ମହିନ୍ଦ୍ରା ବୋଲେରୋ ପିକ୍‌ଅପ୍‌ରେ କରୋନା ବୀମା

ମୁମ୍ବାଇ: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ ପକ୍ଷରୁ ଏହାର ପିକ୍‌ଅପ୍‌ ରେଞ୍ଜର ଯାନ ଉପରେ ଗ୍ରାହକଙ୍କ ଲାଗି କରୋନା ବୀମା ସମ୍ପର୍କରେ ଘୋଷଣା କରାଯାଇଛି। ମେଗା ଫେଷ୍ଟିସ ଅଫର ଅନ୍ତର୍ଗତ କମ୍ପାନୀ ପକ୍ଷରୁ ୧ ଲକ୍ଷ ଟଙ୍କାର ବୀମା କଭର ପ୍ରଦାନ କରାଯାଉଛି। ଏଥିରେ ଯାନ କ୍ରୟ କରୁଥିବା ଗ୍ରାହକ ତାଙ୍କ ସ୍ତ୍ରୀ ଏବଂ ୨ ପିଲାଙ୍କୁ ବୀମା ସୁବିଧା ମିଳିପାରିବ। ନଭେମ୍ବର ୩୦ ଯାଏ ଏହାର ଲାଭ ଗ୍ରାହକ ଉଠାଇପାରିବେ। ଯାନ କ୍ରୟର ୯.୫ ମାସ ଯାଏ ବୀମା କଭର ଉପଲବ୍ଧ ହୋଇପାରିବ। ବୋଲେରୋ ପିକ୍‌ ଅପ୍‌ ରେଞ୍ଜ ଯଥା ବୋଲେରୋ ପିକ୍‌ ଅପ୍‌, ବୋଲେରୋ ମାକ୍ସି ଟ୍ରକ୍‌, ବୋଲେରୋ ସିଟି ପିକ୍‌ ଅପ୍‌ ଏବଂ ବୋଲେରୋ କ୍ୟାମ୍ପର କ୍ରୟରେ ଏଭଳି ସୁବିଧା ଦିଆଯାଉଛି। ଏଥିଲାଗି କମ୍ପାନୀ ଓରିଏଣ୍ଟାଲ ଇନସ୍ୟୁରାନ୍ସ ସହ ଚୁକ୍ତିରେ ସାମିଲ ହୋଇଛି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଅଂଶୀଦାରଙ୍କ ଜୀବନରେ ଉନ୍ନତିକୁ ଧ୍ୟାନରେ ରଖି ଏଭଳି ସୁବିଧା ହାତକୁ ନିଆଯାଇଥିବା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଅଟୋମୋଟିଭ ଡିଭିଜନର ସେଲ୍‌ସ ଏବଂ କଷ୍ଟମର କେୟାର ବରିଷ୍ଠ ଉପସଭାପତି ସତୀନ୍ଦର ବାଜଓ୍ବା ସୂଚନା ଦେଇଛନ୍ତି। ବୀମା ଲାଭ କରିବା ଲାଗି ଗ୍ରାହକଙ୍କୁ ନିଜ ଏବଂ ପରିବାର ସଦସ୍ୟଙ୍କ ନାମ, ଜନ୍ମ ତାରିଖ ଏବଂ ଠିକଣାକୁ ପଞ୍ଜୀକରଣ କରିବାକୁ ପଡିବ। କୋଭିଡ୍‌-୧୯ ପଜିଟିଭରେ ହସ୍ପିଟାଲରେ ଆଡମିଶନ କିମ୍ବା ଏଥି ସଂକ୍ରାନ୍ତ ଖର୍ଚ୍ଚ ଭରଣା ଲାଗି ବୀମା ସୁବିଧା ଦିଆଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri