Posted inଜାତୀୟ

Maharashtra Rajya Sabha: ୨୫ ବର୍ଷ ପରେ ବଦଳିଲା ରାଜନୈତିକ ସମୀକରଣ, ଶରଦ-ଉଦ୍ଧବଙ୍କ ଯୋଜନା ପଡ଼ିବ ଫିକା…

ମୁମ୍ବାଇ,୧୦।୨ : ୧୦ ଜୁନ ୨୦୨୨ ପରେ, ମହାରାଷ୍ଟ୍ରର ରାଜନୈତିକ ଗଣିତରେ ପରିବର୍ତ୍ତନ ଆସିଛି। ସେହି ଦିନ ରାଜ୍ୟର ୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଭାଜପା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ଯୋଜନା ଭଣ୍ଡୁର କରି ତୃତୀୟ ଆସନ ମଧ୍ୟ ଅଧିକାର କରିଥିଲା। ଗତ ୨୫ ବର୍ଷ ମଧ୍ୟରେ ଏହା ପ୍ରଥମ ଥର, ଯେତେବେଳେ ରାଜ୍ୟର ଦୁଇ ବଡ ରାଜନୈତିକ ଖେଳାଳି ଶରଦ ପାୱାର ଏବଂ ଉଦ୍ଧବ ଠାକରେ ଆଉ କୌଣସି ଯାଦୁ କରିବା ସ୍ଥିତିରେ ନାହାନ୍ତି। ଏହି କାରଣରୁ ରାଜ୍ୟର ୬ ଟି ରାଜ୍ୟସଭା ଆସନରେ ହେବାକୁ ଥିବା ନିର୍ବାଚନରେ ପୁଣି ଥରେ ଚମତ୍କାର ହେବାର ସମ୍ଭାବନା ରହିଛି।

୨୭ ଫେବୃଆରୀରେ ମହାରାଷ୍ଟ୍ରର ୬ ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ତିନିଜଣ ଭାଜପା ସଦସ୍ୟ ନାରାୟଣ ରାଣେ, ପ୍ରକାଶ ଜାଭଡେକର ଏବଂ ଭି ମୁରଲୀଧରନ, ଏନସିପିର ଭନ୍ଦନା ଚୌହା୍ବନ, କଂଗ୍ରେସର ’କୁମାର କେଟକର୍‌ ଏବଂ ଶିବସେନା (ୟୁବିଟି) ର ଅନିଲ ଦେଶାଇ ଏପ୍ରିଲରେ ଅବସର ନେଉଛନ୍ତି। ରାଜ୍ୟରେ ଥିବା ୨୮୮ ବିଧାନସଭା ଆସନ ମଧ୍ୟରୁ ଶିବସେନା ବିଧାୟକ ଅନୀଲ ବାବର ଏବଂ ଭାଜପାର ଗୋବର୍ଦ୍ଧନ ଶର୍ମାଙ୍କ ମୃତ୍ୟୁ ଏବଂ କଂଗ୍ରେସର ସୁନୀଲ କେଦାରଙ୍କ ଅଯୋଗ୍ୟତା ପରେ ମୋଟ ସଂଖ୍ୟା ୨୮୫ ରହିଛି। ରାଜ୍ୟସଭାକୁ ଯିବା ପାଇଁ ଜଣେ ପ୍ରାର୍ଥୀଙ୍କ ଲାଗି ୪୨ ଭୋଟ ଆବଶ୍ୟକ । ସର୍ବାଧିକ ୧୦୪ ବିଧାୟକ ଭାଜପାର।

ଏଥି ସହିତ, ଏନସିପି (ଅଜିତ ଦଳ) ର ୪୪ ଜଣ ବିଧାୟକ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନାର ୩୯ ଜଣ ବିଧାୟକ ଅଛନ୍ତି। ଏହା ବ୍ୟତୀତ ଶାସକ ଦଳକୁ ସ୍ବାଧୀନ ବିଧାୟକଙ୍କ ସମର୍ଥନ ମଧ୍ୟ ରହିଛି। ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ଭାଜପା ସହଜରେ ତିନୋଟି ସିଟ, ଶିବସେନା ଏବଂ ଏନସିପି ଗୋଟିଏ ସିଟ ଜିତିପାରିବେ। ବିରୋଧୀ କଂଗ୍ରେସର ୪୪ ଜଣ ବିଧାୟକ, ଶିବସେନାର ୧୬ଜଣ (ୟୁବିଟି) ଏବଂ ୧୧ ଏନସିପି (ଶରଦ ଦଳ) ଅଛନ୍ତି। କଂଗ୍ରେସ ମଧ୍ୟ ଗୋଟିଏ ଆସନ ଜିତିପାରିବ। କିନ୍ତୁ ଯଦି ୭ ଜଣ ପ୍ରାର୍ଥୀ ୬ ଟି ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ତେବେ ଘୋଡ଼ାବେପାର ଆଶଙ୍କା ରହିଛି।

ଶରଦ ପାୱାର ଏବଂ ଉଦ୍ଧବ ଠାକରେଙ୍କ ପାଖରେ ଆଉ ରାଜନୈତିକ ସମୀକରଣ ନାହିଁ। ଏଥିସହ ଭାଜପାରେ ଏକ ଅନାର ଶହେ ବିମାର ପରିସ୍ଥିତି ଦେଖାଦେଇଛି। ନାରାୟଣ ରାଣେ ଏବଂ ପ୍ରକାଶ ଜାଭଡେକରଙ୍କ କାର୍ଡ କଟାଯାଇପାରେ। ଦୁଇ ଦିନ ପୂର୍ବେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ସଞ୍ଜୟ ଉପାଧ୍ୟୟ, ପଙ୍କଜା ମୁଣ୍ଡେ, ବିନୋଦ ତାଡେ, ଅମ୍ରିଶ ପଟେଲ, ହର୍ଷବର୍ଦ୍ଧନ ପାଟିଲ, ମାଧବ ଭଣ୍ଡାରୀ ଏବଂ ମହିଳା ରାଜ୍ୟ ସଭାପତି ଚିତ୍ରା ୱାଗଙ୍କ ନାମ ଉପରେ ଆଲୋଚନା କରାଯାଇଥିଲା।

ଉତ୍ତରପ୍ରଦେଶର ବସ୍ତି ଜିଲାର ସଞ୍ଜୟ ଉପାଧ୍ୟାୟ ଗତଥର ରାଜ୍ୟସଭା ପ୍ରାର୍ଥୀ ହୋଇଥିଲେ ମଧ୍ୟ ଦଳର ନିର୍ଦ୍ଦେଶ ଅନୁଯାୟୀ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ। ମୁମ୍ବାଇ ମହାନଗର ଏବଂ ମହାରାଷ୍ଟ୍ରରେ ଏକ ବଡ଼ ଉତ୍ତର ଭାରତୀୟ ଭୋଟ ବ୍ୟାଙ୍କ ଅଛି, ଯାହା ଉପରେ ଭାଜପା ତୀକ୍ଷଣ ନଜର ରଖିଛି। ଏଭଳି ପରିସ୍ଥିତିରେ ସଞ୍ଜୟ ଉପାଧ୍ୟାୟ ଏକ ସୁଯୋଗ ପାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri