ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଭାରତୀୟ କ୍ରିକେଟ୍‌ ଟିମ୍‌କୁ ୧୧ କୋଟି

ମୁମ଼୍ବାଇ, ୫।୭: ଟି-୨୦ ବିଶ଼୍ବକପ୍‌ ଜିତି ସ଼୍ବଦେଶ ଫେରିଥିବା ଭାରତୀୟ କ୍ରିକେଟ୍‌ ଟିମ୍‌ ଉପରେ ଟଙ୍କା ବର୍ଷା ହେଉଥିବା ଦେଖିବାକୁ ମିଳୁଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ଭାରତୀୟ ଟିମ୍‌କୁ ସେ ୧୧ କୋଟି ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି । ମୁମ଼୍ବାଇର ୪ ଖେଳାଳିଙ୍କୁ ଆଜି ବିଧାନସଭାକୁ ନିମନ୍ତ୍ରଣ କରାଯାଇଥିବା ବେଳେ ସେ ଏହି ଘୋଷଣା ଗୃହ ଭିତରେ କରିଛନ୍ତି । ମୁଖ୍ୟମନ୍ତ୍ରୀ ଫାଇନାଲ୍‌ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ବିଶ଼୍ବ ଚାମ୍ପିୟନ୍‌ ହୋଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି । ବିଶେଷ କରି ସୂର୍ଯ୍ୟ କୁମାରଙ୍କ ଚମତ୍କାର କ୍ୟାଚ୍‌କୁ ନେଇ ସେ ତାଙ୍କୁ ପ୍ରଂଶସା କରିଛନ୍ତି । ଏହା ପୂର୍ବରୁ ବିସିସିଆଇ ଟିମ୍‌କୁ ୧୨୫ କୋଟି ଟଙ୍କାର ଚେକ୍‌ ମଧ୍ୟ ଦେଇଛି ।

ସୂଚନା ଥାଉକି, ଆଜି ମହାରାଷ୍ଟ୍ର ବିଧାନସଭାକୁ କ୍ୟାପ୍‌ଟେନ୍‌ ରୋହିତ ଶର୍ମାଙ୍କୁ ଆମନ୍ତ୍ରିତ କରାଯାଇଥିଲା । ରୋହିତଙ୍କ ସହିତ ସ୍କ଼୍ବାଡ୍‌ରେ ସାମିଲ୍‌ ଥିବା ଅନ୍ୟ ମହାରାଷ୍ଟ୍ର ଖେଳାଳି ସୂର୍ଯ୍ୟ କୁମାର ଯାଦବ, ଶିବମ୍‌ ଦୁବେ ଏବଂ ଜଶସ଼୍ବୀ ଜୟସୱଲ୍‌ ମଧ୍ୟ ବିଧାନସଭାକୁ ଯାଇଥିଲେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି ଖେଳାଳିମାନଙ୍କୁ ସ଼୍ବାଗତ ଜଣାଇଥିଲେ । ଗୃହରେ ରୋହିତ ଶର୍ମା ମରାଠିରେ ଭାଷଣ ଦେଇଥିଲେ ।
ରୋହିତ ମହାରାଷ୍ଟ୍ରର ଉପ-ରାଜଧାନୀ ନାଗପୁରରେ ବଢ଼ିଛନ୍ତି । ତେଣୁ ତାଙ୍କୁ ତାଙ୍କର ଅନୁଭବ କହିବାକୁ ଆମନ୍ତ୍ରିତ କରାଯାଇଥିଲା । ସେ ମାଇକ୍‌ ଧରି ଭାଷଣ ଆରମ୍ଭ କରୁ କରୁ ମୁମ଼୍ବାଇର ରାଜା ରୋହିତ୍‌ ଧ଼୍ବନିରେ ଗୃହ କମ୍ପି ଉଠିଥିଲା । ସେ ପ୍ରଥମେ ନମସ୍କାର କରି ଭାଷଣ ଆରମ୍ଭ କରିଥିଲେ । ଏଥିରେ ସେ ଟିମ୍‌ ଇଣ୍ଡିଆର ଭୁରି ଭୁରି ପ୍ରଂଶସା କରିଥିଲେ ।

ରୋହିତ ସୂର୍ଯ୍ୟ କୁମାରଙ୍କୁ ସମ଼୍େବାଧିତ କରି କହିଥିଲେ ଯେ, ସୂର୍ଯ୍ୟ କୁମାର ଏବେ କହୁଥିଲେ ଯେ ଶେଷ କ୍ୟାଚ୍‌ରେ ବଲ୍‌ ତାଙ୍କ ହାତରେ ଆସି ଆପେ ଆପେ ବସିଯାଇଥିଲା । ଭଲ ହେଲାକି ବଲ୍‌ ଆସି ବସି ଯାଇଛି, ନହେଲେ ଆଗକୁ ତାଙ୍କୁ ବସାଇ ଦେଇଥାନ୍ତା । ରୋହିତଙ୍କ ଏହି ଉକ୍ତି ଶୁଣି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଡନାଭିଶ୍‌, ଆଜିତ ପାୱାରଙ୍କ ସମେତ ଗୃହରେ ଉପସ୍ଥିତ ବିଧାୟକ ହସିବାକୁ ଲାଗିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri