Posted inଫୁରସତ

ମାଲିକାଣୀଙ୍କୁ ଟପିଗଲେ ଚାକରାଣୀ, କିଣିଲେ ୬୦ ଲକ୍ଷ ଟଙ୍କାର ଫ୍ଲାଟ୍‌, ଜାଣନ୍ତୁ କେମିତି ହେଲା ସମ୍ଭବ…

ଆପଣ ହୁଏତ ସଂଘର୍ଷ ଏବଂ ସଫଳତାର ଅନେକ କାହାଣୀ ଶୁଣିଥିବେ କିନ୍ତୁ ଆଜିର ଏକ କାହାଣୀ ହୋସ୍‌ ଉଡ଼ାଇ ଦେବ। ଜଣେ ଚାକରାଣୀଙ୍କ ଖବର ସୋସିଆଲ ମିଡିଆରେ ବେଶ୍‌ ହଇଚଇ ସୃଷ୍ଟି କରିଛି, ଯାହା ସମସ୍ତଙ୍କୁ ଟିକସ, ସଞ୍ଚୟ ଏବଂ ଆର୍ଥିକ ଯୋଜନା ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରିଛି। ଏହି ଘଟଣାଟି ଗୁଜରାଟର ସୁରଟରେ ଘଟିଛି। ଯେଉଁଠାରେ ଜଣେ ଚାକରାଣୀ ୬୦ ଲକ୍ଷ ଟଙ୍କାରେ ଏକ ବିଳାସପୂର୍ଣ୍ଣ ୩ ବିଏଚ୍‌କେ ଫ୍ଲାଟ୍‌ କିଣିଛନ୍ତି।

ଏହି ଆଶ୍ଚର୍ଯ୍ୟଜନକ କଥା ସୁରଟର ବାସିନ୍ଦା ନଳିନୀ ଉନାଗର ନାମକ ଜଣେ ‘ଏକ୍ସ’ ହ୍ୟାଣ୍ଡେଲ ୟୁଜର କରିଛନ୍ତି, ଯାହା ତାଙ୍କ ଚାକରାଣୀଙ୍କ କାହାଣୀ। ପୋଷ୍ଟ ଶେୟାର କରି ଲେଖିଛନ୍ତି, ସେ ପୂରା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ନଳିନୀଙ୍କ ଚାକରାଣୀ ୬୦ ଲକ୍ଷ ଟଙ୍କାର ଫ୍ଲାଟ୍‌ ପାଇଁ ମାତ୍ର ୧୦ ଲକ୍ଷ ଟଙ୍କାର ଋଣ ନେଇଥିଲେ। ଏହା ବ୍ୟତୀତ ସେ ଫର୍ଣ୍ଣିଚର ପାଇଁ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଏହାର ଅର୍ଥ ହେଉଛି ଚାକରାଣୀ ତାଙ୍କ ନିଜ ସଞ୍ଚୟ ଏବଂ ନଗଦରୁ ଖର୍ଚ୍ଚର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଦେଇଥିଲେ।

ନଳିନୀ ତାଙ୍କ ପୋଷ୍ଟରେ ଆହୁରି ଲେଖିଛନ୍ତି, ଚାକରାଣୀଙ୍କ ଏପରି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ଏତିକିରେ ଶେଷ ହୋଇ ନ ଥିଲା। ପଚରାଯିବାରୁ ସେ କହିଥିଲେ ଯେ, ଏହା ତାଙ୍କର ପ୍ରଥମ ସମ୍ପତ୍ତି ନୁହେଁ। ତାଙ୍କର ପୂର୍ବରୁ ଭେଲାଞ୍ଜା ଗାଁରେ ଏକ ଦୁଇ ମହଲା ଘର ଏବଂ ଏକ ଦୋକାନ ଥିଲା, ଯାହା ଉଭୟ ଭଡ଼ାରେ ଦିଆଯାଇଥିଲା।

ଚାକରାଣୀଙ୍କ କଥା ଶୁଣି ନଳିନୀ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କ୍ଷଣିକ ପାଇଁ ସ୍ତବ୍ଧ ହୋଇଗଲେ। ତାଙ୍କର ଏହି ପୋଷ୍ଟ ଜଙ୍ଗଲରେ ନିଆଁ ପରି ବ୍ୟାପିଗଲା ଏବଂ ସମସ୍ତେ ନିଜ ନିଜ ଉପାୟରେ ପ୍ରତିକ୍ରିୟା ଦେଉଛନ୍ତି।

ଜଣେ ୟୁଜର କହିଛନ୍ତି, ବେତନଭୋଗୀ ଲୋକମାନେ ଟିକସରେ ସେମାନଙ୍କର ଅଧା ଆୟ ହରାଇଥାନ୍ତି ଏବଂ ଘରର ଚାକରାଣୀମାନେ ଟିକସ ଦିଅନ୍ତି ନାହିଁ ତେଣୁ ସେମାନେ ଅନ୍ୟମାନଙ୍କ ଅପେକ୍ଷା ଶୀଘ୍ର ସମ୍ପତ୍ତି ସଂଗ୍ରହ କରନ୍ତି। ଜଣେ ୟୁଜର ମଧ୍ୟବିତ୍ତ ବର୍ଗଙ୍କୁ ଗ୍ରାସ କରୁଥିବା ଟିକସ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ସମୟରେ ଅନ୍ୟମାନେ ଚାକରାଣୀଙ୍କ କଠିନ ପରିଶ୍ରମକୁ ପ୍ରଶଂସା ବି କରିଛନ୍ତି।

Dharitri – Odisha’s Most Trusted Odia Newspaper

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri