦେଖିବାକୁ ମିଳିଥିଲା। ସେଥିମଧ୍ୟରୁ ମାତ୍ର ଗୋଟିଏ କିଲୋମିଟର ମଧ୍ୟରେ ୩୫ଟି ଗାତ ଉକ୍ତ ରାସ୍ତାରେ ଥିବା ନେଇ ମୁକେଶ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ। ଠିକାଦାର ସୁରେଶ ଏହି ସଡ଼କ ନିର୍ମାଣ କାର୍ଯ୍ୟର ଠିକା ନେଇଥିଲେ। ତେବେ ଗତ ୧ରୁ
ମୁକେଶ ନିଖୋଜ ହୋଇଯାଇଥିଲେ। ୩ରେ ତାଙ୍କ ମୃତଦେହକୁ ବିଜାପୁରର ଏକ ପାଇଖାନା ଟାଙ୍କିରୁ ପୋଲିସ ଜବତ କରିଥିଲା। ପୂର୍ବରୁ ଏହି ମାମଲାରେ ପୋଲିସ ସୁରେଶଙ୍କ ସମ୍ପର୍କୀୟ ଭାଇ ରିତେଶ ଚନ୍ଦ୍ରାକର, ଦିନେଶ ଚନ୍ଦ୍ରାକର ଏବଂ ତାଙ୍କ ସହଯୋଗୀ ମହେନ୍ଦ୍ର ରାମଟେକେଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୈଫଙ୍କଠାରୁ ଏତିକି ଟଙ୍କା ଦାବି କରିଥିଲେ ଆକ୍ରମଣକାରୀ, ସାମ୍ନାକୁ ଆସିଲା ବଡ଼ ତଥ୍ୟ

ମୁମ୍ବାଇ,୧୬।୧: ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ମାମଲାରେ ମୁମ୍ବାଇ ପୋଲିସ ଏକ ଏଫ୍‌ଆଇଆର ରୁଜୁ କରିଛି। ଏବେ ଏହି ଦୁଇ ପୃଷ୍ଠାର ଏଫଆଇଆରର...

ଖାତା କଲମରେ ହେବ ନିଟ୍ ୟୁଜି ୨୦୨୫ ପରୀକ୍ଷା

ନୂଆଦିଲ୍ଲୀ,୧୬।୧: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଘୋଷଣା କରିଛି ଯେ ନ୍ୟାସନାଲ ଏଲିଜିବିଲିଟି-କମ୍-ଏଣ୍ଟ୍ରାନ୍ସ ଟେଷ୍ଟ ବା NEET (UG)-୨୦୨୫ ପେନ୍ ଆଣ୍ଡ୍ ପେପର୍ ମୋଡ୍ (OMR-ଆଧାରିତ)...

ସ୍ମୃତି-ନୁପୁରଙ୍କୁ ମିଳିଲା ନାହିଁ ଟିକେଟ ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୧୬।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ୬୮ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ଜେଡିୟୁ ଏବଂ ଏଲଜେପିକୁ...

କିଏ କରିଥିଲା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ, ଆସିଲା ସିସିଟିଭି ଫୁଟେଜ

ମୁମ୍ବାଇ,୧୬।୧: ବୁଧବାର ବିଳମ୍ବିତ ରାତିରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଆକ୍ରମଣ କିଏ ଆଉ କାହିଁକି କରିଛି...

୮ମ ବେତନକୁ ମଞ୍ଜୁରୀ: ସରକାରୀ କର୍ମଚାରୀଙ୍କ ବଲ୍ଲେ ବଲ୍ଲେ, କେତେ ବଢିଯିବ ଦରମା, ପେନଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୧: କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଲକ୍ଷ ଲକ୍ଷ କର୍ମଚାରୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରୀୟ କ୍ୟାବିନେଟ ସମସ୍ତ କଳ୍ପନାଜଳ୍ପନାକୁ...

ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୧: ସରକାରୀ କର୍ମଚାରୀଙ୍କୁ ମିଳିଲା ବଡ଼ ଉପହାର। ୮ମ ବେତନ କମିଶନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନଶନଭୋଗୀମାନେ ଅଷ୍ଟମ...

ଅପରେଶନ ପରେ ବିପଦମୁକ୍ତ ସୈଫ

ମୁମ୍ବାଇ,୧୬।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ତାଙ୍କ ନିଜ ଘରେ ଛୁରୀରେ ଆକ୍ରମଣ ହୋଇଛି। ଏହା ପରେ ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ...

ସୈଫଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କଲା ପୋଲିସ, ଏହି କାରଣ ପାଇଁ ହୋଇଛି…

ମୁମ୍ବାଇ,୧୬ା୧: ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ହୋଇଛି। ଇତିମଧ୍ୟରେ ସୈଫ୍‌ଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ। ଚୋରି କରିବାକୁ ଆସିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri