Posted inଜାତୀୟ

Maharashtra Rajya Sabha: ୨୫ ବର୍ଷ ପରେ ବଦଳିଲା ରାଜନୈତିକ ସମୀକରଣ, ଶରଦ-ଉଦ୍ଧବଙ୍କ ଯୋଜନା ପଡ଼ିବ ଫିକା…

ମୁମ୍ବାଇ,୧୦।୨ : ୧୦ ଜୁନ ୨୦୨୨ ପରେ, ମହାରାଷ୍ଟ୍ରର ରାଜନୈତିକ ଗଣିତରେ ପରିବର୍ତ୍ତନ ଆସିଛି। ସେହି ଦିନ ରାଜ୍ୟର ୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଭାଜପା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ଯୋଜନା ଭଣ୍ଡୁର କରି ତୃତୀୟ ଆସନ ମଧ୍ୟ ଅଧିକାର କରିଥିଲା। ଗତ ୨୫ ବର୍ଷ ମଧ୍ୟରେ ଏହା ପ୍ରଥମ ଥର, ଯେତେବେଳେ ରାଜ୍ୟର ଦୁଇ ବଡ ରାଜନୈତିକ ଖେଳାଳି ଶରଦ ପାୱାର ଏବଂ ଉଦ୍ଧବ ଠାକରେ ଆଉ କୌଣସି ଯାଦୁ କରିବା ସ୍ଥିତିରେ ନାହାନ୍ତି। ଏହି କାରଣରୁ ରାଜ୍ୟର ୬ ଟି ରାଜ୍ୟସଭା ଆସନରେ ହେବାକୁ ଥିବା ନିର୍ବାଚନରେ ପୁଣି ଥରେ ଚମତ୍କାର ହେବାର ସମ୍ଭାବନା ରହିଛି।

୨୭ ଫେବୃଆରୀରେ ମହାରାଷ୍ଟ୍ରର ୬ ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ତିନିଜଣ ଭାଜପା ସଦସ୍ୟ ନାରାୟଣ ରାଣେ, ପ୍ରକାଶ ଜାଭଡେକର ଏବଂ ଭି ମୁରଲୀଧରନ, ଏନସିପିର ଭନ୍ଦନା ଚୌହା୍ବନ, କଂଗ୍ରେସର ’କୁମାର କେଟକର୍‌ ଏବଂ ଶିବସେନା (ୟୁବିଟି) ର ଅନିଲ ଦେଶାଇ ଏପ୍ରିଲରେ ଅବସର ନେଉଛନ୍ତି। ରାଜ୍ୟରେ ଥିବା ୨୮୮ ବିଧାନସଭା ଆସନ ମଧ୍ୟରୁ ଶିବସେନା ବିଧାୟକ ଅନୀଲ ବାବର ଏବଂ ଭାଜପାର ଗୋବର୍ଦ୍ଧନ ଶର୍ମାଙ୍କ ମୃତ୍ୟୁ ଏବଂ କଂଗ୍ରେସର ସୁନୀଲ କେଦାରଙ୍କ ଅଯୋଗ୍ୟତା ପରେ ମୋଟ ସଂଖ୍ୟା ୨୮୫ ରହିଛି। ରାଜ୍ୟସଭାକୁ ଯିବା ପାଇଁ ଜଣେ ପ୍ରାର୍ଥୀଙ୍କ ଲାଗି ୪୨ ଭୋଟ ଆବଶ୍ୟକ । ସର୍ବାଧିକ ୧୦୪ ବିଧାୟକ ଭାଜପାର।

ଏଥି ସହିତ, ଏନସିପି (ଅଜିତ ଦଳ) ର ୪୪ ଜଣ ବିଧାୟକ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନାର ୩୯ ଜଣ ବିଧାୟକ ଅଛନ୍ତି। ଏହା ବ୍ୟତୀତ ଶାସକ ଦଳକୁ ସ୍ବାଧୀନ ବିଧାୟକଙ୍କ ସମର୍ଥନ ମଧ୍ୟ ରହିଛି। ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ଭାଜପା ସହଜରେ ତିନୋଟି ସିଟ, ଶିବସେନା ଏବଂ ଏନସିପି ଗୋଟିଏ ସିଟ ଜିତିପାରିବେ। ବିରୋଧୀ କଂଗ୍ରେସର ୪୪ ଜଣ ବିଧାୟକ, ଶିବସେନାର ୧୬ଜଣ (ୟୁବିଟି) ଏବଂ ୧୧ ଏନସିପି (ଶରଦ ଦଳ) ଅଛନ୍ତି। କଂଗ୍ରେସ ମଧ୍ୟ ଗୋଟିଏ ଆସନ ଜିତିପାରିବ। କିନ୍ତୁ ଯଦି ୭ ଜଣ ପ୍ରାର୍ଥୀ ୬ ଟି ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ତେବେ ଘୋଡ଼ାବେପାର ଆଶଙ୍କା ରହିଛି।

ଶରଦ ପାୱାର ଏବଂ ଉଦ୍ଧବ ଠାକରେଙ୍କ ପାଖରେ ଆଉ ରାଜନୈତିକ ସମୀକରଣ ନାହିଁ। ଏଥିସହ ଭାଜପାରେ ଏକ ଅନାର ଶହେ ବିମାର ପରିସ୍ଥିତି ଦେଖାଦେଇଛି। ନାରାୟଣ ରାଣେ ଏବଂ ପ୍ରକାଶ ଜାଭଡେକରଙ୍କ କାର୍ଡ କଟାଯାଇପାରେ। ଦୁଇ ଦିନ ପୂର୍ବେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ସଞ୍ଜୟ ଉପାଧ୍ୟୟ, ପଙ୍କଜା ମୁଣ୍ଡେ, ବିନୋଦ ତାଡେ, ଅମ୍ରିଶ ପଟେଲ, ହର୍ଷବର୍ଦ୍ଧନ ପାଟିଲ, ମାଧବ ଭଣ୍ଡାରୀ ଏବଂ ମହିଳା ରାଜ୍ୟ ସଭାପତି ଚିତ୍ରା ୱାଗଙ୍କ ନାମ ଉପରେ ଆଲୋଚନା କରାଯାଇଥିଲା।

ଉତ୍ତରପ୍ରଦେଶର ବସ୍ତି ଜିଲାର ସଞ୍ଜୟ ଉପାଧ୍ୟାୟ ଗତଥର ରାଜ୍ୟସଭା ପ୍ରାର୍ଥୀ ହୋଇଥିଲେ ମଧ୍ୟ ଦଳର ନିର୍ଦ୍ଦେଶ ଅନୁଯାୟୀ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ। ମୁମ୍ବାଇ ମହାନଗର ଏବଂ ମହାରାଷ୍ଟ୍ରରେ ଏକ ବଡ଼ ଉତ୍ତର ଭାରତୀୟ ଭୋଟ ବ୍ୟାଙ୍କ ଅଛି, ଯାହା ଉପରେ ଭାଜପା ତୀକ୍ଷଣ ନଜର ରଖିଛି। ଏଭଳି ପରିସ୍ଥିତିରେ ସଞ୍ଜୟ ଉପାଧ୍ୟାୟ ଏକ ସୁଯୋଗ ପାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

VIDEO:ଷ୍ଟ୍ରେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri