Posted inଖେଳ

ଲଭର୍‌ ବଏ ଲୁକ୍‌ରେ ମାହି, ହାତରେ ଲାଲ୍‌ ହୃଦୟ ବେଲୁନ୍‌ ଧରି କହୁଛନ୍ତି ଡାଏଲଗ୍‌; ଅଭିନୟରେ କରିବେ ଡେବ୍ୟୁ!

ମୁମ୍ବାଇ: କ୍ରିକେଟର ଥାଲାଇଭା ଅର୍ଥାତ ମହେନ୍ଦ୍ର ସିଂ ଧୋନୀଙ୍କୁ କିଏ ବା ଭଲ ନ ପାଏ। କେହି କ୍ରିକେଟ ପ୍ରଶଂସକ ହୁଅନ୍ତୁ କି ନ ହୁଅନ୍ତୁ, ସେ ନିଶ୍ଚିତ ଭାବରେ ଧୋନୀଙ୍କର ପ୍ରଶଂସକ। କିନ୍ତୁ ଏବେ ମାହିଙ୍କ ବିଷୟରେ ଏପରି ଏକ ଖବର ଆସୁଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ନିର୍ଦ୍ଦେଶକ ପ୍ରଯୋଜକ କରନ ଜୋହର ତାଙ୍କ ଇନଷ୍ଟାଗ୍ରାମରେ ଏକ ସ୍ବତନ୍ତ୍ର ଭିଡିଓ କ୍ଲିପ୍‌ ଶେୟାର କରିଛନ୍ତି, ଯାହା ପରେ ଧୋନିଙ୍କ ପ୍ରଶଂସକମାନେ ବହୁତ ଖୁସି।

କରନ ଜୋହର ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ କ୍ଲିପ୍‌ ଶେୟାର କରିଛନ୍ତି। ଏହି କ୍ଲିପରେ ଧୋନୀ ଏକ ସ୍ବତନ୍ତ୍ର ଶୈଳୀରେ ଦେଖାଯାଉଛନ୍ତି। ଧୋନୀଙ୍କ ଲଭର୍‌ ବଏ ଲୁକ୍‌ ନଜର ଆସୁଛି। ଏପରି ପରିସ୍ଥିତିରେ ପ୍ରଶଂସକମାନେ ମାହି ଖୁବଶୀଘ୍ର ଅଭିନୟରେ ଡେବ୍ୟୁ କରିବାକୁ ଯାଉଛନ୍ତି ବୋଲି ଅନୁମାନ କରୁଛନ୍ତି।

ଏହି ଭିଡିଓ କ୍ଲିପ ଏକ ଲେଖା ସହିତ ଆରମ୍ଭ ହେଉଛି ଯେଉଁଥିରେ ଲେଖାଯାଇଛି, ପ୍ରଥମ ଥର ପାଇଁ ମହେନ୍ଦ୍ର ସିଂ ଧୋନୀଙ୍କ ରୋମାଣ୍ଟିକ ଅବତାର। ଏଥିରେ ଧୋନୀ ହାତରେ ଏକ ଲାଲ ବେଲୁନ୍‌ ଧରିଥିବାର ଦେଖାଯାଉଛି। ଧୋନୀ ଭିଡିଓରେ କହୁଛନ୍ତି, ମୋ ସହିତ ଚାଲିବା ଯୋଗୁ ତୁମେ ପ୍ରତ୍ୟେକ ଯାତ୍ରାକୁ ସୁନ୍ଦର କରୁଛ… ଏହା ପରେ ପରଦାରେ ଦେଖାଯାଏ, ’ଏକ ପ୍ରେମ କାହାଣୀ ଯାହା ଅନ୍ୟଭଳି ନୁହେଁ, ଶୀଘ୍ର ଆସୁଛି…’

ଏହି ଭିଡିଓ ଦେଖିବା ପରେ, ପ୍ରଶଂସକମାନେ ପଚାରୁଛନ୍ତି ଯେ ଧୋନୀ ଅଭିନୟ ଜଗତରେ ଡେବ୍ୟୁ କରିବାକୁ ଯାଉଛନ୍ତି କି? ଯଦିଓ ପ୍ରଥମ ନଜରରେ ଏହି କ୍ଲିପ୍‌ ଏକ ବଲିଉଡ ଫିଲ୍ମର ଟ୍ରେଲର ପରି ଦେଖାଯାଉଛି, କିନ୍ତୁ ଏହା ପ୍ରକୃତରେ ଏକ ତୈଳ କମ୍ପାନୀ ଗଲ୍ଫ ପ୍ରାଇଡ ପାଇଁ ତିଆରି ଏକ ବିଜ୍ଞାପନ, ଯାହାର ନିର୍ଦ୍ଦେଶନା ପୁନିତ ମାଲହୋତ୍ରା ଦେଇଛନ୍ତି ଏବଂ ଏହା ଧର୍ମା ୨.୦ ବ୍ୟାନରରେ ନିର୍ମିତ ହୋଇଛି। କରଣ ଜୋହର ଏହି ଭିଡିଓ ସହିତ ଲେଖିଛନ୍ତି – ମାହିଙ୍କ ନୂତନ ଶୈଳୀ, ଆମର ନୂଆ ଲଭର୍‌ ବଏ। କିନ୍ତୁ ଏହି କାହାଣୀରେ ଏକ ଟୁଇଷ୍ଟ ଅଛି, କାରଣ ମାହିଙ୍କର ପ୍ରଥମ ପ୍ରେମ ତାଙ୍କର ବାଇକ ଥିଲା, ଏବଂ ଏବେ ଏହି ପ୍ରେମ କାହାଣୀ ମଧ୍ୟ ଏକ ବ୍ଲକବଷ୍ଟର ହେବାକୁ ଯାଉଛି…’

 

View this post on Instagram

 

A post shared by Karan Johar (@karanjohar)


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri