Posted inଜାତୀୟ

ମହାରାଷ୍ଟ୍ରରେ ମହାୟୁତି, ଝାଡ଼ଖଣ୍ଡରେ ଜେଏମ୍‌ଏମ୍‌+

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଜନାଦେଶ ଶାସକ ମେଣ୍ଟ ସପକ୍ଷରେ ଆସିଛି। ମହାରାଷ୍ଟ୍ର ମତଦାତା ‘ଲଡ୍‌କି ବହିନ’ ଭଳି ଯୋଜନାଗୁଡ଼ିକୁ ନେଇ ମହାୟୁତି ଉପରେ ଆସ୍ଥା ପ୍ରକଟ କରି ଏହାକୁ ପୁନଃ କ୍ଷମତାସୀନ କରାଇଥିବାବେଳେ ଭାଜପାର ଝାଡ଼ଖଣ୍ଡ ଦଖଲ ଅଭିଯାନ ବିଫଳ ହୋଇଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନେତା ହେମନ୍ତ ସୋରେନ୍‌ ଆଦିବାସୀଙ୍କ ପାଇଁ ଯୋଦ୍ଧା ଭାବେ ଉଭା ହୋଇଛନ୍ତି। ଜେଏମ୍‌ଏମ୍‌ ନେତୃତ୍ୱାଧୀନ ମେଣ୍ଟ ସରକାରଙ୍କ ମହିଳା କୈନ୍ଦ୍ରିକ ଯୋଜନାଗୁଡ଼ିକ ହେମନ୍ତଙ୍କୁ ଲଗାତର ଦ୍ୱିତୀୟ ଥର କ୍ଷମତାକୁ ଆଣିଥିବା ରାଜନୈତିକ ସମୀକ୍ଷକମାନେ କହୁ୍‌ଛନ୍ତି।

ମୁମ୍ବାଇ/ରାଞ୍ଚତ୍ ,୨୪।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ମହାୟୁତି ମେଣ୍ଟ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରି ରାଜ୍ୟରେ କ୍ଷମତା ବଜାୟ ରଖିଛି। ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ଶାସକ ମେଣ୍ଟ ୨୩୦ ଆସନ ଦଖଲ କରିଛି। ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ୱାଧୀନ ମହାବିକାଶ ଅଘାଡ଼ି (ଏମ୍‌ଭିଏ)କୁ ନିର୍ବାଚନରେ ବଡ଼ ଝଟକା ଲାଗିଛି। ବିରୋଧୀ ମେଣ୍ଟ ୪୮ ଆସନରେ ବିଜୟୀ ହୋଇଛି। ସ୍ବାଧୀନ ଓ ଅନ୍ୟ ଦଳ ପ୍ରାର୍ଥୀ ୧୦ ଆସନ ଜିତିଥିବା ନିର୍ବାଚନ କମିଶନଙ୍କ ସୂତ୍ରରୁ ପ୍ରକାଶ।

ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କ୍ଷମତା ବଜାୟ ରଖିବା ଲାଗି ମହାୟୁତି ମେଣ୍ଟ ଜୋର୍‌ଦାର ଉଦ୍ୟମ ଚଳାଇଥିବାବେଳେ ଏମ୍‌ଭିଏ ଏହାକୁ ଭଣ୍ଡୁର କରି ସରକାର ଗଢ଼ିବାକୁ ଆଶାବାଦୀ ମହାରାଷ୍ଟ୍ରରେ ମହାୟୁତି ଥିଲା। ଉଭୟ ମେଣ୍ଟ ପକ୍ଷରୁ ଜୋର୍‌ଦାର ପ୍ରଚାର ହୋଇଥିଲା। ଭାଜପା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ପ୍ରମୁଖ ପ୍ରଚାର ମଙ୍ଗ ଧରିଥିବାବେଳେ ବିରୋଧୀ ମେଣ୍ଟରୁ ଏନ୍‌ସିପି(ଏସ୍‌ପି) ଅଧ୍ୟକ୍ଷ ଶରଦ ପାଓ୍ବାର, ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍‌ରେ ଏବଂ କଂଗ୍ରେସର ରାହୁଲ ଗାନ୍ଧୀ ଓ ଅନ୍ୟମାନେ ପ୍ରଚାର ନେତୃତ୍ୱ ନେଇଥିଲେ। ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଢ଼ିବା ପାଇଁ ମ୍ୟାଜିକ୍‌ ସଂଖ୍ୟା ୧୪୫ ହୋଇଥିବାବେଳେ ଭାଜପା, ଅଜିତ ପାଓ୍ବାରଙ୍କ ଏନ୍‌ସିପି ଏବଂ ଏକନାଥ ଶିନ୍ଦେଙ୍କ ଶିବସେନାକୁ ନେଇ ଗଠିତ ମହାୟୁତି ମେଣ୍ଟ ଏହାଠାରୁ ଯଥେଷ୍ଟ ଅଧିକ ଆସନରେ ବିଜୟୀ ହୋଇଛି।
ଭାଜପା ନେତୃତ୍ୱାଧୀନ ମେଣ୍ଟକୁ ବହୁମତ ମିଳିବା ପରେ ଏବେ ସମସ୍ତଙ୍କ ଦୃଷ୍ଟି ଭାଜପା ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ଉପରେ ରହିଛି। ଭାଜପାର ବିଶାଳ ବିଜୟ ପଛରେ ତାଙ୍କର ବଡ଼ ଭୂମିକା ରହିଛି। ସେ ତୃତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ମୁଖ୍ୟମନ୍ତ୍ରୀ ପଦ ନେଇ ମହାୟୁତି ନେତାମାନେ ନିଷ୍ପତ୍ତି ନେବେ ବୋଲି ଫଡ୍‌ନବିସ କହିଛନ୍ତି। ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ ଭାଜପା ୧୩୩ ଆସନରେ ବିଜୟୀ କିମ୍ବା ଆଗରେ ରହିଥିବାବେଳେ ଏକନାଥ ଶିନ୍ଦେଙ୍କ ଶିବସେନା ୫୭ ଏବଂ ଅଜିତ ପାଓ୍ବାରଙ୍କ ଏନ୍‌ସିପି ୪୧ ଆସନରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ଉଦ୍ଧବ ଠାକ୍‌ରେଙ୍କ ଶିବସେନା ୨୦, କଂଗ୍ରେସ ୧୬ ଏବଂ ଶରଦ ପାଓ୍ବାରଙ୍କ ଏନ୍‌ସିପି ୧୦ ଆସନରେ ବିଜୟୀ ହୋଇଥିବା ଜଣାପଡ଼ିଛି। ଫଳାଫଳକୁ ଦେଖିଲେ ମହାରାଷ୍ଟ୍ର ବିଧାନସଭାରେ ଏଥର ବିରୋଧୀ ଦଳ ନେତା ରହି ନ ପାରନ୍ତି। କାରଣ ନିୟମ ଅନୁଯାୟୀ ବିରୋଧୀ ଦଳ ନେତା ହେବାକୁ ହେଲେ ଗୋଟିଏ ଦଳ ମୋଟ ସଦସ୍ୟ ସଂଖ୍ୟାର ଅନୂ୍ୟନ ୧୦ ପ୍ରତିଶତ ହାସଲ କରିବା ଆବଶ୍ୟକ। ମେଣ୍ଟର ସଦସ୍ୟ ସଂଖ୍ୟାକୁ ଏଥିରେ ମିଶାଯାଇ ନ ଥାଏ। ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, ଉପମୁଖ୍ୟମନ୍ତ୍ରୀ ଫଡ୍‌ନବିସ ଏବଂ ଅଜିତ ପାଓ୍ବାର ସେମାନଙ୍କ ଆସନରୁ ଜିତିଥିବାବେଳେ କଂଗ୍ରେସର ବରିଷ୍ଠ ନେତା ପୃଥ୍ବୀରାଜ ଚଭନ ଏବଂ ବାଲାସାହେବ ଥୋରାଟ୍‌ ହାରିଯାଇଛନ୍ତି। ଶିନ୍ଦେ ନିର୍ବାଚନକୁ ଐତିହାସିକ କହିବା ସହ ଏନ୍‌ସିପି ଏବଂ ଶିବସେନା କାହାର ତାହା ମହାରାଷ୍ଟ୍ର ଭୋଟର ସ୍ପଷ୍ଟ କରିଦେଇଛନ୍ତି ବୋଲି କହିଛନ୍ତି।
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟକୁ ପୂର୍ଣ୍ଣ ବହୁମତ ମିଳିଛି। ୮୧ ଆସନ ବିଶିଷ୍ଟ ବିଧାନସଭାରେ ଜେଏମ୍‌ଏମ୍‌, କଂଗ୍ରେସ, ଆର୍‌ଜେଡି ଏବଂ ସିପିଆଇ(ଏମ୍‌ଏଲ୍‌)କୁ ନେଇ ଗଠିତ ମେଣ୍ଟକୁ ୫୬ ଆସନ ମିଳିଥିବାବେଳେ ବିରୋଧୀ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ୨୪ ଆସନରେ ସୀମିତ ରହିଛି। ଏଠାରେ ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ବର ହେଉଛି ୪୧। ଜେଏମ୍‌ଏମ୍‌ ୩୪ ଆସନ ଜିତିଥିବାବେଳେ ସହଯୋଗୀ କଂଗ୍ରେସ ୧୬, ଆର୍‌ଜେଡି ୪ ଏବଂ ସିପିଆଇ(ଏମ୍‌ଏଲ୍‌) ୨ ଆସନରେ ବିଜୟୀ ହୋଇଛନ୍ତି।

ଏଭଳି ନିର୍ଣ୍ଣାୟକ ବିଜୟ ପାଇଁ ହେମନ୍ତ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆମେ ଗଣତନ୍ତ୍ରର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛୁ ଏବଂ ଫଳାଫଳ ଆସବା ପରେ ରଣନୀତି ଚୂଡ଼ାନ୍ତ କରିବୁ ବୋଲି ହେମନ୍ତ ଖବରଦାତା ସମ୍ମିଳନୀରେ କହିଛନ୍ତି। ହେମନ୍ତ ବାରହେଟ୍‌ ଆସନରେ ଭାଜପା ପ୍ରାର୍ଥୀ ଗାମଲିୟେଲ୍‌ ହେମ୍ବ୍ରମ୍‌ଙ୍କୁ ପରାଜିତ କରିଛନ୍ତି। ଜେଏମ୍‌ଏମ୍‌ର ରାମସୂର୍ଯ୍ୟା ମୁଣ୍ଡା ଖୁଣ୍ଟି ଆସନରୁ ଜିତିଥିବାବେଳେ ହେମନ୍ତଙ୍କ ସ୍ତ୍ରୀ କଳ୍ପନା ସୋରେନ୍‌ ଗାଣ୍ଡେୟ ଆସନରୁ ବିଜୟୀ ହୋଇଛନ୍ତି। ସେହିପରି କଂଗ୍ରେସର ପ୍ରଭାବଶାଳୀ ନେତା ରାମେଶ୍ୱର ଓରାଓଁ ଲୋହାରଡାଗାରୁ ଜିତିଛନ୍ତି।

ମହିଳା କୈନ୍ଦ୍ରିକ ଯୋଜନାଗୁଡ଼ିକ ଝାଡ଼ଖଣ୍ଡରେ ଶାସକ ଦଳକୁ କ୍ରମାଗତ ଦ୍ୱିତୀୟ ଥର କ୍ଷମତାକୁ ଆଣିବାରେ ବଡ଼ ଭୂମିକା ନେଇଥିବା କୁହାଯାଉଛି। ଗତ ଅଗଷ୍ଟରେ ହେମନ୍ତ ସୋରେନ୍‌ ସରକାର ‘ମୈୟା ସମ୍ମାନ ଯୋଜନା’ ଆରମ୍ଭ କରିଥିଲେ, ଯେଉଁଥିରେ ୨୧ରୁ ୫୦ ବର୍ଷ ବୟସବର୍ଗର ମହିଳାମାନଙ୍କୁ ମାସିକ ୧,୦୦୦ ଟଙ୍କା ଆର୍ଥତ୍କ ସହାୟତା ଯୋଗାଇ ଦିଆଯାଉଛି। ଏହି ଯୋଜନାରେ ରାଜ୍ୟର ୫୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ଉପକୃତ ହୋଇଛନ୍ତି। ସେଥିପାଇଁ ନିର୍ବାଚନରେ ମୋଟ ୮୧ ଆସନରୁ ୬୮ ଆସନରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଭୋଟଦାନ ହାର ଅଧିକ ରହିଥିଲା। ଅନ୍ୟପକ୍ଷରେ ଭାଜପା ପୁରୁଖା ନେତାମାନଙ୍କ ଉପରେ ଭରସା ରଖିଥିବାବେଳେ ସେମାନେ ଭୋଟରଙ୍କ ଦ୍ୱାରା ଗ୍ରହଣୀୟ ହୋଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri